ଭଲ ଖବର: ଓଡ଼ିଶା ପହଞ୍ଚିଲା କରୋନା ଔଷଧ, ଜାଣନ୍ତୁ କେଉଁ ମାନେ ଖାଇପାରିବେ…

The drug will be used to treat critically ill #Covid_19 patients, informs State Health dept additional chief secretary Pradipta Mohapatra

ଭୁବନେଶ୍ୱର: ଓଡ଼ିଶା ପାଇଁ ଶୁଭ ଖବର । ରାଜ୍ୟରେ ପହଞ୍ଚିଛି କରୋନା ଔଷଧ ବା ପ୍ରତିଷେଧକ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର । ରେମଡେସିଭିର ନାମକ କରୋନା ପ୍ରତିଷେଧକ ଓଡ଼ିଶାର ସବୁ ହସ୍ପିଟାଲରେ ପହଞ୍ଚିଥିବା କହିଛନ୍ତି ଶ୍ରୀ ମହାପାତ୍ର । ସେ କହିଛନ୍ତି ସବୁ ହସ୍ପିଟାଲକୁ ଏହି ଔଷଧ ପହଞ୍ଚି ସାରିଛି ବୋଲି ଡ୍ରଗ୍ସ କଣ୍ଟୋଲର ସ୍ପଷ୍ଟ କରି ସାରିଛନ୍ତି ।

Corona Medicine

ହେଲେ ଏହି ଔଷଧ ସ୍ୱଳ୍ପ ପରିମାଣର ରହିଛି । ଅଧିକ ଷ୍ଟକ୍‌ ଆସି ନାହିଁ ।  ତେଣୁ ଯେଉଁ କରୋନା ରୋଗୀ ଅଧିକ ଗୁରୁତର ଥିବେ ସେମାନଙ୍କୁ ଏହି ଔଷଧ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରେମଡେସିଭିର ନାମକ ଏହି ଔଷଧକୁ ଆସିଏମ୍‌ଆର୍‌ ପକ୍ଷରୁ ଅନୁମତି ଦିଆଯାଇଛି । କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ ।

ତେବେ ରେମଡେସିଭିର ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ନଷ୍ଟ କରି ମଣିଷକୁ ସୁସ୍ଥ କରିବା ଭଳି ଔଷଧ ହୋଇନଥିଲେ ମଧ୍ୟ ଏହା କରୋନା ଭୂତାଣୁକୁ କିଛି ମାତ୍ରାରେ ନଷ୍ଟ କରିବାରେ ସଫଳ ହୋଇଛି । ଏନେଇ ପରୀକ୍ଷା କରାଯିବା ପରେ ଏହି ଔଷଧକୁ ରୋଗୀଙ୍କୁ ଦିଆଯିବା ନେଇ ଅନୁମତି ଦିଆଯାଇଛି । ଏହି ଔଷଧ ଦ୍ୱାରା ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନା ସଂକ୍ରମଣକୁ ଏହା ରୋକିପାରିବ ନାହିଁ କିନ୍ତୁ କିଛି ମାତ୍ରାରେ ଗୁରୁତର ରୋଗୀଙ୍କୁ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

Leave a Reply