ଜାଣନ୍ତୁ କିଏ ବୁଲ୍ଲିବାଈ ଆପର ମାଷ୍ଟରମାଇଣ୍ଡ ?

1 min read

ନୂଆଦିଲ୍ଲୀ: ସାରା ଦେଶରେ ଏବେ ବୁଲ୍ଲିବାଈ ଆପକୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି । ବୁଲ୍ଲିବୁଈ ଘଟଣାରେ ମୁମ୍ବାଇ ପୋଲିସ ଉତ୍ତରାଖଣ୍ଡରୁ ୧୮ ବର୍ଷିୟ ଶ୍ୱେତା ସିଂଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ଏହି ମାମଲାରେ ଅନ୍ୟ ଜଣେ ଦୋଷୀ ବିଶାଲ କୁମାରଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପୋଲିସ ମୋଟ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଶ୍ୱେତା ମୁଖ୍ୟ ଦୋଷୀ ବୋଲି ପୋଲିସ ସୂଚନା ଦେଇଛି ।

ଉତ୍ତରାଖଣ୍ଡର ଶ୍ୱେତା ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତାଙ୍କ ବୟସ ମାତ୍ର ୧୮ ବର୍ଷ ଅଟେ । ଶ୍ୱେତା ବୁଲ୍ଲିବାଈ ଆପରେ ମୁସଲମାନ ମହିଳାଙ୍କ ଆପତ୍ତିଜନକ ଫଟୋ ଅପଲୋଡ କରିଥିଲେ । ତାଙ୍କୁ ପୋଲିସ ଉତ୍ତରାଖଣ୍ଡର ଉଧ୍ୟମସିଂହ ନଗରରୁ ଗିରଫ କରିଛି । ସୂଚନା ଅନୁସାରେ ଶ୍ୱେତାଙ୍କ ପିତା ଓ ମାତାଙ୍କର ଦେହାନ୍ତ ହୋଇଛି । ଗତ ବର୍ଷ ଶ୍ୱେତା କରୋନାରେ ତାଙ୍କ ପିତାଙ୍କୁ ହରାଇଥିଲେ । ଏହା ପୂର୍ବରୁ କ୍ୟାନସରରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ତାଙ୍କ ବଡ଼ ଭଉଣୀ ବାଣିଜ୍ୟରେ ସ୍ନାତ୍ତକ କରୁଛନ୍ତି ଏବଂ ତାଙ୍କ ଛୋଟ ଭାଇ, ଭଉଣୀ ବର୍ତ୍ତମାନ ସ୍କୁଲରେ ପଢ଼ୁଛନ୍ତି ।

ସୂଚନା ଅନୁସାରେ ଶ୍ୱେତା ନେପାଳସ୍ଥିତ ଏକ ସୋସିଆଲ ମିଡିଆ ଫ୍ରେଣ୍ଡଙ୍କ ନିର୍ଦ୍ଦେଶରେ ଏହି କାମ କରୁଥିଲେ । ସୂଚନା ଅନୁସାରେ ଜିଆଉ ନାମକ ଜଣେ ନେପାଳୀ ନାଗରିକ ଏହି ଆପରେ ହେଉଥିବା କାର୍ଯ୍ୟକଳାପ ବିଷୟରେ ନିର୍ଦ୍ଦେଶ ଦେଉଥିଲେ । ଏହି ବ୍ୟକ୍ତିଙ୍କ ବ୍ୟତୀତ ଆଉ କିଏ ଏହି କାର୍ଯ୍ୟ କରିବା ପାଇଁ ଶ୍ୱେତାଙ୍କୁ ସାହାର୍ଯ୍ୟ କରୁଥିଲେ ସେହି ବିଷୟରେ ଅଧିକ ଯାଞ୍ଚ କରାଯାଉଛି । ଏହି ବୁଲ୍ଲିବାଈ କେସରେ ଶ୍ୱେତା ସିଂ ଜଡିତ ଅଛନ୍ତି ବୋଲି ପ୍ରଥମ ଥର ପାଇଁ କହିଥିଲେ ବାଙ୍ଗାଲୋରରୁ ଗିରଫ ହୋଇଥିବା ବିଶାଲ କୁମାର । ବିଶାଲ କହିଥିଲେ କି ସେ ଶ୍ୱେତାଙ୍କ ସହ ସମ୍ପର୍କରେ ରହିଥିଲେ ଏବଂ ଶ୍ୱେତା ସେହି ଲୋକମାନଙ୍କ ସମ୍ପର୍କରେ ଥିଲେ ଯେଉଁମାନେ ବୁଲ୍ଲିବାଈ ଆପରେ ସମସ୍ତ କାର୍ଯ୍ୟକଳାପରେ ଜଡିତ ଥିଲେ ।

ବୁଲ୍ଲିବୁଈ ଆପରେ ମୁସଲମାନ ମହିଳାଙ୍କ ଫଟୋ ଅପଲୋଡ କରିବା ପାଇଁ ନକଲି ଟ୍ୱିଟର ଆକାଉଣ୍ଟର ବ୍ୟବହାର କରୁଥିଲା ଶ୍ୱେତା ସିଂ । ଶ୍ୱେତା ସିଂ JattKhalsa07 ନାମରେ ଏକ ନକଲି ଟ୍ୱିଟର ଆକାଉଣ୍ଟର ବ୍ୟବହାର କରୁଥିଲେ । ଏହି ଟ୍ୱିଟର ଆକାଉଣ୍ଟରୁ ଘୃଣା ସୃଷ୍ଟିକାରୀ ପୋଷ୍ଟ ଓ ଆପତ୍ତିଜନକ ଫଟୋ ପୋଷ୍ଟ କରୁଥିଲେ । ବୁଲ୍ଲିବାଈ ଆପରେ ମୁସଲିମ୍ ମହିଳାଙ୍କ ଟାର୍ଗେଟ କରାଯାଉଥିଲା । ଆପରେ ମୁସଲିମ୍ ମହିଳାଙ୍କ ବିରୋଧରେ ଖରାପ କଥା ଲେଖିବା ସହ ଆପତ୍ତିଜନକ ଫଟୋ ପୋଷ୍ଟ କରୁଥିଲେ । ବୁଲ୍ଲିବାଈ ଆପ ସେହି ପରି କାମ କରିଥାଏ ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ କାର୍ଯ୍ୟ କରୁଥିଲା ।

 

Leave a Reply