କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ କର୍ଣ୍ଣଧାର ୟଶପାଲଙ୍କୁ ସୁଯୋଗ ଦେଇଥିଲେ ଦିଲ୍ଲୀପ: ଜାଣନ୍ତୁ କିଭଳି

ନୂଆଦିଲ୍ଲୀ: ଦିବଂଗତ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଜଣେ ଭଲ କଳାକାର ଭାବେ ତ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏଥିସହିତ ସେ ଜଣେ ପରୋପକାରୀ ମଣିଷ ମଧ୍ୟ ଥିଲେ । ପ୍ରତିଭାବାକୁ ସୁଯୋଗ ଦେବାରେ ସେ କେବେ ହେଲେ ହେଳା କରୁନଥିଲେ । ଯାହାର ଏକ ଉଦାହରଣ ହେଉଛନ୍ତି ଦିବଗଂତ କ୍ରିକେଟର ୟଶପାଲ ଶର୍ମା ।

୧୯୮୩ କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ ୟଶପାଲ ଶର୍ମା । ଯାହାଙ୍କ ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି । ବହୁତ କମ୍ ଲୋକେ ହିଁ ଜାଣିଥିବେ ଯେ ୟଶପାଲ ଶର୍ମାଙ୍କ କ୍ୟାରିୟର ଗଢ଼ିବା ପଛରେ ଦିବଗଂତ ଅଭିନେତା ଦିଲ୍ଲୀପ କୁମାରଙ୍କ ବଡ଼ ସହଯୋଗ ରହିଛି । କିଛି ଦିନ ପୂର୍ବେ ହି ଏହି ମହାନ ଅଭିନେତା ଦୁନିଆକୁ ଅଲବିଦା କହିଥିଲେ ।

ଥରେ, ରଣଜୀ ମ୍ୟାଚ୍ ବେଳେ ଦିଲ୍ଲୀପ କୁମାର ୟଶପାଲ ଶର୍ମାଙ୍କୁ ବ୍ୟାଟିଂ କରୁଥିବା ଦେଖିଥିଲେ । ସେତେବେଳେ ସେ ୟଶପାଲଙ୍କୁ କହିଥିଲେ ଯେ, ତୁମେ ବହୁତ ଭଲ ବ୍ୟାଟିଂ କରୁଛ, ମୁଁ ତୁମ ପାଇଁ ବିସିସିଆଇ ସହ କଥା ହୋଇସାରିଛି । ଦିଲ୍ଲୀପକୁମାରଙ୍କ ସମ୍ପର୍କରେ ଏହି କଥାଟି କିଛି ଦିନ ପୂର୍ବେ ନିଜେ ୟଶପାଲ କହିଥିଲେ । ସେ ଏକି ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ମୁଁ ଜୀବିତ ରହିଥିବା ଯାଏଁ, ସେ ସର୍ବଦା ମୋ ପସନ୍ଦର କଳାକାର ହୋଇରହିବେ । ଯାହାକୁ ଆପଣମାନେ ଦିଲ୍ଲୀପ କୁମାର ନାଁରେ ଚିହ୍ନନ୍ତି ମୁଁ ତାଙ୍କୁ ୟୁସୁଫ୍ ଭାଇ ବୋଲି ଡାକେ । ଯଦି କ୍ରିକେଟରେ କ୍ୟାରିୟର ବନାଇବାରେ କାହାର ଅଧିକ ଯୋଗଦାନ ଥାଏ ସେ ଦିଲ୍ଲୀପୁ କୁମାର ବୋଲି ୟଶପାଲ କହିଥିଲେ ।

ୟଶପାଲ ଭାରତ ପାଇଁ ମୋଟ ୩୭ ଟି ଟେଷ୍ଟ ଓ ୪୨ଟି ଏକଦିବସୀୟ ଖେଳିଛନ୍ତି । ଟେଷ୍ଟରେ ୩୩.୪୫ ପ୍ରତିଶତର ଆଭେରେଜ ସହ ୧୬୦୬ ରନ୍ କରିଥିବା ବେଳେ ସେଥିରେ ୨ ଶତକ ରହିଛି । ଏବଂ ୯ ଅର୍ଦ୍ଧଶତକ ମଧ୍ୟ ରହିଛି । ଟେଷ୍ଟ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୪୦ ରନ୍  । ସେହିଭଳି ଏକଦିବସୀୟ ମ୍ୟାଚ୍‌ରେ  ୨୮.୪୮ପ୍ରତିଶତ ଆଭରେଜ୍ ସହ ୮୮୩ ରନ୍ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଛି । ଏଥିସହି ୧୯୮୩ ଫାଇନାଲ ମ୍ୟାଚ୍‌ରେ ୮୯ ରନ୍ ଏବଂ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ର ୬୧ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଭାରତକୁ ବିଶ୍ୱ ବିଜୟ କରିବାରେ ବେଶ୍ ସହାୟକ ହୋଇଥିଲା ।

କ୍ରିକେଟରୁ ସନ୍ୟାସ ନେବା ପରେ ୟଶପାଲ କିଛି ସମୟ ପାଇଁ ଅମ୍ପାୟର ଭାବେ କାମ କରିଥିଲେ । ଏହା ପରେ ୨୦୦୩ରୁ ୨୦୦୬ ଯାଏଁ ଜାତୀୟ କ୍ରିକେଟ ଟିମର ଚୟନକର୍ତ୍ତା ରହିଥିଲେ । ଭାରତୀୟ କ୍ରିକେଟ ଦଳର ସେହି କଠିନ ସମୟରେ ୟଶପାଲ ଶର୍ମା କୋଚ ଗ୍ରେଗ ଚାପେଲ ସହିତ ବିବାଦରେ ତତ୍କାଳୀନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ କରିଥିଲେ । ୨୦୦୮ ରେ ୟଶପାଲ ପୁଣି ଥରେ ଜାତୀୟ ଦଳର ଚୟନକର୍ତ୍ତା ମନୋନୀତ ହୋଇଥିଲେ ସେ ଉତ୍ତରପ୍ରଦେଶ ରଣଜୀ ଟିମ୍‌ କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ । ଏ ଥିଲା ୟଶପାଲଙ୍କ ଅନ୍ ଫିଲ୍ଡ ଓ ଅଫ୍‌ ଫିଲ୍ଡର କାହାଣୀ । ଯଦି ଦିଲ୍ଲୀପ କୁମାର ତାଙ୍କ ପାଇଁ ସୁପାରିସ୍ କରିନଥାନ୍ତେ ତେବେ ସେ ଅଣଦେଖା ହୋଇରହିଥାନ୍ତେ । ଏବଂ ଦେଶ ଏକ ପ୍ରତିଭାବାନ କ୍ରିକେଟକୁ ପାଇପାରିନଥାନ୍ତି । ଏବଂ ୟଶପାଲ ବଣ ମଲ୍ଲି ପରି ବଣରେ ଝଡ଼ିପଡ଼ିଥାନ୍ତେ ।

ଏଥିସହିତ ପଢ଼ନ୍ତୁ: ଦେଶର ମୋଟ କରୋନା ମୃତକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମଧ୍ୟପ୍ରଦେଶରୁ: ସୋମବାର ୧୪୮୧ଜଣଙ୍କ ମୃତ୍ୟୁ

Leave a Reply