ଅସୁରକ୍ଷିତ ସମ୍ପର୍କ ପାଇଁ ମନା କରିବାରୁ ଛୁରୀ ଭୂଷିଦେଲା ଲମ୍ପଟ

ବେଙ୍ଗାଲୁରୁ: ବ୍ୟାପକ ସଚେତନତା ପରେ ବର୍ତ୍ତମାନ ସମୟରେ ସମେସ୍ତ ପ୍ରାୟ ସୁରକ୍ଷିତ ଯୌନ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହା ଦ୍ୱାରା ଅବାଞ୍ଚିତ ଗର୍ଭ ଧାରଣ ସହ ବିଭିନ୍ନ ମାରାତ୍ମକ ରୋଗ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁଛି ।

କିନ୍ତୁ ସୁରକ୍ଷିତ ଯୌନ ସମ୍ପର୍କ ନେଇ ଜଣେ ମହିଳା ନିଜ ପାର୍ଟନରଙ୍କୁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା କରାଯାଇଛି । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ପଶ୍ଚିମ ବେଙ୍ଗାଲୁରୁ ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ ମୃତ ମହିଳା ଜଣଙ୍କ ବିବାହ ବିଚ୍ଛେଦ ପରେ ନିଜ ନାବାଳକ ପୁଅ ସହ ଗାୟତ୍ରୀନଗର ଅଞ୍ଚଳରେ ରହୁଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଦେହ ବ୍ୟବସାୟରେ ଲିପ୍ତ ଥିଲେ ମହିଳା । ଗତ ଜାନୁଆରୀ ୧୧ ତାରିଖରେ ନିଜ ଗାଁକୁ ଫେରିବା ନେଇ ବସ୍‌ ପାଇଁ ଅପେକ୍ଷାରେ ଥିବା ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ଦେଖାହୋଇଥିଲା ।

ସିକ୍ୟୁରିଟିଗାର୍ଡ ଜଣଙ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ବଦଳରେ ଏନେଇ ୨୫୦୦ ଟଙ୍କା ସିକ୍ୟୁରିଟିଗାର୍ଡଙ୍କୁ ମାଗିଥିଲେ ମହିଳା । ପରେ ମହିଳା ଜଣଙ୍କ ୧୫୦୦ ଟଙ୍କାରେ ରାଜି ହୋଇଯାଇଥିଲେ । ଏବଂ ଆଡଭାନ୍ସ ବାବଦକୁ ୫୦୦ ଟଙ୍କା ନେଇଥିଲ । ଟଙ୍କା ପାଇବା ପରେ ମହିଳା ଜଣଙ୍କ ସିକ୍ୟୁରିଟିଗାର୍ଡଙ୍କୁ ନେଇ ସେ ରହୁଥିବା ଗାୟତ୍ରୀନଗର ସ୍ଥିତ ଘରେ ପହଞ୍ଚିଥିଲେ । ସେଠାରେ ଡିଲ୍‌ ମୁତାବକ ମହିଳାଙ୍କୁ ବାକି ୧ ହଜାର ଟଙ୍କା ଦେଇଥିଲେ ସିକ୍ୟୁରିଟିଗାର୍ଡ ।

ତେବେ ସମ୍ପର୍କ ରଖିବା ପୂର୍ବରୁ କଣ୍ଡୋମ ବ୍ୟବହାର କରିବାକୁ ସିକ୍ୟୁରିଟିଗାର୍ଡଙ୍କୁ କହିଥିଲେ ମହିଳା । କିନ୍ତୁ ଗ୍ରାହକ ଜଣଙ୍କ ପିନ୍ଧିବାକୁ ମନା କରିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ମହିଳା ଜଣଙ୍କ ଟଙ୍କା ଫେରସ୍ତ କରିବାକୁ ମନା କରିବା ସହ ପାଟିକରିବେ ବୋଲି କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଗ୍ରାହକ ଜଣଙ୍କ ନିଜ ବ୍ୟାଗ୍‌ରୁ ଛୁରୀ ବାହାର କରିବା ସହ ଭୂଷିଦେବେ ବୋଲି ଧମକାଇଥିଲେ । ନ ଶୁଣିବାରୁ ସେ ମହିଳାଙ୍କ ପେଟକୁ ଛୁରିରେ ଭୂଷିଥିଲେ । ସେଠାରୁ ଯିବା ପୂର୍ବର ଗ୍ରାହକ ଜଣଙ୍କ ମହିଳାଙ୍କ ନକଲି ସୁନା ଚେନ୍‌ ଓ ୨ଟି ମୋବାଇଲ ନେଇଯାଇଥିଲେ । ମହିଳାଙ୍କ ପୁଅ ସ୍କୁଲରୁ ଫେରି ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ସିକ୍ୟୁରିଟିଗାର୍ଡଙ୍କୁ ଗିରଫ କରିଛି ।

ପୋଲିସ କହିବାନୁଯାୟୀ, ମାମଲାର ତଦନ୍ତ ବେଳେ ପ୍ରାୟ ୧୫୦ ସିସିଟିଭିର ଫୁଟେଜ ଯାଞ୍ଚ କରାଯାଇଛି । ଫୁଟେଜରେ ଉଭୟେ ଅଟୋ ଧରୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଚୋରି ହୋଇଥିବା ମହିଳାଙ୍କ ମୋବାଇଲ ନମ୍ୱର ଟ୍ରାକ୍‌ କରାଯାଇଥିଲା । ଯାହାର ଲୋକେସନ୍‌ ମାଜେଷ୍ଟିକ୍‌ ଅଞ୍ଚଳରେ ଦେଖାଉଥିଲା । ସେଠାରେ କିଛି ସାଦା ପୋଷକଧାରୀ ପୋଲିସଙ୍କୁ ମୁତୟନ କରିବା ସହ ସିକ୍ୟୁରିଟିଗାର୍ଡଙ୍କୁ ଗିରଫ କରିଥିଲା ପୋଲିସ ।

Leave a Reply