ସଞ୍ଜୟ ବନାମ କଙ୍ଗନା : କ’ଣ ପାଇଁ ପଙ୍ଗା କ୍ୱିନ୍ କହିଲେ ମୁମ୍ବାଇ ଲାଗୁଛି ପାକ୍ ଅଧିକୃତ କାଶ୍ମୀର ଭଳି ?

1 min read

ନୂଆଦିଲ୍ଲୀ: ବିବାଦୀୟ କୁଇନ କଙ୍ଗନା ରନୌତ ନିଜର କଡ଼ା ଜବାବ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟ ଅତୀତରେ ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାକୁ ନେଇ ନିଜର ଦୃଢ ମତ ରଖିଥିଲେ କଙ୍ଗନା । ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକଙ୍କ ଭଳି କଙ୍ଗନା ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନିବାକୁ ନାରାଜ । ଯାହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଶେୟାର କରି ନିଜର ମତ ପ୍ରକାଶ କରିଛନ୍ତି । ଏହା ସହିତ ବଲିଉଡରେ ଚାଲିଥିବା ନେପୋଟିଜମକୁ ନେଇ ମଧ୍ୟ ସେ ତାଙ୍କର ବୟାନ ବାରମ୍ବାର ଦେଇଛନ୍ତି । ଏବେ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।

 ନିକଟରେ ସଞ୍ଜୟ ରାଉତ ତାଙ୍କ ବୟାନରେ କଙ୍ଗନାଙ୍କୁ କହିଛନ୍ତି କି ଯଦି ମୁମ୍ବାଇରେ ଡର ଲାଗୁଛି ତେବେ ଏଠାକୁ ଆସିବା ଅନୁଚିତ୍ । ଯେଉଁଥିରେ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା । ଏହାକୁ କଙ୍ଗନା ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି କି ପ୍ରଥମେ ମୁମ୍ବାଇ ସଡ଼କରେ ଆଜାଦିର ନାରା ଲଗା ଯାଉଥିଲା ଏବେ ଖୁଲମଖୁଲା ଧମକ ଦିଆଯାଉଛି । ଏହା ସହିତ ସେ ଲେଖିଛନ୍ତି ଯେ, ଏବେ ମୁମ୍ବାଇ ପାକିସ୍ତାନ ଅଧିକୃତ ଅଞ୍ଚଳ ଭଳି କାହିଁକି ଲାଗୁଛି?

 


ସୂଚନାଯୋଗ୍ୟ ଏହା ପୂର୍ବରୁ ମୁମ୍ବାଇ ପୋଲିସ୍ କମିଶନର ଏବଂ ମୁମ୍ବାଇ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କଙ୍ଗନା । ମୁମ୍ବାଇ ସିପି କଙ୍ଗନାଙ୍କ ବିରୁଦ୍ଧରେ କରାଯାଇଥିବା କିଛି ଭୁଲ ବୟାନକୁ ଟ୍ୱିଟରରେ ଲାଇକ କରିଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ୍ ଯୁକ୍ତିତର୍କ ହୋଇଥିବା ନଜର ଆସିଥିଲା ।

Leave a Reply