ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ । ବହୁଦିନ ଧରି ଅସୁସ୍ଥ ଥିବା ଲାଲଜୀ ଆଜି ସକାଳୁ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା । ଲାଲଜୀଭ୍ର ଦେହାନ୍ତ ନେଇ ତାଙ୍କ ପୁଅ ଆଷୁତୋଷ ଟଣ୍ଡନ ଟ୍ୱିଟ୍ କରି ଜଣାଇଛନ୍ତି । ବିଳମ୍ବିତ ରାତିରେ ଲାଲାଜୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ମେନ୍ଦାତା ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଗଲା ୧୧ଜୁନରେ  ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଲାଲଜୀ । ଜର ବି ରହିଥିଲା । ୧୩ଜୁନରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବହୁଦିନ ଧରି ଅସୁସ୍ଥ ରହିଥିବାରୁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ କାର୍ଯ୍ୟଭାର ଦିଆୟାଇଥିଲା । ଲାଲଜୀ ଟଣ୍ଡନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply