ବୀମା କମ୍ପାନୀ ଉପରେ IRDAIର ଅଙ୍କୁଶ: ଏଲ୍‌ଆଇସି ବନ୍ଦ କରିବ କିଛି ଲୋକପ୍ରିୟ ପଲିସି

1 min read

ମୁମ୍ୱାଇ: ପଲିସି ବନ୍ଦ କରିବ ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି ! ପ୍ରାୟ ୨ ଡଜନ୍‌ରୁ ଅଧିକ ବ୍ୟକ୍ତିଗତ ବୀମା ପଲିସି, ୮ଟି ଗ୍ରୁପ୍‌ ବୀମା ପଲିସି ଓ ୭ରୁ୮ ଟି ରାଇଡର୍‌ ପଲିସିକୁ ବନ୍ଦ କରିବ । ନଭେମ୍ୱର ୩୦ ସୁଦ୍ଧା ବନ୍ଦ ହେବ ଏହି ସବୁ ପଲିସି । ବନ୍ଦ ହେବାକୁ ଥିବା ପଲିସି ମଧ୍ୟରେ ରହିଛି ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଏବଂ ଜୀବନ ଲାଭ ଭଳି ପଲିସି  ।

ଆଗାମୀ କିଛି ମାସ ମଧ୍ୟରେ ଏହି ସବୁ ପଲିସି ସଂଶୋଧିତ ହୋବାପରେ ପୁଣି ଥରେ ମାର୍କେଟରେ ପୁନଃ ଲଞ୍ଚ କରାଯିବ ।ସଂଶୋଧିତ ପଲିସିରେ ବୋନସ୍‌ କମ୍ ଥିବାବେଳେ ପ୍ରିମିୟମ୍‌ ଅଧିକ ଦେବାକୁ ପଡ଼ିପାରେ ।

ମିଳିଥିବା ସୂଚନା ଅନୁଯାୟୀ ୭୫-୮୦ଭାଗ ପଲିସି ୩୦ ନଭେମ୍ୱର ପରେ ବନ୍ଦ ହେବ । ୮ ଜୁଲାଇ ୨୦୧୯ରେ ଜାରି ବୀମା ନିୟାମକ ନିୟମର ଉଲ୍ଲଙ୍ଘନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ତେଣୁ ଏଲ୍‌ଆଇସି ଏଜେଣ୍ଟମାନେ ୩୦ ନଭେମ୍ୱର ପୂର୍ବରୁ ଏହି ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଉଛନ୍ତି  ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଇନ୍ୟୁରାନ୍ସ ରେଗୁଲେଟିଂ ଏବଂ ଡେଭଲପମେଣ୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ(irdai)ର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୩୦ ନଭେମ୍ୱର ସୁଦ୍ଧା ପ୍ରାୟ ୩୦୫ ପ୍ରକାର ବୀମା ପଲିସୀ ମାର୍କେଟରୁ ଫେରାଇନିଆଯିବ । ଏହି ସବୁ ଯୋଜନା ବୀମା ଅଧିନିୟମର ପାଳନ କରୁନାହାନ୍ତି । ପଲିସିଗୁଡ଼ିକରେ ସାମାନ୍ୟତମ ପରିବର୍ତ୍ତନ ସହ ଏଗୁଡ଼ିକର ପୁଣି ବିକ୍ରି କରାଯାଇପାରିବ ।

ମାର୍କେଟରୁ ପଲିସିକୁ ଫେରାଇନେବାର ଅର୍ଥ ଏହା ନୁହଁ କି, ବଜାରକୁ ଏହା ତୁରନ୍ତ ଫେରିବ ନାହିଁ । ଅଧିନିୟମ ଅନୁଯାୟୀ ବୀମାକାରୀ ମାର୍କେଟରୁ ଫେରାଇ ଆଣିଥିବା ପଲିସିଗୁଡ଼ିକରେ ପରିବର୍ତ୍ତନ କରିବା ସହ ବିକ୍ରି କରିପାରିବେ । ପଲିସିଗୁଡ଼ିକୁ ତୁରନ୍ତ ପୁଃନ ଲଞ୍ଚ କରିବା ପାଇଁ ‘ୟୁଜ୍‌ ଆଣ୍ଡ ଫାଇଲ୍‌’ ନିୟମ ଅଧିନରେ ବିକ୍ରି ପାଇଁ ଅନୁମତି ଦିଆଯିବ । ପରେ ସଂଶୋଧିତ ପଲିସିକୁ ଭେରିଫିକେସନ୍‌ ପାଇଁ irdaiଙ୍କ ନିକଟରେ ଆବେଦନ କରିପାରିବେ । ବୀମା ଅଧିନିୟମ ପଲିସିକୁ ଅଧିକ ଗ୍ରାହକ କେନ୍ଦ୍ରିକ କରିବା ସହ ଭୁଲ ବିକ୍ରି ଉପରେ ଅଙ୍କୁଶ ଲଗାଏ ବୋଲି କହିଛନ୍ତି irdai ଅଧିକାରୀ ।

ଏଲ୍‌ଆଇସି ଚେୟାରମ୍ୟାନ୍‌ ଏମ୍‌.ଆର କୁମାର

ଏଲ୍‌ଆଇସି ଅଧ୍ୟକ୍ଷ ଏମ୍‌ ଆର କୁମାରଙ୍କ କହିବା ହେଲା ଯେ, ଆମେ କିଛି ଉତ୍ପାଦକୁ ବନ୍ଦ କରିବୁ, ନୂଆ ମାନଦଣ୍ଡ ଅନୁଯାୟୀ ସଂଶୋଧିତ କରାଯିବ, ଏବଂ ଖୁବ୍‌ଶୀଘ୍ର ପୁଣି ଥରେ ଏହାକୁ ଲଞ୍ଚ କରାଯିବ ।

ଏଲ୍‌ଆଇସିର ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବୀମା ଯୋଜନା ଗୁଡ଼ିକର ସଂଶୋଧନ ନେଇ irdai  ଉଦାରମନୋଭାବ  ପୋଷଣ କରୁଛନ୍ତି । ଆମର ଟର୍ମ, ପ୍ଳାନ୍ ପୂର୍ବରୁ ହିଁ ପ୍ରସ୍ତୁତ ହୋଇସାରିଛି । ପ୍ରାୟ ୨୫ଟି ବ୍ୟାକ୍ତିଗତ ଯୋଜନା, ୮ଟି ଗ୍ରୁପ୍‌ ପ୍ଳାନ୍‌, ୭ରୁ୮ଟି ରାଇଡର୍‌ ପ୍ଳାନ୍‌ର ସଂଶୋଧନର ଆବଶ୍ୟକତା ରହିଛି । ')}

Leave a Reply