Ind vs Aus : କୋହଲିଙ୍କୁ ରୋକିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା କହିଲେ ଜଷ୍ଟିନ୍ ଲେଙ୍ଗର୍

1 min read

ଆଡିଲେଟ୍: ଟି-୨୦ ଓ ଏକଦିବସୀୟ ପରେ ଏବେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୪ ଟିକିଆ ଟେଷ୍ଟ ସିରିଜ୍ । ଆସନ୍ତା ୧୭ ତାରିଖରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତତ କରିସାରିଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ୍ ଲେଙ୍ଗର୍ ।

           ଲେଙ୍ଗର ଗଣମାଧ୍ୟମଙ୍କୁ କହିଛନ୍ତି ଯେ, ଆମକୁ ଆମ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ହେବ । କୋହଲୀ ଜଣେ ଉଚ୍ଚକୋଟୀର ଖେଳାଳି । ଏବଂ ଜଣେ ଭଲ ଅଧିନାୟକ । ମୁଁ ଏହି କଥା ବହୁ ଥର କହିଛି  । ଏବଂ ମୋ ମଧ୍ୟରେ କୋହଲୀଙ୍କୁ ନେଇ ବହୁତ ସମ୍ମାନ ରହିଛି । । ଜଣେ ଅଧିନାୟକ ଏବଂ କ୍ୟାପଟେନ୍ ହିସାବରେ କୋହଲୀ ଟିମ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଣୁ ଆମକୁ ତାଙ୍କୁ ରୋକିବା ପାଇଁ ବହୁତ ଭଲ ରଣନୀତି କରିଛୁ ।

            ଅଷ୍ଟ୍ରେଲିଆ ଭାରତ ଅପେକ୍ଷା ଅଧିକ ଥର ପିଙ୍କ୍ ବଲରେ ମ୍ୟାଚ୍ ଖେଳିଛି । କିନ୍ତୁ ତାଙ୍କ ଟିମକୁ ଏ ନେଇ କୌଣସି ବିଶେଷ ଫାଇଦା ମିଳିନଥିବା ସେ କହିଛନ୍ତି । ଶ୍ରେଷ୍ଠ ଖେଳାଳି ସବୁ ବେଳେ ସବୁ ପରିସ୍ଥିତିରେ ଖାପଖୁଆଇ ଭଲ ପ୍ରଦର୍ଶନ କରିଥାଏ । ବଲ୍ କେଉଁ ବି ରଙ୍ଗର ହେଉ ନା କାହିଁକି ପରିସ୍ଥିତି ସହ ଖାପଖୁଆଇ ଯିଏ ଭଲ ପ୍ରଦର୍ଶନ କରିଥାନ୍ତି ସେ ହିଁ ଭଲ ଖେଳାଳି । ଅଷ୍ଟ୍ରେଲିଆର କୋଚ୍ ଆହୁରି କହିଛନ୍ତି , ଗତ ୧ ବର୍ଷ ହେଲା ଆମେ ଟେଷ୍ଟ ମ୍ୟାଚ୍ ଖେଳିନାହୁଁ । ଦିବ-ରାତି ମ୍ୟାଚ୍ ହେଉ ଅବା ଗୋଟିଏ ଦିନର । ବିଗତ ପ୍ରଦର୍ଶନ କୌଣସି ପ୍ରକାର ପ୍ରଭାବ ପକାଇଲା ଭଳି ମନେ ହେଉନି ।

Leave a Reply