ଆଉନାହାନ୍ତି ବରିଷ୍ଠ ଶିକ୍ଷାବିତ, ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

1 min read
Writer Haraprasad Parichha Pattanaik Passes Away

ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଶିକ୍ଷାବିତ୍, ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ୬୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚିର ବିଦାୟ ନେଇଛନ୍ତି ସାରସ୍ୱତ ସାଧକ । କୋଭିଡ୍ ଓ ହୃଦଘାତ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ ୨ ଥର କାର୍ଯ୍ୟ କରିଥିଲେ ହରପ୍ରସାଦ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

ଚାଙ୍କ ରଚିତ କବିତା ମଧ୍ୟରେ ପିଙ୍କି କଥା (୧୯୭୬), ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪), ଅରଣ୍ୟରେ ଯେତେ ଦିନ (୨୦୦୭), ନଷ୍ଟ ହୋଇଯିବାର ମୋହ, ସବୁଦିନର କବିତା ରହିଛି ।

Writer Haraprasad Parichha Pattanaik Passes Away
FILE PIC

ସେ ୨୦୧୨ରେ ନଷ୍ଟ ହୋଇଯିବାର ମୋହ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେହିଭଳି ୨୦୨୦ରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ ପକ୍ଷରୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ, ୨୦୧୮ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ମେହେର କବିତା ସମ୍ମାନ ପାଇଥିଲେ ।

ଇଂରାଜୀ ଅଧ୍ୟାପକ ଭାବେ ସେ ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରୁ ଅଧ୍ୟାପନା ଆରମ୍ଭ କରିଥିଲେ ।  ପରେ ସେ ବିଜେବି କଲେଜରେ ଅଧ୍ୟାପନା କରିଥିଲେ । ଓଡ଼ିଆ ଦୈନିକ ସମ୍ବାଦପତ୍ର ସର୍ବସାଧାରଣ ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ୨୦୧୫ରେ ସେ ଅତିବଡ଼ୀ ଜଗନ୍ନାଥ ପୁରସ୍କାର ପାଇଥିଲେ ।

Leave a Reply