ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ, ସବୁ ବୁଥ୍‌ରେ ୱେବକାଷ୍ଟିଂ

ଝାରସୁଗୁଡା: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ । ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ । ମୁକ୍ତ, ଅବାଧ ଏବଂ ନିରପେକ୍ଷ ଭୋଟିଂ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଝାରସୁଗୁଡା ଉପନିର୍ବାଚନରେ ପ୍ରଥମ କରି ସବୁ ବୁଥରେ ହେବ ଓ୍ବେବକାଷ୍ଟିଂ । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖିପାରିବେ । ମୋଟ ୨୫୩ ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର ।

ଏଥିରୁ ୨୬ଟି ପିଙ୍କ ବୁଥ କରାଯାଇଥିବା ବେଳେ ୪୦ଟି ମଡେଲ ବୁଥ କରାଯାଇଛି । ପିଙ୍କ ବୁଥ୍ ଗୁଡିକୁ କେବଳ ମହିଳା ମାନେ ପରିଚାଳନା କରିବେ । ସେହିଭଳି ମଡେଲ ବୁଥରେ ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିକ୍ଷାଳୟ, ଥଣ୍ଡା ପାନୀୟ ବ୍ୟବସ୍ଥା, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଉପନିର୍ବାଚନ ପାଇଁ ଝାରସୁଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ କରିଛନ୍ତି ସମୀକ୍ଷା ।

୬ କମ୍ପାନୀ ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ଙ୍କ ସହ ଓଡିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ରହିବେ । ୧୫୦ ରୁ ଅଧିକ ହୋମଗାର୍ଡ, ୩୦୦ କନେଷ୍ଟବଳ, ୧୦୦ ରୁ ଅଧିକ ବଛା ବଛା ଅଫିସର ୧୪୪ ବୁଥରେ ପାରାମିଲିଟାରୀ ଫୋର୍ସ ମୁତୟନ ହେବେ। ୨୫ ଟି ମୋବାଇଲ ସ୍କ୍ବାର୍ଡ ରେ ଜଣେ ଅଫିସର ଏବଂ ପାରାମିଲିଟାରୀ ଫୋର୍ସ ରହିବେ। ସେମାନଙ୍କୁ ସୁପରଭିଜନ କରିବା ପାଇଁ ୧୫ ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମକୁ ଜଣେ ଆଇଆଇସି ରାଙ୍କର ଅଧିକ ନେତୃତ୍ବ ନେବେ। ସମସ୍ତଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୫ ଜଣ ଡିଏସପି ରାଙ୍କର ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ସବୁ ବର୍ଡରକୁ ସିଲ କରାଯାଇ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି।