କେଉଁଠି ବାହାରିଲେ ମାଟିତଳୁ ଶିବଲିଙ୍ଗ ଜାଣନ୍ତୁ ?

1 min read

ଫୁଲବାଣୀ : ମାଟିତଳୁ ବାହାରିଲା ଶିବଲିଙ୍ଗ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କ୍ରାଣ୍ଡିବାଲି ଗାଁରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଳୁ ଏକ ଶିବଲିଙ୍ଗ ମିଳିଛି । ମାଟିତଳେ ଶିବଲିଙ୍ଗ ଥିବା ତ୍ରିନାଥ ମନ୍ଦିର ପୂଜକ ଦଶମୁଲ ମିଶ୍ରଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ପୂଜକ କହିଛନ୍ତି । ଲୋକମାନେ ମାଟି ଖୋଳିବା ପରେ ଏକ ବିରାଟ ଶିବଲିଙ୍ଗ ମିଳିଛି I ଶିବଲିଙ୍ଗକୁ ହୋମଯଜ୍ଞ କରି ପ୍ରତିଷ୍ଠା କରାଯାଇଛି ।

ଏହି ଖବର ପଢନ୍ତୁ : ପ୍ରତାପ, ସଞ୍ଜୟ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଲୋଇସିଂ ସରପଞ୍ଚ ସୁଦର୍ଶନ କହଁର, ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା, ପୂର୍ବତନ ବିଧାୟକ ଦୁଗୁନି କହଁର, ଦେବେନ୍ଦ୍ର କହଁର, ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାଏକଙ୍କ ସହ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିଥିଲେ l ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏଠାରେ ଏକ ଶିବ ମନ୍ଦିର ନିର୍ମାଣ କରାଯିବ ବୋଲି ବିଧାୟକ ଅଙ୍ଗଦ କହଁର ପ୍ରତିଶ୍ରୁତି ଦେଇଛନ୍ତି ।