ସାଇଡ୍ ଦେବା ସମୟରେ ବୋଲେରୋ ଓଲଟି ୨ ମୃତ, ୮ ଗୁରୁତର

ଉମରକୋଟ: ସଡ଼କ ସୁରକ୍ଷା ସପ୍ତାହରେ ଚାଲିଗଲା ଜୀବନ । ଦ୍ରୁତଗତିରେ ଯାଉଥିବା ଗାଡ଼ିକୁ ବାଟ ଛାଡ଼ୁ ଛାଡ଼ୁ ହୋଇଗଲେ ଅଫେରା ବାଟର ପଥିକ । ଛତିଶଗଡ଼ର ଜବଲପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

3 Odia Dead In A Road Accident In Jabalpur Of Chhatishgarh

ସୂଚନା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ କାମ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହର ଓ ବେହେଡ଼ା ପଞ୍ଚାୟତର ୧୦ ଜଣ ଛତିଶଗଡ଼ ଯାଇଥିଲା । କାମ ସାରି ବୋଲେରୋ ଯୋଗେ ଫେରିବା ବେଳେ ଜବଲପୁର ନିକଟରେ ଦୁର୍ଘଟଣା ଘଟିଛି । ଅନ୍ୟ ଏକ ଗାଡ଼ିକୁ ବୋଲେରୋ ବାଟ ଛାଡ଼ିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ବୋଲୋରୋର ଟାୟାର ଫାଟିଯିବା ସହ ରାସ୍ତା ଉପରେ ବାରମ୍ବାର ଓଲଟିଥିଲା ବୋଲୋରଟି ।

3 Odia Dead In A Road Accident In Jabalpur Of Chhatishgarh

ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ବୋଲେରୋ ଡ୍ରାଇଭର ନିରଞ୍ଜନ ପାତ୍ର ଓ ଚରଣ ମାଝି । ଅନ୍ୟଜଣେ ଗୁରୁତର ସୁନାଧର ହରିଜନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।

Leave a Reply