ଜୋମାଟୋ ବୟଙ୍କୁ ସମର୍ଥନ କଲେ ପରିଣିତି, ଟ୍ୱିଟ୍ କରି ସତ୍ୟର ଯାଞ୍ଚ କରିବାକୁ କଲେ ଅପିଲ୍

1 min read

ମୁମ୍ବାଇ: ଗତ କିଛି ଦିନ ହେବ ଫୁଡ ଡେଲିଭି କମ୍ପାନୀ ଜୋମାଟୋକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ଜୋମାଟୋ ବୟ କାମରାଜ ଓ ମହିଳାଗ୍ରାହକ ହିତେଶାଙ୍କ ମାରପିଟ ଘଟଣାକୁ ଏବେ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କିଛି ଲୋକ ମହିଳାଙ୍କୁ ଠିକ୍ କହୁଥିବାବେଳେ କିଛି ଲୋକ ଡେଲିଭରି ବୟଙ୍କ କଥାକୁ ସତ ବୋଲି କହୁଛନ୍ତି ।  ବର୍ତ୍ତମାନ ଏହି ମାମଲା ବଲିଉଡ ଅଭିନେତ୍ରୀ ପରିଣୀତି ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି। ସେ ଟ୍ୱିଟ୍ କରି ଜୋମାଟୋଙ୍କୁ ଏହି ମାମଲାର ଯାଞ୍ଚ୍ କରିବାକୁ ଏବଂ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଆବେଦନ କରିଛନ୍ତି।

ପରିଣୀତି ଟ୍ୱିଟ୍ କରି କହିଛନ୍ତି- ‘ଜୋମାଟୋ ଇଣ୍ଡିଆ- ଦୟାକରି ସତ୍ୟର ଯାଞ୍ଚ କରନ୍ତୁ  ଏବଂ ଆମକୁ ଜଣାନ୍ତୁ । ଯଦି ସେହି ବ୍ୟକ୍ତି ନିର୍ଦ୍ଦୋଷ (ଯାହା ମୁଁ ଭାବୁଛି) ତେବେ ଦୟାକରି ସେହି ମହିଳାଙ୍କୁ ଦଣ୍ଡ ଦେବାରେ ସାହାଯ୍ୟ କରନ୍ତୁ। ଏହା ଅତ୍ୟନ୍ତ ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ ଘଟଣା । ଦୟାକରି ମୋତେ ବି କୁହନ୍ତୁ ମୁଁ କିପରି ଆପଣକୁ ସାହାଯ୍ୟ କରିପାରିବି।’ ପରିନିତିଙ୍କର ଏଭଳି ଆବେଦନକୁ ଲୋକମାନେ ପ୍ରଶଂସା କରୁଛନ୍ତି । ଡେଲିଭରି ବୟକୁ ସମର୍ଥନ କରିଥିବାରୁ ଉପଭୋକ୍ତାମାନେ ନିଜର ସମ୍ମାନ ଜଣାଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ସୋଶାଲ ମିଡିଆରେ ହିତେଶା ଚନ୍ଦ୍ରାଣୀ ନାମକ ଜଣେ ମହିଳା ଭିଡିଓ ଶେଆର କରି  କହିଥିଲେ ଯେ ଅର୍ଡ଼ର କ୍ୟାନସଲ୍ କରିବାରୁ ଜୋମାଟୋ ବୟ ତାଙ୍କୁ ମାରପିଟ୍ କରିଛନ୍ତି । ତାଙ୍କର ଏହି ଭିଡିଓ ବହୁତ ଭାଇରାଲ୍ ହୋଇଥିଲା । ଅନେକ ଲୋକ ମହିଳାଙ୍କ ସମର୍ଥନରେ ଆସିଥିଲେ ଓ ଜୋମାଟୋ ବୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଫଳରେ କମ୍ପାନୀ ଡେଲିଭରି ବୟ କାମରାଜଙ୍କୁ ଚାକିରିରୁ ବାହର କରିଦେଇଥିଲା । ଏହାପରେ କାମରାଜ ମଧ୍ୟ ନିଜର ପକ୍ଷ ରଖିଥିଲେ। ସେ ମହିଳାଙ୍କୁ କଥାକୁ ସମ୍ପୂର୍ଣ୍ଣଭିତ୍ତି ହୀନ କହିବା ସହ ସେ ତାଙ୍କ ଉପରେ ପାଲଟା ଅଭିଯୋଗ କରିଥିଲେ। କାମରାଜ କହିଥିଲେ ଯେ ଖାଦ୍ୟ ଡେଲିଭରିରେ ସାମାନ୍ୟ ବିଳମ୍ବ ହେବାରୁ ମହିଳା ଜଣଙ୍କ ତାଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ଆଉ ଏହି ସମୟରେ କାମରାଜ ନିଜକୁ ମାଡ଼ରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଫଳରେ ମହିଳାଙ୍କ ହାତରେ ଥିବା ରିଙ୍ଗ ତାଙ୍କ ନିଜ ନାକରେ ହିଁ ବାଜିଥିଲା। ଆଉ ରକ୍ତ ବାହାରିଥିଲା। ପୋଲିସ ଆଗରେ ଏଭଳି ବୟାନ ଦେଇଛନ୍ତି ଖୋଦ୍‌ କାମରାଜ।

Leave a Reply