ହସ୍ପିଟାଲରେ ‘ମହା’ମନ୍ତ୍ରଣା ଚାଲିଥିବା ଚର୍ଚ୍ଚା

1 min read

ମୁମ୍ବାଇ: ହସ୍ପିଟାଲ୍‌ରେ ‘ମହା’ମନ୍ତ୍ରଣା । ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଚାଲିଥିବା ହଲଚଲ୍‌ ଏବେ ଲୀଳାବତି ହସ୍ପିଟାଲ୍‌ରେ ବି ଜାରି ରହିଥିବା ବହୁ ଘଟଣାକୁ ଦେଖିଲେ ପ୍ରତୀୟମାନ ହେଉଛି । ଛାତିରେ ଯନ୍ତ୍ରଣା ଅନୁଭବ କରି ଲୀଳାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିବସେନା ମୁଖପାତ୍ର ସଂଜୟ ରାଓ୍ବତଙ୍କ ପାଖକୁ ଲାଗିଛି ନେତାଙ୍କ ଧାଡ଼ି । ମଙ୍ଗଳବାର ସକାଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସଂଜୟଙ୍କୁ ଭେଟି ସରକାର ଗଠନ ପାଇଁ ମନ୍ତ୍ରଣା କରିଥିବା ଚର୍ଚ୍ଚା ହେଉଛି । ଅସୁସ୍ଥତା ସତ୍ତ୍ବେ ରାଜ୍ୟର ରାଜନୈତିକ ପରିସ୍ଥିତି ସଂଜୟଙ୍କୁ ଏଭଳି କରିବାକୁ ବାଧ୍ୟ କରିଛି । ଏଥିସହ ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ତାଙ୍କୁ ଭେଟିଛନ୍ତି । 

ସେପଟେ ୩୦ ବର୍ଷର ସଂପର୍କ ଭାଙ୍ଗିଯାଇଥିଲେ ବି ବିଜେପି ଭୁଲିନି ରାଜନୈତିକ ସୌଜନ୍ୟତା । ଭାଜପା ନେତା ଆଶିଷ ସୋଲାର ମଧ୍ୟ ସଂଜୟଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି । ଲାଗୁଛି ଯେମିତି ସଂଜୟଙ୍କ ଜରିଆରେ ଶେଷ ଚେଷ୍ଟା କରୁଛି ବିଜେପି । କାହିଁକି ନା ରାଜନୀତିରେ କିଛି ବି ସମ୍ଭବ । ତେବେ ସୋମବାର ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ସଂଜୟଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯଦିଓ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ଏହା ରୁଟିନ ଚେକଅପ୍‌, ତଥାପି ସଂଜୟଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ କିଛିଦିନ ରହିବାକୁ ପଡ଼ିବ ।

ସଂଜୟ ରାଓ୍ବତ ଶିବସେନା ମୁଖପତ୍ର ‘ସାମନା’ର କାର୍ଯ୍ୟନିର୍ବାହୀ ସଂପାଦକ ଅଛନ୍ତି । ଅକ୍ଟୋବର ୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ସଂଜୟଙ୍କ ଏକ ଟୁଇଟ୍‌କୁ ନେଇ ଦେଶର ରାଜନୀତିରେ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଜେପି ଶିବସେନା ସଂପର୍କକୁ ଏଥର ଫଳାଫଳ ବିଗାଡ଼ିପାରେ ଏଭଳି କିଛି ସନ୍ଦେଶ ମିଳିଥିଲା । ସଂଜୟ ରାଓ୍ବତ ସେନାର ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ‘ସାମନା’ରେ ରଖି ୫୦-୫୦ ଫର୍ମୁଲା ଦାବିକୁ ଦୃଢ଼ କରିଥିଲେ । ଯାହାଫଳରେ ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜନୀତିରେ କ୍ଲାଇମାକ୍ସ ଆସିପାରୁନି । ')}

Leave a Reply