ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସୁସ୍ଥଙ୍କ ହାର, ଗୋଟିଏ ଦିନରେ ସର୍ବାଧିକ ୨୪୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଭଲଖବ ହେଉଛି କି ସୁସ୍ଥ ହାର ମଧ୍ୟ ରାଜ୍ୟ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ହାର ସହ ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥଙ୍କ ହାର । ମଙ୍ଗଳବାର ରାଜ୍ୟରେ ୨୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ହେଉଛି ରାଜ୍ୟ ମଧ୍ୟରେ ଦିନକରେ ଭଲ ହୋଇଥିବା ସର୍ବାଧିକ ସୁସ୍ଥଙ୍କ ସଂଖ୍ୟା । କହିବାକୁ ଗଲେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ଖବର ।

କରୋନା ବଢ଼ୁଥିବା ସମୟରେ ଏପରି ଏକ ଖବର ରାଜ୍ୟବାସୀଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି । ମଙ୍ଗଳବାର ସୁସ୍ଥ ହୋଇଥିବା ୨୪୩ ଜଣଙ୍କ ମଧ୍ୟରେ ରହିଛି ୧୮ଟି ଜିଲ୍ଲା । ଗଜପତିରୁ ସୁସ୍ଥ ହୋଇଛନ୍ତି ୫୯ ଏବଂ ଗଞ୍ଜାମରୁ ସୁସ୍ଥ ହୋଇଛନ୍ତି ୪୧ ଜଣ । ସେହିପରି ଖୋର୍ଦ୍ଧା ୩୮, କନ୍ଧମାଳ୧୭, ଝାରସୁଗୁଡ଼ା ୧୫, ସୁନ୍ଦରଗଡ଼ରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ ଏବଂ ମୟୂରଭଞରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

କଟକ, ମାଲକାନାଗିରି, ନବରଙ୍ଗପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୭, ଜଗତସିଂହପୁର ୫, ବାଲେଶ୍ୱର ୨ ଏବଂ କଳାହାଣ୍ଡିରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଛି ୫ହଜାର ୧୮୯ରେ । ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଜହାର ପାର ହୋଇଛି । ମଙ୍ଗଳବାର ଆଉ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ଅନ୍ୟ ୧୪ ଜଣ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କଣ୍ଟାକ୍ଟ ।  ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୬୫ରେ ପହଞ୍ଚିଛି ।

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ ମାମଲା

Leave a Reply