WhatsAppରେ ୨ଜିବି ଫାଇଲ୍ସକୁ ଟ୍ରାନ୍ସଫର କରିପାରିବେ ! କେବଳ ଏହି ବ୍ୟବହାରକାରୀଙ୍କୁ ମିଳିବ ସୁବିଧା…

1 min read

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଦେଶରେ ସର୍ବାଧିକ ବ୍ୟବହାର ହେଉଥିବା ମାସେଜ ଆପ୍ । ଅଳ୍ପେବହୁତେ ଏହାର ବ୍ୟବହାର ସମସ୍ତେ ଜାଣନ୍ତି । ତେବେ ଏହି ଆପରେ କିଛି ଏମେତି ଫିଚର ରହିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ । ଏମିତି ଏକ ଫିଚର ହେଉଛି ବଡ଼ ଫାଇଲଗୁଡ଼ିକର ଟ୍ରାନ୍ସଫର । ଯଦି ଆପଣ କୌଣସି ବଡ ଫାଇଲସକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ତାହା ଏଥିରେ ସମ୍ଭବ ହୋଇପାରିବ ନାହିଁ ଏବଂ ଆପଣ ବାଧ୍ୟ ହେବେ ଅନ୍ୟ ଆପକୁ ବାଛିବାକୁ । ଏବେ ହ୍ୱାଟସଆପ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛି ।

ସୂଚନା ଅନୁସାରେ, ହ୍ୱାଟ୍ସଆପ ଖୁବ ଶୀଘ୍ର ୨ଜିବି ଫାଇଲ ଟ୍ରାନ୍ସଫର କରାଇବାର ପ୍ରସ୍ତୁତି କରୁଛି । ଆପଟି ଏହି ଫିଚର ଉପରେ ବର୍ତ୍ତମାନ କାର୍ଯ୍ୟ କରୁଛି । ଯଦିଓ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଏହି ଫିଚର କେବଳ ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏବଂ ଏହା ଉପରେ ବର୍ତ୍ତମାନ ଅଧିକ ପରୀକ୍ଷଣ କରାଯାଉଛି । ସୂଚନା ଅନୁସାରେ ଏହି ଫିଚରକୁ ହ୍ୱାଟସଆପର ଆଇ ଓଏସ ବିଟା ଭର୍ସନରେ ୨୨.୭.୦.୭୬ ପରୀକ୍ଷା କରାଯାଉଛି ।

ବର୍ତ୍ତମାନ ୧୦୦ଏମବି ପର୍ଯ୍ୟନ୍ତ ଫାଇଲ ଟ୍ରାନ୍ସଫର କରିହେଉଛି ଯାହା ଗୋଟିଏ ବର୍ଷ ପୂର୍ବରୁ ପର୍ଯ୍ୟାପ୍ତ ଥିଲା । କିନ୍ତୁ ଏବେ ୧୦୦ଏମବି ରୁ ବଡ଼ ସାଇଜର ଫାଇଲ ଟ୍ରାନ୍ସଫର କରିବାକୁ ପଡ଼ୁଛି । ହ୍ୱାଟ୍ସଆପର ପ୍ରତିଦ୍ୱନ୍ଦି ଆପ୍ ଟେଲିଗ୍ରାମରେ ଏହି ଫିଚର ପୂର୍ବରୁ ହିଁ ରହିଛି ଯେଉଁଥିବା ପାଇଁ ହ୍ୱାଟସଆପରେ ମଧ୍ୟ ଏହି ଫିଚରକୁ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ହ୍ୱାଟସଆପ ଏହି ଫିଚରକୁ ଆର୍ଜେଣ୍ଟିନାରେ ପରୀକ୍ଷଣ କରୁଛି । ୱାବଣ୍ଟାଲଇନଫୋ (WABetaInfo) ଏହି ଫିଚରର ଗୋଟିଏ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି, ଯେଉଁଥିରେ ହ୍ୱାଟ୍ସଆପ ୟୁଜର୍ସଙ୍କୁ ଆର୍ଲଟ କରୁଛି ଯେ, ଆଇଫୋନ ବ୍ୟବହାରକାରୀ ୨ଜିବି ସାଇଜର ଡକ୍ୟୁମେଣ୍ଟ ଟ୍ରାନ୍ସଫର କରିପାରିବେ । ଯଦିଓ ଏହି ଫିଚର କେବେ ସୁଧା ଆସିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହି ଫିଚର ୟୁଜର୍ସଙ୍କୁ କେତେକାଂଶରେ ସହଯୋଗ କରିପାରିବ ।

ଅନ୍ୟ କିଛି ଫିଚର ଉପରେ ମଧ୍ୟ ହ୍ୱାଟ୍ସଆପ କାର୍ଯ୍ୟ କରୁଛି । ଏଥିରେ ମାସେଜ ରିଆକ୍ସନ ରିପ୍ଲାଏ ମଧ୍ୟ ସାମିଲ ରହିଛି । ହ୍ୱାଟ୍ସଆପରେ ଖୁବଶୀଘ୍ର ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ଇମୋଜି ରିପ୍ଲାଏର ବିକଳ୍ପ ମିଳିପାରିବ । ଅନ୍ୟପଟେ କମ୍ପାନୀ ହ୍ୱାଟ୍ସଆପକୁ ମଲ୍ଟି ଡିବାଇସ ସପୋର୍ଟ ଦେବାକୁ ପ୍ରସ୍ତୁତି କରୁଛି । ଯାହାଦ୍ୱାରା ହ୍ୱାଟ୍ସଆପ ୟୁଜର୍ସ ଏକାଥରେ ୪ଟି ଡିଭାଇସରେ ନିଜ ଆକାଉଣ୍ଟକୁ ବ୍ୟବହାର କରିପାରିବେ ।