ଦୋସ୍ତ ଦୋସ୍ତ ନା ରହା… ପଦବୀ ପାଇଁ ଭାଙ୍ଗିଲା ବିଜେପି-ଶିବସେନା ମେଣ୍ଟ

1 min read

ମୁମ୍ବାଇ: କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ଆଉ ମହାରାଷ୍ଟ୍ରରେ ସରକାର ଗଠନର ଘୋଡ଼ା ଦୌଡ଼କୁ ଦେଖିଲେ ଏହା ସହଜରେ ବୁଝିହେବ । ୧୯୮୯ରେ ବିଜେପି ସହ ମେଣ୍ଟ କରିଥିବା ଶିବସେନା ଦୀର୍ଘ ୩୦ ବର୍ଷ ଧରି ଆକ୍ରମଣାତ୍ମକ ହିନ୍ଦୁତ୍ୱବାଦୀ ରାଜନୀତି କରି ଆସୁଥିଲା । କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ୩ ଦଶନ୍ଧିର ବନ୍ଧୁତ୍ୱ ଆଗରେ ତୁଚ୍ଛ ହୋଇଯାଇଛି । ବିଜେପିକୁ ପର କରି ଏନସିପିର ହାତ ଧରିବାକୁ ଆଗଭର ହୋଇଛି । ସବୁଦିନ ସମାଲୋଚନା କରିଆସୁଥିବା କଂଗ୍ରେସକୁ ମଧ୍ୟ ସାଥିରେ ନେବାକୁ ପ୍ରସ୍ତୁତ ଅଛି ଶିବସେନା କେବଳ ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ । ସେପଟେ ଶିବସେନାର ମଧ୍ୟ କହିବା କଥା, ରାଜନୀତିରେ ବେଶିଦିନ ଶତୃ ମିତ୍ର ନଥାନ୍ତି । କାରଣ ବିଜେପି ମଧ୍ୟ କିଛି ବର୍ଷ ତଳେ ଜମ୍ମୁ ଓ କଶ୍ମୀରରେ ସତ୍ତା ଦଖଲ କରିବାକୁ ମେହବୁବାଙ୍କ ହାତ ଧରିଥିଲା । ମେଣ୍ଟ ଯଦିବା ବେଶିଦିନ ତିଷ୍ଠି ପାରିନଥିଲା କିନ୍ତୁ ସରକାରରେ ରହି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜେପି ନେତା । ଏବେ ମହାରାଷ୍ଟ୍ର ରାଜନୀତିରେ ଶିବସେନା ସେହି ପୁରୁଣା ଗେମ୍ ଆପଣାଉଛି ।

ଦେଶରେ ଦକ୍ଷିଣପନ୍ଥୀ ରାଜନୀତିରେ ଲମ୍ବା ସମୟ ଧରି ତିଷ୍ଠି ରହିଥିବା ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରରେ  ଭାଙ୍ଗିଛି କହିଲେ ଭୁଲ୍ ହେବନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଥିବା ଶିବସେନା ବିଜେପି ସହ ସମ୍ପର୍କ ତୁଟାଇ ସାରିଛି । କେନ୍ଦ୍ରର ମୋଦି ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ସାୱନ୍ତ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ସାୱନ୍ତ କହିଛନ୍ତି ବିଜେପି ଆମ ସହ ଛଳନା କରିଛି । ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ସହ କ୍ଷମତା ଓ ପଦବୀ ସମାନ ଭାବରେ ବାଣ୍ଟିବା ପାଇଁ ରାଜି ହୋଇଥିଲା । ଏବେ ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ରକ୍ଷା କରୁନାହିଁ ବିଜେପି। ଏପରିକି ବିଜେପି ଉଦ୍ଧବଙ୍କୁ ମିଛୁଆ ବୋଲି କହିବାକୁ ମଧ୍ୟ ପଛାଇ ନାହିଁ । ତେଣୁ, ମେଣ୍ଟ ତିଷ୍ଠି ରହିବା ଅସମ୍ଭବ । ଶିବସେନା ସତ୍ୟର ରାସ୍ତାରେ ଯାଉଛି ଆଉ ବିଜେପି ନିଜ ରାସ୍ତାରେ ।

https://nandighoshatv.comshiv-senas-arvind-sawant-announced-his-resignation-from-union-government/

୩୦ ବର୍ଷର ସମ୍ପର୍କ

୧୯୮୯ରୁ ୨୦୧୯ ଯାଏଁ ଦୀର୍ଘ ୩୦ ବର୍ଷ ଧରି ଏନଡିଏ ହାତ ଧରି ଆଗକୁ ଚାଲୁଥିଲା ଶିବସେନା । ଉଭୟ ରାଜ୍ୟରେ ଓ କେନ୍ଦ୍ରର ଦୁଇ ଦଳର ବେଶ୍ ଭଲ ସହମତି ରହିଥିଲା । ଏପରିକି ୧୯୯୫ରେ ଉଭୟ ଏକାଠି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ । ସେତେବେଳେ ବାଜପେୟୀ ଓ ଆଡଭାନୀ, ବାଲାସାହେବଙ୍କ ପରାମର୍ଶରେ ରାଷ୍ଟ୍ରୀୟ ରାଜନୀତିରେ ମଧ୍ୟ ନିଜର ବୟାନ ରଖୁଥିଲେ । ମରାଠି ମାନୁଷର ନାରା ଏତେ ଉଗ୍ର ଥିଲା ଯେ, ସାରା ଦେଶରେ ଠାକରେଙ୍କ ନାଁ ପ୍ରକମ୍ପିତ ହେଉଥିଲା । ୨୦୧୪ ମସିହା ବିଧାନସଭା ନିର୍ବାଚନରେ ଦଳ ଏକାକୀ ନିର୍ବାଚନ ଲଢ଼ିଥିଲେ ହେଁ ପରେ ବିଜେପି ସହ ମିଶି ସରକାର ଗଢ଼ିଥିଲା । କେନ୍ଦ୍ରରେ ମାତ୍ର ଗୋଟିଏ ମନ୍ତ୍ରୀପଦକୁ ନେଇ ନାଖୁସ୍ ଥିବା ଶିବସେନା ଶେଷରେ ବିଜେପି ସହ ସଂପର୍କ ତୁଟାଇବାକୁ ପସନ୍ଦ କରିଛି । ')}

Leave a Reply