ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିବା ଆଶଙ୍କା

1 min read

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ । ଆଜି ତା ଉପରେ ଗୃହରେ ଆଲୋଚନା ହେବ । ନାରୀ ନିର୍ଯାତନା ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମ ଦିନ ଗୃହ ଚାଲି ପାରିନଥିଲା । ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବ କି ନାହିଁ ଜଣାପଡ଼ିନାହିଁ ।ଏହା ସହିତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟ, ପର୍ଯ୍ୟଟନ ଓ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ, ସର୍ବଦଳୀୟ ବୈଠକ ବିଫଳ ହୋଇଥିବାରୁ ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ')}

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner