Hathras Case: ପୀଡ଼ିତାଙ୍କ ପରିବାରର ଦାବି- ଜଳିଥିବା ଶବ ଆମ ଝିଅର ନୁହଁ, ଜିଲ୍ଲାପାଳ ଓ ଏସପିଙ୍କ ହେଉ ନାର୍କୋ ଟେଷ୍ଟ

1 min read
Hathras Victims Family Says Conduct Narco Test On DM And SP

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଶନିବାର ଏସଆଇଟି ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତଙ୍କ ସହ ତଦନ୍ତକାରୀ ଦଳ ହାତ ମିଶାଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରିବାକୁ ଦାବି କରିଛନ୍ତି । ପୀଡ଼ିତାଙ୍କ ମାଆ କହିଛନ୍ତି- ମୃତ୍ୟୁ ପରେ ପୋଲିସ ଝିଅର ଶବ ଦେଇନଥିଲା । ସେ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର ଯାଞ୍ଚ ପାଇଁ କହିବା ସହ ଏସଆଇଟି ଓ ସିବିଆଇ ଉପରେ ଭରସା ନଥିବା କହିଛନ୍ତି ।

Hathras Gang Rape Victim's Father Unhappy With Probe, Demands CBI Investigation

ମାଆ କହିଛନ୍ତି- ମୁଁ ସେମାନଙ୍କୁ ଭିକ୍ଷ ମାଗିବା ପରେ ବି ମୋତେ ଝିଅର ମରଶରୀର ଦେଖିବାକୁ ଦେଇନଥିଲେ । ଆମେ ସିବିଆଇ ତଦନ୍ତ ଚାହୁଁନାହୁଁ । ଆମେ ମାମଲାର ତଦନ୍ତ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଅଧୀନର ହେଉ ବୋଲି ଚାହୁଁଛୁ । ଆମେ କାହିଁକି ନାର୍କୋ ଟେଷ୍ଟ କରାଇବୁ । ଆମେ ଆମ ମନ୍ତବ୍ୟ କେବେ ବଦଳାଇ ନାହୁଁ ।

ସେଦିନ ରାତିରେ ଜଳିଥିଲା କାହା ଜୁଇ ?

ଗଣମାଧ୍ୟମ ସହ କଥାହେବା ବେଳେ ପୀଡ଼ିତାଙ୍କ ଭାଉଜ କହିଛନ୍ତି- ସବୁଠୁ ଆଗେ ପୋଲିସ ସ୍ପଷ୍ଟ କରୁ ସେଦିନ ରାତିରେ କାହା ମରଶରୀରକୁ ଦାହ କରାଯାଇଥିଲା । ସେ ମୃତଦେହ ଆମ ଝିଅର ନଥିଲା, ଆମେ ଦେଖିନାହୁଁ । ଆମେ ନାର୍କୋ ଟେଷ୍ଟ କାହିଁକି କରିବୁ ? ଆମେ ସତ କହୁଛୁ, ଆମେ ନ୍ୟାୟ ମାଗୁଛୁ । ଜିଲ୍ଲାପାଳ ଓ ଏସପିଙ୍କ ନାର୍କୋ ଟେଷ୍ଟ କରାଯାଉ । ସେମାନେ ହିଁ ମିଛ କହୁଛନ୍ତି ବୋଲି ସେ କହିଛନ୍ତି ।

Video Of Hathras DM And Victim Father Goes Viral

ମୃତଦେହ ଦାହ ବେଳେ ଝିଅର ଦାଦା ଉପସ୍ଥିତ କଥାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ପୀଡ଼ିତାଙ୍କ ଦାଦା ୨୦୦୬ରୁ ମୃତ୍ୟୁବରଣ କରିସାରିଲେଣି । ତ କେମିତି କୁହାଯାଉଛି ସେ ଅନ୍ତ୍ୟେଷ୍ଟି ବେଳେ ସେଠାରେ ଉପସ୍ଥିତ ଥିଲେ । ସେ ଆହୁରି କହିଛନ୍ତି ଗତକାଲି ଶୁକ୍ରବାର ଏସଆଇଟି ଆମ ଘରକୁ ଆସିନଥିଲା । ଗୁରୁବାର ଆସିଥିଲେ, ଏଠାରେ ସକାଳ ୯ଟାରୁ ଅପରାହ୍ଣ ୨ଟା ୩୦ ଯାଏଁ ଥିଲେ । ଜିଲ୍ଲାପାଳ କହିଥିଲେ- ଝିଅର ମୃତ୍ୟୁ କରୋନାରେ ହୋଇଛି । ତେଣୁ ଆମେ ଗଣମାଧ୍ୟମ ସହ କଥାହେବା ଓ ବାହାରକୁ ଯିବା ପାଇଁ ରୋକୁଛୁ । କାହିଁକି ଆମକୁ ଝିଅର ଶରୀର ଦେଖାଗଲା ନାହିଁ । ଆମକୁ ଏସଆଇଟି ଉପରେ ଭରସା ନାହିଁ । କାରଣ ସେ ପ୍ରଶାସନ ମିଶିଛନ୍ତି ବୋଲି ସେ କହିଛନ୍ତି ।

Leave a Reply