DSPଙ୍କ ସହ ୫ ବର୍ଷ ହେବ ସମ୍ପର୍କରେ ଥିଲେ ଗିରଫ ମହିଳା କନଷ୍ଟେବଳ, ତିଆରି କରିଥିଲେ ୫୦ରୁ ଅଧିକ ଅଶ୍ଲିଳ ଭିଡିଓ

ଜୟପୁର: ରାଜସ୍ଥାନ ପୋଲିସର ଅଶ୍ଲୀଳ ଭିଡିଓ ସାମନାକୁ ଆସିବା ପରେ ରାଜ୍ୟ ସହିତ ପୁରା ଦେଶରେ ହଙ୍ଗାମା ଜାରି ରହିଛି । ଏବେ ମହିଳା କନଷ୍ଟେବଳଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ, ଡିଏସପି ଓ ମହିଳା କନଷ୍ଟେବଳଙ୍କ ଭିତରେ ଗତ ୫ ବର୍ଷ ଧରି ଅବୈଧ ସମ୍ପର୍କ ଥିଲା। ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି)ରବିବାର ମହିଳା କନଷ୍ଟେବଳରଙ୍କୁ କଳବାର ଅଞ୍ଚଳରୁ ତାଙ୍କ ଦାଦାଙ୍କ ବାସଭବନରୁ ଧରିଥିଲେ। ତାଙ୍କୁ ପୋକ୍ସୋ ଆକ୍ଟରର ବିଭିନ୍ନ ଧାରା ଅନୁସାରେ ଗିରଫ କରାଯାଇ ପଚରା ଉଚରା କରାଯାଉଛି। ଏହା ପୂର୍ବରୁ ଗିରଫ ଡିଏସପିଙ୍କୁ କୋର୍ଟ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ କଷ୍ଟଡିକୁ ପଠାଇ ଦେଇଥିଲେ। ପୋଲିସ ହୀରାଲାଲ ସୈନିଙ୍କୁ ପଚରାଉଚା କରୁଛି।

୨୦୧୬ରେ ପରସ୍ପର ଆଜମେରରେ ଦେଖା ହୋଇଥିଲେ। ସେବେଠାରୁ ଦୁହିଁଙ୍କ ଭିତରେ ସମ୍ପର୍କ ରହିଛି। ୫ ବର୍ଷ ଭିତରେ ବହୁବାର ସେମାନେ ଅବୈଧ ସମ୍ପର୍କ ରଖିଛନ୍ତି। ଆଉ ଏଭଳି ୫୦ ଟି ଅଶ୍ଲୀଳ ଭିଡିଓ ସେ ତିଆରି କରିଛନ୍ତି। ମହିଳା କନଷ୍ଟେବଳଙ୍କ ଜନ୍ମଦିନ ଥିବାରୁ ପୁଷ୍କରର ପଞ୍ଚତାରକା ହୋଟେଲ​‌ ପାର୍ଟି ରଖିଥିଲେ। ଆଉ ଏହି ସମୟରେ ସୁଇମିଂ ପୁଲ୍‌ରେ ନିଜର ୬ ବର୍ଷର ପୁଅ ସାମନାରେ ନିଲମ୍ବିତ ଡିଏସପି ହୀରାଲାଲ ସୈନୀ ଓ ମହିଳା କନଷ୍ଟେବଳ ଅଶ୍ଲୀଳ କାର୍ଯ୍ୟ କରିଥିଲେ। ଏସଓଜି ଅଧିକାରୀଙ୍କ କହିବା ଅନୁସାରେ, ମହିଳା ଭିଡିଓ କ୍ଲିପିକୁ ଅଲଗା ଫୋଲ୍ଡରରେ ସେଭ୍ କରିଥିଲେ, କିନ୍ତୁ ଅଜାଣତରେ ଏହାକୁ ନିଜର ହ୍ବାଟସଆପ୍ ଷ୍ଟାଟସ୍‌ରେ ପୋଷ୍ଟ କରିଦେଇଥିଲେ, ଯାହାଫଳରେ ତାଙ୍କର ସ୍ବାମୀ ଓ ପରିବାରରର ସଦସ୍ୟ ଦେଖିଥିଲେ।

ମହିଳା ପୋଲିସକର୍ମୀଙ୍କ ଜଣକ ଡିଏସପିଙ୍କ ପାଇଁ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ଭିଡିଓ ଭାଇରାଲ ହେବାପରେ ମହିଳା ସ୍ବାମୀ ଏବଂ ପରିବାର  ଲୋକ ମଧ୍ୟ ଖବର ପାଇଥିଲେ। ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଥାନା ଅଧିକାରୀ ନିଜ ବିଭାଗର କଥା ହୋଇଥିବାରୁ ଏହାକୁ ଦବାଇ ଦେଇଥିଲେ। ଏହାପରେ ମହିଳାଙ୍କ ସ୍ୱାମୀ ନାଗୌର ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମାମଲା ଏତେ ଆଗକୁ ବଢି ଯାଇଥିଲା ଯେ, ଡିଜିପି ନିଜେ କାର୍ଯାନୁଷ୍ଠାନ ଗ୍ରହଣ କରି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।

Leave a Reply