ବୋଇତ ବନ୍ଦାଣ ବେଳେ ଅଘଟଣ: ନଦୀରେ ବୁଡ଼ି ୨ମୃତ

1 min read

ରାୟଗଡା/ଗୁଣୁପୁର: ବୋଇତ ବନ୍ଦାଣବେଳେଳ ଅଘଟଣ । ପୃଥକ ପୃଥକ ସ୍ଥାନରେ ନଦୀରେ ବୁଡ଼ି ୨ଜଣଙ୍କ ମୃତ୍ୟୁ । ଗୁଣୁପୁରର ଗୁମୁଡ଼ା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀରେ ବୁଡ଼ିଯାଇ ଗୁମୁଡ଼ା ଗାଁର ସନ୍ତୋଷ ଜେନାଙ୍କ ମୃତ୍ୟୁ । ଭୋରୁ ଡଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ବୁଡ଼ି ଯାଇଥିଲେ  । ଖବରପାଇ ମୃତଦେହକୁ ଉଦ୍ଧାର କଲା ଦମକଳ ବାହିନୀ ।

ରାୟଗଡ଼ା ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ମଧ୍ୟ ଅଘଟଣ । ନଦୀରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ୟୁଜିଏମ୍‌ଆଇଟି କଲେଜର ସୁମନ ବେହେରା । ଅଗ୍ନିଶମ ବାହିନୀ ଦ୍ୱାରା ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୁମନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ')}

Leave a Reply