ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ

1 min read
Amardha-air-strip-gets-no-attention.

ଦ୍ୱିତୀୟ ବିଶ୍ୱଯୁଦ୍ଧ ମୁକସାକ୍ଷୀ ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ  । ଏହା ବିଷୟରେ ଆଜି ବି ଅନେକ ଜାଣି ନାହାନ୍ତି  ।  ଏହାର ପୁନରୁଦ୍ଧାର କରି ବ୍ୟବହାର କରାଯାଇପାରିବ  । ଐତିହାସିକ ଗୌରବ ଉଦ୍‌ଜୀବିତ ହେବା ସହ ଯୁଦ୍ଧ ସମୟରେ ମଧ୍ୟ ଏହି ଏୟାରଷ୍ଟ୍ରିପ୍‌କୁ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି  । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ରେ ରହିଛି ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌  । ଏହାକୁ ୬୦୦ ଏକର ଜମିରେ ୩କୋଟି ଟଙ୍କାରେ ଇଂରେଜମାନେ ନିର୍ମାଣ କରିଥିଲେ  ।

ଭୌଗୋଳିକ ଦୃଷ୍ଟିରୁ ଏହା ଏକ ଷ୍ଟ୍ରାଟେଜିକ୍‌ ପଏଣ୍ଟ  । ହେଲେ ଦୂରଦୃଷ୍ଚି ଅଭାବରୁ ଏହା ଏବେ ଅବହେଳିତ ଅବସ୍ଥାରେ ପଡିରହିଛି  । ସମଗ୍ର ଦେଶରେ ଏଭଳି ସାମରିକ ଭିତ୍ତିଭୂମି ନାହିଁ । ଏହି ଏୟାରଷ୍ଟ୍ରିପ ଇତିହାସର ଗାଥାକୁ ବହନ କରୁଛି  । ଏକକାଳୀନ ୨ଟି ବଡ ଯୁଦ୍ଧ ବିମାନ ଅବତରଣ କରିବାର କ୍ଷମତା ରଖିଛି ଏହି ଏୟାରଷ୍ଟ୍ରିପ୍  । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଯିବାକୁ ବସିଛି  । ଏବେ ରହିଛି କେବଳ୧୧ହଜାର ଫୁଟ ଲମ୍ବର ରନ୍‌ୱେ  । ସ୍ୱାଧୀନତା ପରେ ଏହି ଏୟାରଷ୍ଟ୍ରିପ ଭାରତ ସରକାରଙ୍କ DRDO ଅଧୀନରେ ରହିଛି  । ହେଲେ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆନଯିବାରୁ ଏହା ଅକାମୀ ହୋଇ ପଡିରହିଛି । ଅମର୍ଦ୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର କରାଗଲେ ଏହା ଦେଶର ଗୌରବ ବଢାଇବା ସହ ଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ  ।

 

Leave a Reply