ସୁଶାନ୍ତ ଯେଉଁ ବାଇପୋଲାର ରୋଗର ଶିକାର ଥିଲେ, ତାହା କ’ଣ ?

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ରୋଗର ଚିକିତ୍ସା କରୁଥିବା ଡାକ୍ତର ସୁଜୈନ ୱାକର ମୁମ୍ବାଇ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ତାଙ୍କୁ ହୋଇଥିବା ରୋଗକୁ ନେଇ ସୁଶାନ୍ତ ଭଲ ଭାବେ ଅବଗତ ଥିଲେ । ସୁଶାନ୍ତ ଅଳ୍ପ ଟିକିଏ ସୁସ୍ଥ ହେବା ପରେ ଔଷଧ ବନ୍ଦ କରି ଦେଇଥିଲେ । ତାଙ୍କୁ ହୋଇଥିବା ରୋଗ ବିଷୟରେ ସେ ଜାଣିଥିଲେ ଓ ତାଙ୍କୁ ଲାଗୁଥିଲା ସେ କେବେ ଠିକ୍ ହେବେ ନାହିଁ ।

ଡାକ୍ତର ୱାକର ରୋଗ ବିଷୟରେ ବିସ୍ତୃତ ଭାବେ କହିଛନ୍ତି । ପ୍ରତି ମଣିଷର ମସ୍ତିଷ୍କରୁ ସେରୋଟୋନିନ୍ ନାମକ କେମିକାଲ ବାହାରି ଥାଏ । ଏହି କେମିକାଲ କମ୍ ବାହାରୁଥିଲେ ଆକ୍ରାନ୍ତ ସଦାବେଳେ ଦୁଃଖ ଅନୁଭବ କରନ୍ତି । ଯଦି କେମିକାଲ ଅଧିକ ମାତ୍ରାରେ ବାହାରେ ତ ଆକ୍ରାନ୍ତ ଖୁସି ଅନୁଭବ କରନ୍ତି । ଅନ୍ୟ ଶବ୍ଦରେ କହିବାକୁ ଗଲେ ମଣିଷର ମୁଡ୍ କେମିତି ହେବ ତାହା ଏହି କେମିକାଲ ନିର୍ଦ୍ଧାରଣ କରେ ।

ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ମସ୍ତିଷ୍କରେ ଏହି ରସାୟନ କ୍ଷରଣକୁ ନିୟନ୍ତ୍ରିତ କରେ । ତେବେ, ଆକ୍ରାନ୍ତ ଏହି ରୋଗରେ ଏତେ ନିରାଶ ହୋଇଯାଏ ଯେ ସେ ଆତ୍ମହତ୍ୟା କରିବାକୁ ବିଚାର କରେ । ଏହି କାରଣରୁ ଔଷଧ ବ୍ୟତୀତ ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିଥାଏ । ୱାକର କହିଛନ୍ତି- ତାଙ୍କୁ ଲାଗୁଥିଲା ଏଥିପାଇଁ ସୁଶାନ୍ତ ବାରମ୍ବାର କାନ୍ଦୁଥିଲେ ।

୨୪ ନଭେମ୍ବରକୁ ସୁଜୈନ୍ ୱାକର ସୁଶାନ୍ତଙ୍କୁ କଲ୍ କରି କ୍ଲିନିକାଲ୍ ଯାଞ୍ଚ ପାଇଁ ଡାକିଥିଲେ । ତେବେ ରିୟା ଏକ ମେସେଜ କରି କହିଥିଲେ ସୁଶାନ୍ତଙ୍କ ଭଉଣୀ ଆସୁଛନ୍ତି । ହୁଏତ ସୁଶାନ୍ତ ତାଙ୍କ ସହିତ ବାହାରକୁ ଯାଇପାରନ୍ତି । ୨୦୧୯ ଡିସେମ୍ବର ୪ରେ ୱାକର ରିୟାଙ୍କୁ ମେସେଜ କରି ପଚାରିଥିଲେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ କେମିତି ଅଛି ? ତେବେ, ଏହି ମେସେଜର ଉତ୍ତର ଦେଇନଥିଲେ ରିୟା ।

ଏହାକୁ ନେଇ ଚିନ୍ତିତ ୱାକର ପୁଣି ଡିସେମ୍ବର ୫ରେ ରିୟାଙ୍କୁ ଆଉଥରେ ମେସେଜ କରି ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ନେଇ ପଚାରିଥିଲେ । ଯାହାର ଉତ୍ତରରେ ସୁଶାନ୍ତ ଠିକ୍ ଥିବା ଏବଂ ଔଷଧ ପରିବର୍ତ୍ତନ ପରେ ସେ ଆଶ୍ୱସ୍ତି ଅନୁଭବ କରିଥିବା ନେଇ କହିଥିଲେ ।

୨୦୧୯ ଡିସେମ୍ବର ୭ରେ ରିୟା ଡାକ୍ତର ୱାକରଙ୍କୁ ମେସେଜ କରି କହିଥିଲେ ଔଷଧ ବଦଳାଇବା ପରେ ସୁଶାନ୍ତଙ୍କୁ ଲାଭ ମିଳୁଛି । ପରେ ଯାଇ ତାଙ୍କୁ ଦେଖାହେବେ । ୨୦୨୦ ଜୁନ୍ ୭ରେ ରିୟା ପୁଣିଥରେ ଡାକ୍ତର ୱାକରଙ୍କୁ କଥା ହୋଇଥିଲେ ।  କହିଥିଲେ ଏବେ ସୁଶାନ୍ତଙ୍କ ଭଳି ତାଙ୍କୁ ବି ଅଜବ ଅଜବ ଲାଗୁଛି । ସେ ଦୁହିଁଙ୍କ ପାଇଁ ଆପୋଏଟମେଣ୍ଟ ନେଇଥିଲେ ।

ତେବେ ଜୁନ୍ ୮ରେ ରିୟା ଡାକ୍ତରଙ୍କୁ କଲ୍ କରି କହିଥିଲେ ସୁଶାନ୍ତ ଔଷଧ ଖାଇବା ବନ୍ଦ କରି ଦେଇଛନ୍ତି । ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡ଼ିବାରେ ଲାଗିଛି । ସେ ଦେଖା କରିବାକୁ ମେଡିକାଲି ଆସୁନାହାଁନ୍ତି । ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ବିଗୁଡ଼ୁଥିବା ରିୟା କହିବା ସହ ତାଙ୍କ ଘର ଲୋକ ଆସୁଥିବା କହିଥିଲେ ।

ରିୟାଙ୍କ କଥାରୁ ସୁଜୈନ ଭାବିଥିଲେ ସେ ସୁଶାନ୍ତଙ୍କ ଦେଖାଶୁଣା ବହୁତ ଭଲଭାବରେ କରୁଛନ୍ତି । ଯେମିତି ସୁଶାନ୍ତ ଶୀଘ୍ର ଏହି ସମସ୍ୟାରୁ ମୁକୁଳି ପାରିବେ । ତେବେ, ରିୟା ନିଜ ଉପରୁ ଧ୍ୟାନ ହଟାଇବା ପରେ ତାଙ୍କୁ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା ।

ଏହାପରେ ଜୁନ୍ ୧୪ ତାରିଖ ଦ୍ୱି ପ୍ରହର ୨ଟା ୪୦ରେ ଡାକ୍ତର ପ୍ରବୀଣ ମୋତ କହିଥିଲେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କୁ ବାଇପୋଲାର ଡିସଅର୍ଡର ହୋଇଥିଲା । ଏବଂ ସେ ଏହା ବାବଦରେ ବହୁତ କିଛି ପଢ଼ିଥିଲେ । ମୁଁ ତାଙ୍କୁ ଅନେକ ଥର କହିଥିଲି ସେ ଠିକ୍ ହୋଇଯିବେ । କିନ୍ତୁ ତାଙ୍କୁ ଏହା ସତ ଲାଗୁନଥିଲା । ତାଙ୍କୁ ଲାଗୁଥିଲା ସେ ଯେମିତି କେବେ ବି ଏହି ସମସ୍ୟାରୁ ମୁକୁଳି ପାରିବେ ନାହିଁ ।

Leave a Reply