ବଞ୍ଚିବାର ବିଦ୍ୟା ବାଣ୍ଟୁଛନ୍ତି ବିଦ୍ୟାଧର

ଭୁବନେଶ୍ୱର: ଜୀବନ ଓ ମୃତ୍ୟୁ ଆଉ ଏଇ ମଝିରେ ଯନ୍ତ୍ରଣା । ଜୀବନ ଥିବା ଯାଏଁ ମଣିଷ ଯନ୍ତ୍ରଣା ସହ ଘାଣ୍ଟି ହଉଥାଏ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ  କରୁଥାଏ ସଂଗ୍ରାମ। ଆଉ ଏଇ ସଂଗ୍ରାମ ବର୍ଷେ କି ଦୁଇ ବର୍ଷର ନୁହଁ, ଆଠ ବର୍ଷର । ମୃତ୍ୟୁ ମୁଖରୁ ଫେରି ଆସିଥିବା ବିଦ୍ୟାଧରଙ୍କ ସଂଗ୍ରାମ କୌଣସି ଯୋଦ୍ଧା ଠାରୁ କମ ନୁହଁ। ଟିବି ରୋଗରେ ପୀଡ଼ିତ ବିଦ୍ୟାଧର ମୃତ୍ୟୁ କୁ ଅତି ନିକଟରୁ ଦେଖିଛନ୍ତି। ଶେଷରେ ମୃତ୍ୟୁକୁ ପରାସ୍ତ କରି  ସେ ପାଇଛନ୍ତି ଆଉ ଏକ ଜୀବନ। ସେଥିପାଇଁ ତ ଏବେ ଶହ ଶହ ଟିବି ରୋଗୀଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ।

ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ବିଦ୍ୟାଧରଙ୍କ ଘର। ଘରେ କମ ଡାକ୍ତରଖାନା ଓ ଅନ୍ୟ ଲୋକଙ୍କ ଘରେ ବିତେ ତାଙ୍କର ଅଧିକ ସମୟ। କିଏ କାଶିଲା କେତେ ଦିନ କାଶିଲା, କଫ ପରୀକ୍ଷା ହୋଇଛି ନା ନାହିଁ, ରାତି ପାହିଲା ଠାରୁ ଶୋଇବା ଯାଏଁ ଲୋକଙ୍କୁ ଭେଟୁଥାନ୍ତି ଏବଂ ଏମିତି ଅନେକ ପ୍ରଶ୍ନ ପଚାରିଥାନ୍ତି ବିଦ୍ୟାଧର।

ଟିବି ରୋଗର ଯନ୍ତ୍ରଣାକୁ ଅଙ୍ଗେ ଲିଭେଇଛନ୍ତି ବିଦ୍ୟାଧର। ସେ ଜାଣନ୍ତି କେତେ ଯନ୍ତ୍ରଣାଦାୟକ ଏଇ ଟିବି। ସେଥିପାଇଁ ତ କାହାର କାଶ ଶୁଣିଲେ ପହଂଚିଯାଆନ୍ତି ତାଙ୍କ ପାଖରେ। ଆଉ ତାପରେ ଚାଲେ ପରାମର୍ଶ। ଆମ ସମାଜର ଯେତେ ଉନ୍ନତି ହେଉ ନା କାହିଁକି ଆଜି ବି ଏଠି ଅନ୍ଧବିଶ୍ୱାସ ଭରି ରହିଛି। ଅନେକ ଲୋକେ ଯକ୍ଷ୍ମା ବା ଟିବି ରୋଗ ବିଷୟରେ ବିଭିନ୍ନ ଭ୍ରାନ୍ତ ଧାରଣା ରଖିଥାନ୍ତି , ସେଇଥିପାଇଁ ଅନେକ ସମୟରେ ଯକ୍ଷ୍ମା ରୋଗୀ ସାମାଜିକ ବାସନ୍ଦରବି ଶିକାର ହୋଇଥାନ୍ତି ।

ଆଉ ଏଭଳି ପରିସ୍ଥିତିରେ ରୋଗୀଙ୍କ ମାନସିକ ସ୍ଥିତି ବି ବିଗିଡି ଯାଏ। ଏସବୁକୁ ଅତି ନିକଟରୁ ଦେଖିଛନ୍ତି ବିଦ୍ୟାଧର। ଏଥିପାଇଁ ଅନେକଙ୍କ ଦୁଃଖ ସମୟରେ ହସ  ଫୁଟାଇବା ପାଇଁ ପହଞ୍ଚିଯାନ୍ତି ବିଦ୍ୟାଧର।  ଅଙ୍ଗେ ଲିଭେଇଥିବା କାହାଣୀ କହି ଟିବି ରୋଗୀଙ୍କୁ ଦିଅନ୍ତି ବଞ୍ଚିବାର ମନ୍ତ୍ର। ନିଜେ ବଂଚିବା ସହ ୧୨୦ ଲୋକଙ୍କୁ ଜିଇଁବାର ବାଟ ଦେଖାଇ ଚାଲିଛନ୍ତି ବିଦ୍ୟାଧର।

ଟିବି ସହ ୮ ବର୍ଷ ର ଲଢେଇ ପରେ ବି ମୁଁ ବଞ୍ଚିଛି। ତୁମେ ବି ବଞ୍ଚିବ। ମୋ ଭଳି ହସିବା  ଏବଂ ଅନ୍ୟଙ୍କ ମୁହଁରେ ହସ ଫୁଟାଇବ। ଟିବି ରୋଗୀଙ୍କ ପାଇଁ ଅନେକ ସରକାରୀ ସୁବିଧା ରହିଛି। ଆଉ ଏଭଳି ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତି ବିଦ୍ୟାଧର। କେତେବେଳେ ପରାମର୍ଶଦାତା ତ କେତେବେଳେ ନିଜ ଲୋକଙ୍କ ଠାରୁ ବି ସେ ହୋଇଯାନ୍ତି ଅଧିକ ନିକଟତର। ରାସ୍ତା ଘାଟରେ ଠିଆ ହୋଇ ଅନ୍ଧବିଶ୍ୱାସ ବିରୋଧରେ ସେ ଉଠାଇଛନ୍ତି ସ୍ୱର। ଅନେକ ବିରୋଧ ର ସାମ୍ନା ବି କରିଛନ୍ତି କିନ୍ତୁ ସେ କେବେବି ଅଟକି ନାହାନ୍ତି।

ସ୍ବେଚ୍ଛାସେବୀ ଭାବରେ ୧୨୦ ଟିବି ରୋଗୀଙ୍କ ସ୍ବାସ୍ଥ୍ୟ କଥା ସେ ବୁଝୁଛନ୍ତି। କିଏ ଡାକ୍ତରଖାନା ଯିବ, କେତେବେଳେ ଔଷଧ ଖାଇବ, ବ୍ୟାଙ୍କ ଖାତାକୁ ସରକାରୀ ଅନୁଦାନ ଟଙ୍କା ଆସିଲା କି ନାହିଁ, ସେ ସବୁ ହିସାବ ବି ଥାଏ ତାଙ୍କରି ପାଖରେ। ମଧ୍ୟବିତ୍ତ ପରିବାରର ସଦସ୍ୟ ହୋଇଥିଲେ ବି ଅଧିକ ଟଙ୍କା ପ୍ରତି ତାଙ୍କର ଲୋଭ ନାହିଁ। ଅଳ୍ପ ଟଙ୍କାରେ ବି ସେ ସନ୍ତୁଷ୍ଟ। ଆଉ ରାତି ଦିନ ଟିବି ରୋଗୀଙ୍କ ସମସ୍ୟାର ସମାଧାନ  ପାଇଁ ଦେଖୁଥାନ୍ତି ସେ ସ୍ବପ୍ନ।  ବାସ୍ତବରେ ବିଦ୍ୟାଧର କୌଣସି ଦେବଦୂତଙ୍କ ଠାରୁ କାମ ନୁହନ୍ତି

ଅନୁଜ ଦାସ

ବରିପାଳ , ଆନନ୍ଦପୁର, କେନ୍ଦୁଝର

୮୨୪୯୨୩୦୬୭୧

Leave a Reply