ସୁସ୍ଥ ହୋଇଥିବା ୪ ଏନ୍‌ଡିଆର୍‌ଏଫ୍‌ ଯବାନ ଏସସିବିରେ ଦାନ କଲେ ପ୍ଲାଜମା

1 min read

କଟକ: କଟକ ଏସସିବିରେ ଏନଡିଆରଏଫ ମୁଣ୍ଡୁଳି ତୃତୀୟ ବାଟାଲିୟନର ୪ ଯବାନ ପ୍ଲାଜମା ଦାନ କରିଛନ୍ତି । ଗତକାଲି ୮ ଯବାନଙ୍କ ଆଣ୍ଟି ବଡି ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ସୋମବାର ଦିନ ୪ ଜଣ ପ୍ଲାଜମା ଦେଇଛନ୍ତି । ସେମାନଙ୍କ ପ୍ଲାଜମା ଅନ୍ୟମାନଙ୍କ ଜୀବନ ବଞ୍ଚାଇବ । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏନଡିଆରଏଫ୍ ଯବାନ । ଏଥିସହ ସଂକ୍ରମିତଙ୍କୁ ଧର୍ଯ୍ୟ ଓ ସାହାସ ସହ ମୁକାବିଲା କରିବାକୁ କହିଛନ୍ତି । ଖାଲି ସେତିକି ନୁହେଁ, ବାଟାଲିଅନର ସୁସ୍ଥ ହୋଇଥିବା ସମସ୍ତ ଯବାନ କରୋନା ଲଢେଇପାଇଁ ପ୍ଲାଜମା ଦେବାକୁ ଇଚ୍ଛୁକ ବୋଲି କହିଛନ୍ତି ଏନ୍‌ଡିଆରଏଫ୍‌ ଇନସ୍ପେକ୍ଟର ।

ସେପଟେ ରାଜ୍ୟ ଏବେ କରୋନା ପାଇଁ ଘାଣ୍ଟି ହେଉଛି । କରୋନାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଜୁଲାଇ ମାସରେ ଆହୁରି ୧୦ ହଜରା ସଂକ୍ରମିତ ଚିହ୍ନଟ ହୋଇ ପାରନ୍ତି ବୋଲି ସୂଚନା ରହିଛି । ତେବେ ଏଭଳି ସମୟରେ କରୋନା ସହ ଲଢ଼େଇ ପାଇଁ ପ୍ଲାଜମା ଥେରାପି ଆଶ୍ୱସ୍ତି ଆଣି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ଲାଜମା ଥେରାପିରେ ଗୁରୁତର ରୋଗୀ ସୁସ୍ଥ ହେଉଥିବା ବେଳେ ଏହା କରୋନା ବିରୋଧରେ ଏକ ଉପଯୁକ୍ତ ଅସ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରାଜ୍ୟରେ ଯେଉଁ ମାନେ କରୋନା ସହ ଲଢ଼େ କରି ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜମା ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ଲାଜମା ଦାନ କରିବା ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି । କରୋନାରେ ଗୁରୁତର ଥିବା କିଛି ରୋଗୀ ପ୍ଲାଜମା ଦାନ ଥରାପି ଦ୍ୱାରା ସୁସ୍ଥ ହୋଇଛନ୍ତି । ତେବେ ଗୁରୁତର କରୋନା ରୋଗୀଙ୍କ ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି

Leave a Reply