ତରବରରେ ହୋଇଥିଲା ଆଦିତ୍ୟଙ୍କ ବାହାଘର, ବ୍ରେକଅପ୍ କାହିଁକି ହେଲା ଜାଣିନି: ପପୁ

1 min read

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସହ ଗୁନ୍ଥି ଗୁନ୍ଥି ହୋଇ ଚାଲିଛି ନୂଆ ନୂଆ ଦିଗ । ବାହାଘର ପରେ ଆଦିତ୍ୟଙ୍କ ଉପରେ ପଡ଼ୁଥିଲା ବାହ୍ୟ ଚାପ । ଏନେଇ ଆଦିତ୍ୟଙ୍କ ବାପା, ମାଆ ଅଭିଯୋଗ କରିବା ପରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର । ଚିନ୍ମୟୀ ସମସ୍ତ ଅଭିଯୋଗକୁ ମିଛ କହିବା ସହ ଉଭୟଙ୍କ ମଧ୍ୟରେ ଫେସବୁକରୁ ଆରମ୍ଭ ହୋଇଥିବା ସମ୍ପର୍କ ୪ ମାସ ଯାଏଁ ତିଷ୍ଠି ଥିଲା ବୋଲି କହିଛନ୍ତି । ଆଉ ଚିନ୍ମୟଙ୍କ କଥାରେ ହଁ ଭରିଛନ୍ତି ‘ପିପୁଲ ଫର ସେବା’ ସଂଗଠନର ସଦସ୍ୟ ପପୁ ।

FILE

ପ୍ରତିକ୍ରିୟା ରଖି ପପୁ, ଆଦିତ୍ୟ-ଚିନ୍ମୟୀ ପରସ୍ପରକୁ ଭଲ ପାଉଥିଲେ ବୋଲି କହିଛନ୍ତି । ତେବେ, ଉଭୟଙ୍କ ମଧ୍ୟରେ କାହିଁକି ଫାଟ ସୃଷ୍ଟି ହେଲା, ବ୍ରେକଅପ୍ କେମିତି ହେଲା ମୋତେ ଜଣାନାହିଁ । କିନ୍ତୁ ଭଲପାଇବା ଏକତରଫା ନଥିଲା ବୋଲି ପପୁ କହିଛନ୍ତି । ଆଦିତ୍ୟଙ୍କ ପରିବାର କରୁଥିବା ସାଇକୋ ଲେଡି ଅଭିଯୋଗ ଉପରେ ପପୁ ପ୍ରତିକ୍ରିୟା ରଖିଛନ୍ତି । ଚିନ୍ମୟୀ ସାଇକୋ ହୋଇଥିଲେ ଆଦିତ୍ୟ ତାଙ୍କୁ ଭଲ ପାଇନଥାନ୍ତେ ବୋଲି ପପୁ କହିଛନ୍ତି ।

ଆଦିତ୍ୟଙ୍କ ପରିବାର ପକ୍ଷରୁ ହୋଇଥିବା ବ୍ଲାକ ମେଲିଂ ଅଭିଯୋଗ ଉପରେ ପପୁ ମତ ରଖିଛନ୍ତି । ଆଦିତ୍ୟ କେବେ ବ୍ଲାକ୍ ମେଲିଂ କଥା କହିନାହାଁନ୍ତି ବୋଲି ପପୁ କହିଛନ୍ତି । ଆଦିତ୍ୟ-ଚିନ୍ମୟୀଙ୍କ ମଧ୍ୟରେ କାହିଁକି ବ୍ରେକ୍ ଅପ୍ ହେଲା ସେକଥା ପପୁ ଜାଣିନାହାଁନ୍ତି । ତେବେ ଆଦିତ୍ୟଙ୍କ ବାହାଘର ତରବରିଆ ଭାବରେ ହୋଇଥିବା ପପୁ କହିଛନ୍ତି । ଯାହାକି ବିବାହ ଓ ବିଦ୍ୟାଶ୍ରୀଙ୍କୁ ସନ୍ଦେହଘେରକୁ ଆଣିଛି ।

Leave a Reply