ସେଲୁନ,ପାର୍ଲର ଖୋଲିବ କି ନାହିଁ ? ଏନେଇ କେନ୍ଦ୍ରର ଗାଇଡ୍ ଲାଇନ୍ କଣ,ଜାଣନ୍ତୁ

1 min read

ନୂଆଦିଲ୍ଲୀ: ପାଖାପାଖି ୬୦ ଦିନ ହେବ ଭାରତୀୟ ମାନେ ସେଲୁନ ଯାଇନାହାନ୍ତି । ବିୟୁଟି ପାର୍ଲର ମଧ୍ୟ ବନ୍ଦ । ତେବେ ଲକଡାଉନ୍ ୪.୦ରେ ସେଲୁନ୍ ଓ ବିୟୁଟି ପାର୍ଲରକୁ କିଛିଟା ରିହାତି ମିଳିଛି । ଲକଡାଉନ୍ ୪.୦ରେ ସେଲୁନ୍,ପାର୍ଲର,ଷ୍ଟାଡିୟମ୍ ଓ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । 

ରେସ୍ତୋରାଁ ହୋମ୍ ଡେଲିଭରି କରିପାରିବେ

ରେସ୍ତୋରାଁ ଖୋଲିବ କିନ୍ତୁ ଗ୍ରାହକ ସେଠାରେ ଖାଇପାରିବେ ନାହିଁ । ରେସ୍ତୋରାଁଙ୍କୁ ଖାଦ୍ୟ ପାର୍ସଲ କରିବାକୁ ଅନୁମତି ଦିଆଯାଇଛି । ସେହିଭଳି ଷ୍ଟାଡିୟମ ଖୋଲାଯିବ କିନ୍ତୁ ଦର୍ଶକ ଯାଇ ପାରିବେ ନାହିଁ । କେବଳ ଖେଳାଳୀ ପ୍ରାକ୍ଟିସ ପାଇଁ ସେଠାକୁ ଯାଇପାରିବେ ।

ଇ-କମର୍ସକୁ ଅନୁମତି

ଲକଡାଉନ୍ ୪.୦ରେ ସର୍ତ୍ତ ସହ ଅଫିସ ଓ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହାସହ କଣ୍ଟେନମେଣ୍ଟ୍ ଅଂଚଳକୁ ଛାଡି ଇ-କମର୍ସ ସାଇଟ୍ ସବୁ ଜୋନରେ ଜରୁରୀ ଓ ଅଣଜରୁରୀ ସାମଗ୍ରୀ ଡେଲିଭରି କରିପାରିବେ । ଯଦି ଆପଣଙ୍କ ଘର କଣ୍ଟେନମେଣ୍ଟ୍ ଜୋନରେ ନାହିଁ ତେବେ ଆପଣ ଅନଲାଇନରେ ଯେକୌଣସି ସାମଗ୍ରୀ ମଗାଇ ପାରିବେ । ଏହାସହ ସବୁ ପ୍ରକାରର ଟ୍ରକ୍ ଚଳାଚଳ ପାଇଁ ଅନୁମତି ପାଇଛନ୍ତି ।

ବସ ଚାଲିପାରିବ

ଏହାସହ ଲକଡାଉନ୍ ୪.୦ରେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଙ୍କୁ ଆହୁରି ଅନେକ କ୍ଷମତା ଦିଆଯାଇଛି । ଲକଡାଉନ୍ ୪.୦ରେ ରାଜ୍ୟଙ୍କ ମଧ୍ୟରେ ବସ ଚଳାଚଳ କରିପାରିବ ।

ସେଲୁନ୍ ଓ ପାର୍ଲର

ସେଲୁନ୍ ଓ ପାର୍ଲର ଖୋଲିବା ପାଇଁ ଗାଇଡ୍ ଲାଇନରେ ବ୍ୟବସ୍ଥା ରହିଛି । ତେବେ ସେଲୁନ ଖୋଲିବା ନଖୋଲିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । ଏନେଇ ଅନ୍ତିମ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଗାଇଡ୍ ଲାଇନରେ କେନ୍ଦ୍ର ରାଜ୍ୟକୁ ଏହି ଅଧିକାର ପ୍ରଦାନ କରିଛି ।

ବ୍ୟବସାୟିକ ଗତିବିଧିକୁ ଅନୁମତି

କଣ୍ଟନେମେଣ୍ଟ ଜୋନକୁ ଛାଡି ବାକି ସବୁ ଜୋନରେ ବ୍ୟବସାୟିକ ଗତିବିଧି ପାଇଁ ରାଜ୍ୟ ଅନୁମତି ଦେଇ ପାରିବେ ବୋଲି କେନ୍ଦ୍ର କହିଛି ।

Leave a Reply