ବଢିପାରେ ଲକ୍ ଡାଉନର ଅବଧି ! ସଙ୍କେତ ଦେଲେ ମୋଦି

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ପୂରା ଦେଶ ଲକଡାଉନରେ ଥିବା ବେଳେ ଏବେ ଲକଡାଉନର ଅବଧି ବଢିବା ନେଇ ସନ୍ଦେହ କରାଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସର୍ବଦଳୀୟ ବୈଠକରେ ଲକଡାଉନକୁ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘କରୋନା ଭୂତାଣୁ ବିରୋଧରେ ଦୀର୍ଘ ଦିନିଆ ଲଢେଇ ଏବେ ବି ଜାରି ରହିଛି । ତେଣୁ ଦେଶବାସୀଙ୍କ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ପ୍ରାଥମିକତା । ଦେଶର ପରିସ୍ଥିତି ଏବେ ‘ସାମାଜିକ ଜରୁରୀକାଳୀନ ପରିସ୍ଥିତି’ ସହ ସମାନ । ଏଥିପାଇଁ କଠୋର ନିଷ୍ପତ୍ତି ଆବଶ୍ୟକତା ରହିଛି । ଏବଂ ଆମେ ଏଥିପାଇଁ ନିରନ୍ତର ସଜାଗ ରହିବା ଉଚିତ୍ । ଏହାସହ ସେ କହିଛନ୍ତି ଯେ ମୁଁ ପୁଣି ଥରେ ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ।’

ବିରୋଧୀ ଦଳ ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସରକାର ନେଇଥିବା ପଦକ୍ଷେପ ବାବଦରେ ଦେଲେ ସୂଚନା

ପ୍ରଧାନମନ୍ତ୍ରୀ ମୋଦୀ ଆଜି କରୋନା ଭାଇରସ ଏବଂ ଲକଡାଉନ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏନେଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ବିଜେପି, କଂଗ୍ରେସ, ଡିଏମକେ, ଏଆଇଏଡିଏମକେ, ଟିଆରଏସ, ସିପିଏମ, ଟିଏମସି, ଶିବସେନା, ଏନସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସପି, ବିଏସପି, ବାଅଏସଆର କଂଗ୍ରେସ ଏବଂ ବିଜେଡି ନେତାଙ୍କ ସହ କରୋନା ଏବଂ ଲକଡାଉ ଉପରେ ଆଲୋଚନା କରିଛନ୍ତି । ତେବେ ଏପ୍ରିଲ ୧୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଜି ବୈଠକରେ ବିଜେଡ଼ି ନେତା ପିନାକି ମିଶ୍ର ଉପସ୍ଥିତ ଥିଲେ ।

Leave a Reply