ନବୀନଙ୍କ ମିଜାଜି ଉତ୍ତର : କିଏ ପଚାରିଲେ ଆପଣମାନେ ଖୁସି ତ ?

1 min read

ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହ ଆରମ୍ଭ ବେଳର ଏମିତି ଏକ ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସମୟ  ୧୦ଟା ୫୭ ମିନିଟ । ଗୃହରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ଚିରାଚରିତ ଭଙ୍ଗୀରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ, ଆପଣ ଖୁସି ତ ?  ସ୍ମିତହସ ସହ ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ, ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟ ଡାଇଲଗକୁ ଉପସ୍ଥିତି ସବୁ ବିଧାୟକ ସକାରାତ୍ମକ ଭାବେ ବେଶ୍ ଉପଭୋଗ କରିଥିଲେ । ଅଧିବେଶନ ଆରମ୍ଭରୁ ତାରା ବାହିନୀପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାଳାପକୁ ନେଇ ଗୃହରେ ବେଶ୍ ହାସ୍ୟରୋଳ ହୋଇଥିଲା ।

୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଡାଇଲଗ ସାରା ରାଜ୍ୟରେ ବିଜେଡିର କ୍ୟାମ୍ପେନ୍ ସ୍ଲୋଗାନ୍  ପାଲଟିଥିଲା । ବିଭିନ୍ନ ନିର୍ବାଚନ ସଭାକୁ ଯାଇ ସରକାରୀ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆପଣମାନେ ଖୁସି ତ (?) ବୋଲି ପ୍ରଥମେ ମୁଖ୍ୟମନ୍ତ୍ରୀ ପଚାରୁଥିଲେ । ମୁଖ୍ୟମନ୍ତ୍ରୀ ଏ ପ୍ରଶ୍ନ ପଚାରିଲା ବେଳେ ଲୋକେ ‘ହଁ, ଆମେ ବହୁତ ଖୁସି’ କହି ଭରପୂର ସମର୍ଥନ ଜଣାଉଥିଲେ ।  ଏହାପରେ ମୁଖ୍ୟମନ୍ତ୍ରୀ କହୁଥିଲେ, ମୁଁ ବି ବହୁତ ଖୁସି । ଏହି ଡାଇଲଗ କେବଳ ରାଜ୍ୟରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ବେଶ୍ ଆଲୋଚନା ହୋଇଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଏହି ସଂଳାପ ଗତ ନିର୍ବାଚନରେ ୧୧୨ ଆସନ ଜିତାଇବାରେ ବହୁତ ସାହାଯ୍ୟ କରିଥିଲା ବୋଲି ରାଜନୈତିକ ମହଲରେ ଆଲୋଚନା ହୁଏ  । ')}

Leave a Reply