ଯୌନ ଶୋଷଣ, ପୋକସୋ ଆକ୍ଟ ଭଳି ସଂଗୀନ ମାମଲାର ଅଭିଯୁକ୍ତଙ୍କ ବିବଦୀୟ ବୟାନବାଜୀ

ବ୍ୟୁରୋ : ଯୌନ ଶୋଷଣ, ପୋକସୋ ଆକ୍ଟ ଭଳି ସଂଗୀନ ମାମଲାର ଅଭିଯୁକ୍ତଙ୍କ ବିବଦୀୟ ବୟାନବାଜୀ । ଜନସଭାରେ ଅଭିଯୋଗକାରୀଙ୍କ ବିରୋଧରେ ଅଭଦ୍ର ବୟାନ ରଖିଛନ୍ତି ରେସଲର ସଂଘ ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣ ସରଣ ସିଂ । କୁସ୍ତିଯୋଦ୍ଧା ଛୁଆଁଛୁଇଁର ଅଭିଯୋଗ ଆଣିଛନ୍ତି । ଗୁଡ ଟଚ୍, ବ୍ୟାଡ୍ ଟଚ୍ ଭଳି ଅଭିଯୋଗ ଆଣି ମହିଳା କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି ବୋଲି ଅତି ବେଖାତିର ଢଙ୍ଗରେ ବୟାନ ରଖିଛନ୍ତି ବ୍ରିଜଭୂଷଣ ସରଣ ସିଂ ।

 

ମହାରଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ସାମିଲ ହୋଇ ବିଜେପିର ବାହୁବଳୀ ନେତା ବ୍ରିଜଭୂଷଣଣ ରଖିଥିବା ଏହି ବୟାନକୁ ନେଇ ବିଭିନ୍ନ ଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜନସଭାରେ ବସି ବିଜେପି ନେତା ମହିଳାଙ୍କ ଅପମାନ କରୁଥିବା ବେଳେ ପୀଡ଼ିତାମାନେ ମାସେ ଧରି ରାଜରାସ୍ତାରେ ନ୍ୟାୟ ମାଗୁଛନ୍ତି ବୋଲି କହିଲେ ଅଲିମ୍ପିଆନ ଭିନେଶ ଫୋଗଟ । ବିଜେପିର ବାହୁବଳି ନେତା ବ୍ରିଜଭୂଷଣ ସିଂଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣି ଗିରଫଦାରୀ ଦାବିରେ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ରେସଲର ।