ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଲେ ଭାରତ ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହେବ: ବାୟୁସେନା ମୁଖ୍ୟ

1 min read

ନୂଆଦିଲ୍ଲୀ: ଚୀନକୁ ନେଇ ଭାରତୀୟ ବାୟୁସେନା ମୁଖ ଆରକେଏସ୍ ଭାଦୋରିଆଙ୍କ ବଡ଼ ବୟାନ । ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ବାୟୁସେନା ମୁଖ୍ୟ ଭାଦୋରିଆ । ସେ କହିଛନ୍ତି ଚୀନ ଯଦି ଆକ୍ରାମଣାତ୍ମକ ଆଭିମୁଖ୍ୟ ଆପଣାଇବା ତେବେ ଆମେ ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହେବୁ ସେ ଚୀନକୁ ଚେତାଇ ଦେଇଛନ୍ତି । ।   ଶ୍ରୀ ଭଦୋରିଆ ଶନିବାର ଯୋଧପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ।

Bhadauria named IAF chief days before retirement | India News - Times of India

ଏଥିସହିତ ସେମାନେ ଡିଆରଡିଓ ସହ ମିଶି ଏଏମସିଏ ଏୟାରକ୍ରାଫ୍ଟ ପ୍ରଜେକ୍ଟ ଅନୁଯାୟୀ ପଞ୍ଚମ ପିଢ଼ିର ଫାଇଟର ବିମାନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି । ତେବେ ଏଥିରେ ଷଷ୍ଠ ପିଢ଼ିର କିଛି ବୈଶିଷ୍ଟ ରଖିବାକୁ ଚେଷ୍ଟା କରିବୁ । କିନ୍ତୁ ଆମର ପ୍ରାଥମିକତା ପଞ୍ଚମ ପିଢ଼ିର ବୈଶିଷ୍ଟକୁ ନେଇ ଫାଇଟର ଏୟାରକ୍ରାଫ୍ଟ କରିବା । ଏଥିସହିତ ଭାରତକୁ ୮ଟି ରାଫେଲ୍ ମିଳିସାରିଥିବା ବେଳେ ଅନ୍ୟ ୩ ରାଫେଲ ବିମାନ ଭାରତକୁ ଖୁବଶୀଘ୍ର ମିଳିଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏବଂ ଏଥିଲାଗି ପାଇଲଟଙ୍କୁ  ଲଗାତାର ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି ।

ସୂଚନା ଥାଉ କି, ରାଜସ୍ଥାନର ଯୋଧପୁରରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚଦିବସୀୟ ଡେଜର୍ଟ ନାଇଟ-୨୧ରେ ମେଗା ଯୁଦ୍ଧାଭ୍ୟାସର ଆରମ୍ଭ ହେବ । ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନା ସହିତ ଫ୍ରାନ୍ସ ବାୟୁସେନା ମଧ୍ୟ ଭାଗନେବ । ଏଣୁ ଫ୍ରାନ୍ସରୁ ଫାଇଟର ଜେଟ୍ ବିମାନ ସମରାଭ୍ୟାସରେ ଯୋଗଦେବାକୁ ଭାରତ ଆସିସାରିଛନ୍ତି  ।

Leave a Reply