ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

Who Is Responsible For Contractual Employee Dinabandhu Mishra Death Sambalpur University

ସମ୍ବଲପୁର: ୨୭ ବର୍ଷ ଚାକିରି ପରେ ସ୍ଥାୟୀ କରିବା ପାଇଁ ବାରମ୍ବାର ଗୁହାରି କରୁଥିଲେ । ମଙ୍ଗଳବାର କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ହିଁ ଆତ୍ମାହୁତି ଦେଇଥିଲେ ଦୀନବନ୍ଧୁ । ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ପୁଅକୁ ଚାକିରି ଓ ୫ଲକ୍ଷ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ପରେ ମୃତଦେହ ଉଠାଯାଇଛି ।

Who Is Responsible For Contractual Employee Dinabandhu Mishra Death Sambalpur University

୨୭ ବର୍ଷର ସଂଘର୍ଷରେ ଲାଗିଲା ମୃତ୍ୟୁର ପୂର୍ଣ୍ଣଚ୍ଛେଦ । ନ୍ୟାୟ ପାଇଁ ଆଉ କେବେ ଗୁହାରି କରିବେନି, ଦୀନବନ୍ଧୁ । ଅପେକ୍ଷା ଦେଖିଲା ଦୁଃଖଦ ଅନ୍ତ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଭିସି ବଦଳୁଥିଲେ, ହେଲେ ବଦଳୁନଥିଲା ଦୀନବନ୍ଧୁଙ୍କ ଭାଗ୍ୟ । ଅସ୍ଥାୟୀରୁ ସ୍ଥାୟୀ ହେବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ ଚାଲିଥିଲା । ଧିରେ ଧିରେ ଧୈର୍ଯ୍ୟର ବନ୍ଧ ଭାଙ୍ଗୁଥିଲା, ଜୀବନଠୁ ସଂଘର୍ଷର ବୋଝ ବଢୁଥିଲା । କାଲି ବି ଭିସିଙ୍କୁ ଗୁହାରି କରିବାକୁ ଆସିଥିଲେ ଦୀନବନ୍ଧୁ, ହେଲେ ଅସମ୍ଭାଳ ହେଲା ଅପମାନ । ନ୍ୟାୟ ମିଳିବ ଆଉ ସେ ବିଶ୍ବାସ ନଥିଲା । ହକ୍‌ ପାଇଁ ଆଉ କେତେ ସହିବେ, ଭିସିଙ୍କ ସହ ବଚସା ପରେ ଶେଷ ବାଟ ବାଛିନେଲେ । ଭିସି ଚାମ୍ବର ବାହାରେ ଆତ୍ମାହୁତି ଦେଲେ ଦୀନବନ୍ଧୁ, ହେଲେ ଅଟକାଇବାକୁ କେହି ଆସିଲେନି, ଅହଂକାର ବାଧାଦେଲା । ଜୀବନ ଜଳୁଥିଲା, ଅହଂକାର ଜିତୁଥିଲା । ବିଶ୍ବାସର ବାଡ଼ ଡେଇଁ ମୃତ୍ୟୁ ପାଖଉଥିଲା । ଏସସିବି ଯିବା ରାସ୍ତାରେ ହିଁ ଆଖି ବୁଜିଥିଲେ ଦୀନବନ୍ଧୁ ।

Who Is Responsible For Contractual Employee Dinabandhu Mishra Death Sambalpur University

ଦୀନବନ୍ଧୁଙ୍କ ଦୋଷୀ କିଏ ? ବିଶ୍ବବିଦ୍ୟାଳୟରେ ତାଙ୍କର ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା । ମୃତଦେହ ଧରି ଧାରଣାରେ ବସିଥିଲେ କର୍ମଚାରୀ ସଂଘ ଓ ବିଭିନ୍ନ ରାଜନୈତିକ ଦଳ । ନ୍ୟାୟ ପାଇଁ ଲଢି ଜୀବନ ହାରିଲେ ଦୀନବନ୍ଧୁ, ଏବେ ତାଙ୍କ ମୃତ୍ୟୁ ମାଗୁଛି ଜବାବ । ୨୭ ବର୍ଷର ଚାକିରି ପରେ କଣ ସ୍ଥାୟୀ ପଦ ମାଗିବା ଭୁଲ୍? ବ୍ୟବସ୍ଥାର କାଠଗଡ଼ାରେ କାହିଁକି ଅବହେଳାର ଶିକାର ହେଲେ ? ସୁଇସାଇଡ୍‌ ନୋଟ୍‌ରେ ନିଜ ମୃତ୍ୟୁର ସୌଦାଗରଙ୍କ ନାଁ ଗୋଟି ଗୋଟି କରି ଲେଖିଛନ୍ତି ଦୀନବନ୍ଧୁ । ଅସଭ୍ୟ ଭାଷାରେ ଗାଳି କରିଥିଲେ କୁଳପତି । ତାଙ୍କ ସହ ୩ ଦୋଷୀଙ୍କୁ ମୃତ୍ୟୁ ପୂର୍ବରୁ ଦାୟୀ କରିଛନ୍ତି ।

Who Is Responsible For Contractual Employee Dinabandhu Mishra Death Sambalpur University

ପଦାରେ ପଡ଼ିଛି କୁଳପତିଙ୍କ କ୍ୟାରେକ୍ଟରର କଳାଦିଗ । ବାହାରେ ଆତ୍ମାହୁତି ଦେଉଥିଲେ ଦୀନବନ୍ଧୁ, ଆଉ ଅହଂକାରକୁ ଜାବୁଡ଼ି ଧରି ଭିତରେ ବସିଥିଲେ କୁଳପତି । ବଞ୍ଚାଇବାକୁ ଉଦ୍ୟମ କଲେନି, ଆଉ ମୃତ୍ୟୁ ପରେ ବାହାନାବାଜି କରିଛନ୍ତି । କହିଛନ୍ତି, ତାଙ୍କ ଅଭିଯୋଗର ହେବ ଉଚ୍ଚସ୍ତରୀୟ ତଦନ୍ତ । ଦୀନବନ୍ଧୁ ଆଉ ନାହାନ୍ତି, ହେଲେ ଛାଡ଼ି ଯାଇଛନ୍ତି ଅନେକ ପ୍ରଶ୍ନର କୁହେଳିକା । ବାହାରେ ଦୀନବନ୍ଧୁ ଆତ୍ମହୁତି ଦେଉଥିବା ବେଳେ ଭିତରେ କଣ କରୁଥିଲେ ଭିସି ? ଜଣେ କର୍ମଚାରୀ ଜଳି ଯାଉଥିବା ବେଳେ ନିଜ ଚାମ୍ବର ଭିତରେ ଥିବା କୁଳପତି କଣ କିଛି ଜାଣି ପାରିନଥିଲେ ? ନା ଅହଙ୍କାର କୁଳପତିଙ୍କୁ ଅଟକାଇ ଦେଇଥିଲା ? ଦୀନବନ୍ଧୁଙ୍କୁ ତୁରନ୍ତ ଅଟକାଇବାକୁ କାହିଁକି କେହି ଆସି ନଥିଲେ? ଦୀନବନ୍ଧୁ ୨୭ବର୍ଷ ଚାକିରି କରିବା ପରେ ବି କାହିଁକି ସ୍ଥାୟୀ ହୋଇ ପାରିନଥିଲେ ? ସ୍ଥାୟୀ ଚାକିରିଟିଏ ପାଇବାକୁ ଦୀନବନ୍ଧୁଙ୍କ ଯୋଗ୍ୟତା ନଥିଲା ନା ବ୍ୟବସ୍ଥାଗତ ଅବହେଳାର ଶିକାର ହୋଇଥିଲେ ?

Leave a Reply