କାହିଁକି କୁକୁର ଚୋରି ଧରାଇଲା CCTV ?

ଅନୁଗୁଳ: କୁକୁର ଚୋର ଧରାଇ ଦେଲେ ବୋଲି ଘର ଉପରେ ଆକ୍ରମଣ । ଜେଲରୁ ଫେରିବା ପରେ ରାଗ ଶୁଝାଇଲା ଚୋର । ରାତି ଅଧରେ ଆକ୍ରମଣ କରିବା ସହ ଗାଡି ମଧ୍ୟ ପୋଡ଼ିଦେଲେ । ଯାହାର ଚିତ୍ର କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଆଉ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପ୍ରଥମେ ଆସିଲେ କବାଟ ବାଡ଼େଇଲେ । ପରେ ପରିବାର ଲୋକଙ୍କୁ ବି ଆକ୍ରମଣ କଲେ । ପୁଣି ବିଳମ୍ବିତ ରାତିରେ ଆସି ଘରେ ପାର୍କିଂରେ ଥିବା ଗାଡ଼ିକୁ ଜାଳିଦେଲେ ଦୁର୍ବୃତ୍ତ । କେବଳ ସେତିକି ନୁହେଁ ଆଖପାଖରେ ଥିବା ଆସବାବପତ୍ରକୁ ବି ପୋଡ଼ିଦେଲେ । ଆକ୍ରମଣ ଖବର ପାଇଁ ପୋଲିସ ପହଞ୍ଚିବା ବେଳକୁ ଛୁ ମାରିଥିଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଥିବା ଛାତିଥରା ଦୃଶ୍ୟ ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁର ।

ଗତ କିଛି ଦିନ ତଳେ ପଡ଼ୋଶୀ ଘରୁ ଏକ ଦାମୀ ବିଦେଶୀ କୁକୁର ଚୋରି ହୋଇଥିଲା । ପଡ଼ିଶା ଘର ଲୋକ ଏ ନେଇ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ବାବୁଲିଙ୍କ ଘରେ ଲାଗିଥିବା ସିସିଟିଭିର ସହାୟତା ନେଇଥିଲା । ଆଉ ଚୋର ଧରିବାରେ ବି ସକ୍ଷମ ହୋଇଥିଲା । ତେବେ ବାବୁଲି କାହିଁକି ସିସିଟିଭି ଫୁଟେଜ୍ ପୋଲିସକୁ ଦେଲେ ? ଏହାକୁ ସହଜରେ ହଜମ କରିପାରି ନଥିଲା ଅଭିଯୁକ୍ତ । ରାଗ ସୁଝାଇବାକୁ ଯାଇ ପୁଣି ଜଘନ୍ୟ ଅପରାଧ କରିଥିଲା ।

Leave a Reply