ପରାଜୟ ସ୍ୱୀକାର କରିନାହାନ୍ତି ଟ୍ରମ୍ପ, ଭାଙ୍ଗିପାରେ ୧୨୪ ବର୍ଷର ପରମ୍ପରା

trump

ଓ୍ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ରେ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ୍‌ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏମିତିକି ଯେତେବେଳେ ଜୋ ବାଇଡେନ୍‌ ବିଜୟର ନିକଟବର୍ତ୍ତି ହେଲେ ସେତେବେଳେ ଟ୍ରମ୍ପ ନିର୍ବାଚନ ଚୋରି ଅଭିଯୋଗ ମଧ୍ୟ ଆଣିଲେ । ଖାଲି ସେତିକି ନୁହେଁ ଅନେକ ବାଦ ବିବାଦ ମଧ୍ୟ ଏହି ନିର୍ବାଚନରେ ଦେଖିବାକୁ ମିଳିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା ପରାଜିତ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବେ ନା ନାହିଁ ?

Joe Biden

କାରଣ ବାଇଡେନ୍‌ଙ୍କ ପ୍ରତି ଟ୍ରମ୍ପ ଯେଉଁଭଳି ଆଭିମୁଖ୍ୟ ରଖିଛନ୍ତି, ତାହା ଆମେରିକା ଇତିହାସରେ ଦେଖିବା ବିରଳ । ଚଳିତ ନିର୍ବାଚନରେ ଯେଉଁଭଳି ବାଦ ବିବାଦ ଦେଖାଦେଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ଏମିତିକି ଟ୍ରମ୍ପ ନିଜେ ମଧ୍ୟ କହିଛନ୍ତି, ଏଥର ନିର୍ବାଚନ ଚୋରି କରିବାକୁ ଚେଷ୍ଟା କରାଯାଇଛି । ଖାଲି ସେତିକି ନୁହେଁ, ନିର୍ବାଚନ ଚୋରି ଅଭିଯୋଗ କରି ଟ୍ରମ୍ପ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ମେଲ୍‌ ବାଲାଟ୍‌ରେ ଭୋଟିଂ ଅନୀୟମିତତା ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବାଇଡେନ୍‌ଙ୍କ ବିଜୟର ଦୃଢ଼ ସମ୍ଭାବନା ପରେ ମଧ୍ୟ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଖାଲି ସେତିକି ନୁହେଁ ବାଇଡେନ୍‌ଙ୍କ ବିଜୟ ଘୋଷଣା ପରେ ମଧ୍ୟ ଟ୍ରମ୍ପ ପରାଜୟକୁ ସ୍ୱୀକାର କରିବାକୁ ନାରାଜ । ବିଜୟ ଘୋଷଣାର ୫ ଘଣ୍ଟା ପରେ ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ୭ କୋଟି ୧୦ ଲକ୍ଷ ଭୋଟ ପାଇଛନ୍ତି । ଏହା ପୂର୍ବରୁ କୌଣସି ପ୍ରାର୍ଥୀ ଏତେ ସଂଖ୍ୟାରେ ଭୋଟ ପାଇନାହାନ୍ତି ।

ତେବେ ଜୋ ବାଇଡେନ୍‌ ଓ ଟ୍ରମ୍ପଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଥିବା କାରଣରୁ, ଯଦି ଟ୍ରମ୍ପ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବେ ନାହିଁ ତେବେ ଗତ ୧୨୪ ବର୍ଷର ପରମ୍ପରା ଭାଙ୍ଗିଯିବ ।

୧୮୯୬ରେ ଆରମ୍ଭ ହୋଇଥିଲା ପରମ୍ପରା

ଆମେରିକା ରାଜନୀତି ଇତିହାସରେ ୧୮୯୬ରେ ​​ପ୍ରଥମ ଥର ପାଇଁ ହାରିଥିବା ପ୍ରାର୍ଥୀ ବିଜେତା ପ୍ରାର୍ଥୀଙ୍କୁ କୋହ ଭରା ଅଭିନନ୍ଦନ ଜଣାଇଥିଲେ । ସେବେଠାରୁ ଏହି ପରମ୍ପରା ଆମେରିକା ରାଷ୍ଟ୍ରପତି ନିର୍ବାଚନ ସହ ଯୋଡ଼ି ହୋଇ ରହିଯାଇଛି । ସେହି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟିର ୱିଲିୟମ୍ ମ୍ୟାକକିନ୍ଲି ଏବଂ ଡେମୋକ୍ରାଟିକ୍ ପାର୍ଟିର ୱିଲିୟମ୍ସ ଜେନିଙ୍ଗସ୍ ବ୍ରାଇନ୍ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ସମୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଯୁଦ୍ଧ ହୋଇଥିଲା। କିନ୍ତୁ ଯେତେବେଳେ ୱିଲିୟମ୍ସ ଫଳାଫଳରେ ବ୍ରାଏନ୍ ଜେନିଙ୍ଗ୍ସଙ୍କୁ ହରାଇଲେ, ସେତେବେଳେ ସେ ତାଙ୍କ ପ୍ରତିଦ୍ୱନ୍ଦୀ ୱିଲିୟମ୍ ମ୍ୟାକକିନ୍ଲିଙ୍କୁ ଏକ ଭାବପ୍ରବଣ ଅଭିନନ୍ଦନ ବାର୍ତ୍ତା ପଠାଇଲେ | ଏହି ପରମ୍ପରା କେବଳ ଏହା ପରେ ଆରମ୍ଭ ହୋଇଥିଲା |

Leave a Reply