କରୋନା ସହ ଲଢ଼ି ସୁସ୍ଥ ହେଲେ ୯୫ ବର୍ଷୀୟ ବୃଦ୍ଧ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

1 min read

ଗଞ୍ଜାମ: ବୃଦ୍ଧ ଜଣଙ୍କୁ ବୟସ ୯୫ ବର୍ଷ । କିନ୍ତୁ ବୟସ ଅପରାହ୍ନରେ ହାର ମାନିଛି କରୋନା । ଅହରହ କରୋନା ସହ ମନୋବଳକୁ ଦୃଢ଼ ରଖି ସଂଘର୍ଷ କରିଛନ୍ତି ବୃଦ୍ଧ ବ୍ୟକ୍ତି । ସଂଘର୍ଷ ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜୀବନରେ କାରୋନା ଅସ୍ତ ହୋଇ ନୂଆ ସୂର୍ଯ୍ୟ ଉଦୟ ହୋଇଛି । ତାଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିରେ । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ନାମ ହେଉଛି ଉଦୟନାଥ ବିଷୋଇ ।

ସେ ସୁସ୍ଥ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣକୁ ଅନେକ ଅନେକ ଶୁଭେଚ୍ଛା । କାରଣ ତୁମେ କରୋନା ବିରୁଦ୍ଧରେ ଏକ ବଡ଼ ଯୁଦ୍ଧ ଜିତିଛ । ଆପଣ ଅନ୍ୟ କରୋନା ରୋଗୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ଆପଣଙ୍କୁ ଦେଖି ଅନ୍ୟ ରୋଗୀ ମାନଙ୍କ ମନରେ କରୋନା ସହ ଲଢ଼ିବା ପାଇଁ ମନରେ ଦୃଢ଼ ଶକ୍ତି ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

https://twitter.com/Ganjam_Admin/status/1285271594093301760

ସୂଚନା ଅନୁଯାୟୀ, ସୁସ୍ଥ ବ୍ୟକ୍ତି ଉଦୟନାଥ ବିଷୋଇ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ହେବା ପରେ ତାଙ୍କୁ ଗଞ୍ଜାମର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସେ ଗତ ୧୮ ତାରିଖରେ ଘରକୁ ଡିଶ୍ଚାର୍ଯ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି କହିଛନ୍ତି । କୁଲାଙ୍ଗେ ଏଥିପାଇ ସମସ୍ତ ଶ୍ରେୟ କେବଳ ଡାକ୍ତର ମାନଙ୍କୁ ଦେଇଛନ୍ତି । କେବଳ ଡାକ୍ତର ମାନଙ୍କର ପ୍ରୟାସ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲାପାଳ  କୁଲାଙ୍ଗେ କହିଛନ୍ତି ।  ।

Leave a Reply