ଉତ୍ତରପ୍ରଦେଶର ବର୍ତ୍ତମାନ ସ୍ଥିତି ପାଇଁ ଯୋଗୀଙ୍କ ବ୍ୟବସ୍ଥା ହିଁ ଦାୟୀ

1 min read
Why CM Yogi Adityanath Is Getting Fail To Manage Uttar Pradesh Law And Order

ନୂଆଦିଲ୍ଲୀ: ଉନ୍ନାଓରୁ ହାଥରସ୍ । ସବୁଠି ଯୋଗୀ ସରକାରର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ହାଥରସରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ସହ ଜଘନ୍ୟ କାଣ୍ଡକୁ ଯୋଗୀ ସରକାର ଯେଉଁ ପ୍ରକାରେ ଭାବେ ଦବାଇ ଦେବାକୁ ଚେଷ୍ଟା କଲେ । ତାକୁ ସାରା ଦେଶ ନିନ୍ଦା କରୁଛି । ଏହି ମାମଲରେ ପ୍ରଥମେ ଉତ୍ତର ପ୍ରଦେଶ ପୋଲିସ ଠିକରେ ଏତଲା ରୁଜୁ କରିନଥିଲା । ଏଫଆଇଆରରେ ଗଣଦୁଷ୍କର୍ମ ଧାରା ମଧ୍ୟ ଲଗାଯାଇ ନଥିଲା । ଠିକ୍ ସମୟରେ ମେଡିକାଲ ପରୀକ୍ଷା କରାଗଲା ନାହିଁ । ଯେତେବେଳେ ଏହି ମାମଲାରେ ହାଥରସ୍-ଆଗ୍ରାର ସ୍ଥାନୀୟ ସାମ୍ବାଦିକ ଖବର ପ୍ରସାରଣ କଲେ ପ୍ରଶାସନ ଏହାକୁ ମିଛ କହିବା ସହ ସ୍ୱର ଦବାଇବା ପାଇଁ ମକଦ୍ଦମା କରିବାକୁ ଚେଷ୍ଟା କରିଥିଲା । ପୋଲିସ କହିଥିଲା ହାଥରସ୍ ଜିଲ୍ଲାରେ କୌଣସି ଗଣଦୁଷ୍କର୍ମ ଘଟଣା ଘଟିନାହିଁ ।

Hathras Gang Rape Victim's Father Unhappy With Probe, Demands CBI Investigation

ମାମଲା ଧୀରେ ଧୀରେ ସଙ୍ଗୀନ ହେବାରୁ ସରକାର ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ପରିବର୍ତ୍ତେ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗତ ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ରାତାରାତି ପରିବାରର ବିନା ଅନୁମତିରେ ହିଁ ମରଶରୀରକୁ ଦାହ କରି ଦେଇଥିଲା । ଏବେ ପୂରା ଗାଁକୁ ପୋଲିସ ଘେରାବନ୍ଦୀ କରି ରଖିବା ସହ ଜେଲ୍ କରି ଦେଇଛି ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ରାଜ୍ୟରେ ଆଇନ୍ କାନୁନ୍ ବ୍ୟବସ୍ଥା ସମ୍ଭାଳୁଥିବା ଏଡିଜିଙ୍କ କହିବା କଥା- ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇନାହିଁ । ଯେତେବେଳେ କି ମୃତ୍ୟୁପୂର୍ବରୁ ଯୁବତୀ ଦୁଷ୍କର୍ମ ହୋଇଥିବା ନେଇ ଜମାନବନ୍ଦୀ ଦେଇଥିଲେ । ହାଥରସ ଘଟଣାର ୨୪ ଘଣ୍ଟା ଭିତରେ ହିଁ ବଳରାମପୁର, ଆଜମଗଡ଼ ଓ ଭଦୋହୀ ଜିଲ୍ଲାରୁ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଖବର ଆସିଥିଲା । ଏ ସମସ୍ତ ଘଟଣା ରାଜ୍ୟରେ ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର କିଭଳି ହେଉଛି ତାହା ଦର୍ଶାଉଛି ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ଦଳିତ ମହିଳାଙ୍କ ଉପରେ ବଢ଼ିଥିବା ଅତ୍ୟାଚାର ସହ ଗତ କିଛିମାସ ହେଲା ପ୍ରତିଦିନ ବ୍ରାହ୍ମଣ ସମାଜର କୌଣସି ବ୍ୟକ୍ତିଙ୍କୁ ମାରି ଦିଆଯାଉଥିବା ନେଇ ଖବର ଆସୁଛି । ବ୍ରାହ୍ମଣଙ୍କ ହତ୍ୟାକୁ ନେଇ ଲାଗୁଛି ଯେମିତି ଉତ୍ତରପ୍ରଦେଶରେ ଚାଲିଛି ଗ୍ୟାଙ୍ଗୱାର । ଏ ସମସ୍ତ ଘଟଣା ସାବ୍ୟସ୍ତ କରୁଛି ଉତ୍ତରପ୍ରଦେଶରେ ଆଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ତେବେ, ପ୍ରଶ୍ନ ଉଠିଛି ଏହା ପଛରେ ମୁଖ୍ୟ କାରଣ କଣ ?

ପ୍ରଶାସନରେ ଠାକୁରଙ୍କ ଦବଦବା

ଉତ୍ତରପ୍ରଦେଶରେ ବିଗିଡ଼ି ପଡ଼ିଥିବା ଆଇନ୍ ବ୍ୟବସ୍ଥା ଉପରେ ଆଲୋଚନା କଲେ ତାହା ଜିଲ୍ଲାରେ ଥିବା ଜିଲ୍ଲାପାଳ ଓ ଏସପିଙ୍କ ଜାତିକୁ ନେଇ ବୁଝିହେବ । ଗତ କିଛିଦିନ ତଳେ ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ରାଜ୍ୟର ୪୦ରୁ ଅଧିକ ଜିଲ୍ଲାପାଳ ଓ ଏସପିଙ୍କ ଜାତି ତଥ୍ୟ ସାର୍ବଜନୀନ କରିଥିଲେ । ଯେଉଁମାନେ କି ମୁଖ୍ୟମନ୍ତ୍ରୀଙ୍କ ଜାତିର । ଜିଲ୍ଲାର ଜିଲ୍ଲାପାଳ ଓ ଏସଏସପିଙ୍କ ଜାତିକୁ ନେଇ ଆଇନ୍ ବ୍ୟବସ୍ଥାର ଖରାପ ସ୍ଥିତି ଜାଣିବା ପଛର କାରଣ ହେଉଛି ଅଧିକାରୀଙ୍କ ପୂର୍ବାଗ୍ରହ କିଛି ନିର୍ଦ୍ଦିଷ୍ଟ ସମୁଦାୟ ପ୍ରତି ପକ୍ଷପାତିତା ପ୍ରଦର୍ଶନ । ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ପୂର୍ବାଗ୍ରହ ଆଇନ ବ୍ୟବସ୍ଥାକୁ ବୁଝିବା ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅସ୍ତ୍ର ହୋଇଥାଏ । ହାଥରସ୍ ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ପୂର୍ବାଗ୍ରହ ମଧ୍ୟ ଦେଖଯାଉଛି । କିନ୍ତୁ, ଏଥିରୁ ଉତ୍ତରପ୍ରଦେଶରେ ବଦଳିଥିବା ବର୍ତ୍ତମାନର ଖରାପ ଆଇନ୍ ବ୍ୟବସ୍ଥାକୁ ଠିକରେ ବୁଝି ହେବନାହିଁ । ଏହାକୁ ବୁଝିବା ପାଇଁ ବର୍ତ୍ତମାନ ସରକାରର ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ଗଭୀର ଭାବେ ଦେଖିବାକୁ ପଡ଼ିବ । ଯାହା ଆଧାରରେ ଯୋଗୀ ଆଦିତ୍ୟନାଥ ସରକାର ଚଳାଇବାକୁ ଚେଷ୍ଟା କରୁଛନ୍ତି ।

Why CM Yogi Adityanath Is Getting Fail To Manage Uttar Pradesh Law And Order

କ୍ଷମତାର କେନ୍ଦ୍ରୀକରଣ

ଯୋଗୀ ଆଦିତ୍ୟନାଥଙ୍କ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ଦେଖିଲେ- ଉତ୍ତରପ୍ରଦେଶରେ ସରକାର କ୍ଷମତାକୁ କେନ୍ଦ୍ରୀଭୂତ କରି ପରିଚାଳନା ପାଇଁ ଚେଷ୍ଟା କରାଯାଉଛି । ଏହା ପଛରେ ବଡ଼ କାରଣ ହେଉଛି ବିଜେପିରେ ଅନୁଭବୀ ନେତାଙ୍କ ଅଭାବ । ଯାହାକି ଆଜିକାଲି ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ବନ୍ଧରେ କୁହାଯାଉଛି । ଉତ୍ତରପ୍ରଦେଶର ସ୍ଥିତି ବି ଆହୁରି ଖରାପ । କାରଣ ଏଠି ନିର୍ବାଚନ ଜିତିବା ଲାଗି ବିରୋଧୀ ଦଳରେ ବଡ଼ ବଡ଼ ନେତାଙ୍କୁ ଦଳରେ ସାମିଲ୍ କରାଯାଇଥାଏ । ନିର୍ବାଚନ ଚାପରେ ବିବସତା ଯୋଗୁଁ ଯୋଗୀ ବିରୋଧୀ ଦଳର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ତ କରନ୍ତି । କିନ୍ତୁ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଅନ୍ତି ନାହିଁ । ଖାସ୍ ଏଥିପାଇଁ ଯୋଗୀ ନିଜ ପାଖରେ ଗୃହ ମନ୍ତ୍ରାଳୟ ସମେତ ଅନ୍ୟ ମୁଖ୍ୟ ବିଭାଗ ନିଜ ପାଖରେ ରଖିଛନ୍ତି ।

Mayawati Demands Replace Yogi With Someone Capable As Chief Minister Or President Rules

ଏମିତିରେ ବିଡ଼ମ୍ବନା ହେଉଛି ଉତ୍ତରପ୍ରଦେଶ ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟିରୁ ୟୁରୋପର ଅଧିକାଂଶ ଦେଶ ତୁଳନାରେ ବଡ଼ । ପୁଣି ଉତ୍ତରପ୍ରଦେଶରେ ସ୍ୱତନ୍ତ୍ର ଭାବେ ଗୃହମନ୍ତ୍ରୀ ନାହାଁନ୍ତି । ଯିଏ ଗୃହମନ୍ତ୍ରୀ, ସିଏ ରାଷ୍ଟ୍ର ମନ୍ତ୍ରୀ ଅଟନ୍ତି । ଯିଏ କି କ୍ୟାବିନେଟ୍ ବୈଠକରେ ସାମିଲ ହୋଇପାରନ୍ତି ନାହିଁ । ନିଜ ମନ୍ତ୍ରୀଙ୍କ ସହ କ୍ଷମତା ନ ବାଣ୍ଟିବା ପାଇଁ ଯୋଗୀ ବହୁତ୍ କମ କ୍ୟାବିନେଟ୍ ବୈଠକ ବି ଡାକନ୍ତି । ଏବଂ ଅଧିକାଂଶ ସମୟ ସଚିବଙ୍କ ସହ ବୈଠକ କରିଥାନ୍ତି । ତେବେ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯୋଗୀଙ୍କ ପାଖରେ ସେମିତି କୌଣସି ପ୍ରଶାସନିକ ଅନୁଭବ ହିଁ ନାହିଁ । ସେଥିପାଇଁ ସରକାର ଚଳାଇବାରେ ସେ ସଚିବଙ୍କ ଉପରେ ନିର୍ଭର କରିଥାନ୍ତି ।

ସଚିବଙ୍କ ଉପରେ ଯୋଗୀ ନିର୍ଭର

ପ୍ରଶାସନିକ ଅନୁଭବ ନଥିବା ଯୋଗୀ କ୍ଷମତା ଠାରୁ ଅନ୍ୟମାନଙ୍କୁ ଦୂରେଇ ରଖିବାକୁ ସଚିବଙ୍କ ଉପରେ ନିର୍ଭର କରନ୍ତି । ଏଥିପାଇଁ ସେ ରାଜ୍ୟରେ ମନ୍ତ୍ରୀଙ୍କ ନୁହେଁ ବରଂ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ଏକ ଟିମ୍ କରି ଚଳାଉଛନ୍ତି । ଏହି ପ୍ରକାରେ ଅଲଗା ଅଲଗା ବିଭାଗ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ।

Leave a Reply