୧୦ଦିନିଆ ସଟଡାଉନରେ ସମ୍ବଲପୁର

sambalpur shutdown

ସମ୍ବଲପୁର: ରାଜ୍ୟରେ ସଂକ୍ରମିତଙ୍କ  ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ଜନସାଧାରଣ । ଏହାର ମୁକାବିଲା ପାଇଁ ସରକାର ନେଉଛନ୍ତି ଦୃଢ ପଦକ୍ଷପ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ଜିଲ୍ଲା ପକ୍ଷରୁ କଠୋର ପଦକ୍ଷପ ମଧ୍ୟ ନିଆଯାଉଛି । ତେବେ ଏହି ଧାରାରେ ଆଜିଠୁ ସମ୍ବଲପୁର ଜିଲ୍ଲା ସଟଡାଉନ । କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା  ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ  ସଂକ୍ରମଣର ଚେନ୍ ଭାଂଗିବା  ପାଇଁ  ପୁରା  ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଆଜିଠାରୁ ଅର୍ଥାତ୍ ୨୨ଜୁଲାଇରୁ ୩୧ଜୁଲାଇ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ସଟଡାଉନ ଘୋଷଣା କଲେ ସମ୍ବଲପୁର ଜିଲ୍ଲାପାଳ । ଲୋକମାନେ ଘରେ ରହି ସଂକ୍ରମଣର ଚେନ୍  ଭାଂଗିବାରେ ସହଯୋଗ କରିବା ପାଇଁ  ଜିଲ୍ଲାପାଳ ଅପିଲ କରିଛନ୍ତି ।

ଲଗାତାର ୪ଦିନ ହେବ ସମ୍ବଲପୁରରେ ୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଥିଲା । ତେଣୁ ପ୍ରସାଶନ ଏଭଳି ଏକ କଠୋର ପଦକ୍ଷପ ନେଇଛି । ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ସଟଡାଉନରେ ଛକ ଛକରେ ପୋଲି ବ୍ଲକିଂ କରି ଚେକିଂ କରୁଥିବାର ଦେଖିବାକୁ ମିଳିଛି । ଏବଂ ଘରୁ ବାହାରିବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରିଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲାରେ ୧୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଗତକାଲି ଏନେଇ ଜିଲ୍ଲାପାଳ ୩୧ଯାଏଁ ସଟଡାଉନ ଘୋଷଣା କରିଛିନ୍ତି ।

ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମୁଦାୟ ୧୯୪ ସଂକ୍ରମିତଙ୍କ ମଧ୍ୟରୁ ୧୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ୮୨ଜଣଙ୍କ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକତ୍ସା କରାଯାଉଛି ।

(ସମ୍ବଲପୁରରୁ ଭବାନୀ ଶଙ୍କର ଭୋଇ)

Leave a Reply