୧୦୦ କିଲୋମିଟର ବ୍ୟାପୀ ଟ୍ରାକ୍ଟର ପରେଡ୍ କରିବେ ଚାଷୀ: ଦିଲ୍ଲୀ ପୋଲିସ ଦେଲା ଅନୁମତି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବ ଟ୍ରାକ୍ଟର ପରେଡ୍  । ଅନୁମତି ଦେଲା ଦିଲ୍ଲୀ ପୋଲିସ  । ୧୦୦ କିଲୋମିଟର ବ୍ୟାପୀ ପରେଡ୍ କରିବେ ଅନ୍ନଦାତା  । ଶୁକ୍ରବାର ଦିଲ୍ଲୀ ପୋଲିସ ଓ ଚାଷୀ ସଙ୍ଗଠନ ମଧ୍ୟର ବସିଥିବା ବୈଠକରେ ପରେଡ୍ କରିବା ପାଇଁ ଚାଷୀଙ୍କୁ ଅନୁମତି ଦେଇଛି ପୋଲିସ  । ଶାନ୍ତିପୂର୍ଣ୍ଣ ଭାବେ ଅଲଗା ଅଲଗା ରୁଟରେ ହେବ ପରେଡ୍  । ୧୦୦ କିଲୋମିଟର ବ୍ୟାପୀ ହେବାକୁ ଥିବା ଏହି ପରେଡରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର  । ସାରା ବିଶ୍ୱ ଏହି ପରେଡ୍ ଦେଖିବ ବୋଲି କହିଛନ୍ତି ଚାଷୀ ନେତା  । ତେବେ କିଭଳି ପରେଡ୍ ହେବ ଓ କେଉଁ ରୁଟରେ ହେବ ସେ ନେଇ କାଲି ବିସ୍ତୃତ ଭାବେ ଅବଗତ କରାଇବେ ଚାଷୀ ସଙ୍ଗଠନ  । ପରେଡ୍ ପାଇଁ ଏବେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରେ ପରେଡ କରିବା ପାଇଁ ଚାଷୀ ସଙ୍ଗଠନ ଓ ଦିଲ୍ଲୀ ପୋଲିସ ମଧ୍ୟରେ ହୋଇଥିଲା ଆଲୋଚନା  । ତିନି ନୂଆ କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି  । ଦୀର୍ଘ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଏବେ ଜୋରଦାର ହେବାକୁ ଯାଉଛି  ।

ଏଥିସହିତ ପଢ଼ନ୍ତୁ: ଏମ୍ସ ସୁରକ୍ଷାକର୍ମୀଙ୍କୁ ମାରପିଟ୍ ମାମଲା: ‘ଆପ୍’ ବିଧାୟକଙ୍କୁ ୨ ବର୍ଷ ଜେଲ୍

Leave a Reply