କୋଭିଡ୍ ଯୁଦ୍ଧରେ ସରପଞ୍ଚ ଓ ଆଶାକର୍ମୀଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

CM Naveen Patnaik Appreciated Sarapanch And Asha Worker Against Covid War

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ କୋଭିଡ୍ ପ୍ରତ୍ୟେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି । ଆମେ ଦୃଢ଼ତାର ସହ ମୁକାବିଲା କରିଛୁ ।

CM Naveen Patnaik Appreciated Sarapanch And Asha Worker Against Covid War

ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା ହୋଇଥିଲା । ଲକଡାଉନ୍ ଘୋଷଣା କରିଥିଲୁ । କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି । କୋଭିଡ୍ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡ଼ିଶା । କୋଭିଡ୍ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୭.୩ ପ୍ରତିଶତ ବଢ଼ିଛି । ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ୱରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି ।

CM Naveen Patnaik Appreciated Sarapanch And Asha Worker Against Covid War

ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାଚସ୍ପତି ବିଧାନସଭାକୁ ଆସନ୍ତା ସୋମବାର ଦିନ ୧୦ଟା ୩୦ ଯାଏ ମୁଲତବି ରଖିଛନ୍ତି ।

Leave a Reply