୧୮ ବର୍ଷର ପୁରୁଣା ଫଟୋ ସେୟାର କରି ଅନୀଲ କୁମ୍ବଲେଙ୍କୁ ‘ଯୋଦ୍ଧା’ କହିଲେ ଲକ୍ଷ୍ମଣ

1 min read

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେଙ୍କ ପ୍ରଶଂସା କରିଛନ୍ତି । କୁମ୍ବଲେଙ୍କୁ ଜଣେ ବହୁତ ବଡ଼ ଖିଲାଡ଼ି ବୋଲି କହିଛନ୍ତି ଭିଭିଏସ୍ ଲକ୍ଷ୍ମଣ । କୁମ୍ବଲେ ସବୁବେଳେ ନିଜ ଦାୟିତ୍ୱ ସମ୍ପାଦନ ପାଇଁ ପ୍ରସ୍ତୁତ ରହିଥାନ୍ତି । ଲକ୍ଷ୍ମଣ କହିଛନ୍ତି- ସେ ଆଗାମୀ କିଛିଦିନ ଯାଏଁ ସେହି ସାଥୀମାନଙ୍କୁ ମନେ ପକାଇବେ । ଯେଉଁମାନଙ୍କ ସହ ସେ ଖେଳିଛନ୍ତି ଓ ତାଙ୍କ ଠାରୁ ପ୍ରେରଣା ପାଇଛନ୍ତି ।

ଭିଭିଏସ୍ ଲକ୍ଷ୍ମଣ ଏହି କ୍ରମରେ ଅନୀଲ କୁମ୍ବଲେଙ୍କୁ ମନେ ପକାଇଛନ୍ତି । ୨୦୦୨ ମସିହାରେ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆହତ ଅବସ୍ଥାରେ ଅନୀଲ କୁମ୍ବଲେ ବୋଲିଂ କରିଥିଲେ । ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିବା ସହ କୁମ୍ବଲେ ସବୁ ଅସୁବିଧାକୁ ପଛରେ ପକାଇ ନିଜ ଦାୟିତ୍ୱ ପାଳନ କରନ୍ତି ବୋଲି କହିଛନ୍ତି । ତାଙ୍କ ଠାରେ ଥିବା ଅସୀମ ସାହାସ ଓ ଧୈର୍ଯ୍ୟ ଏହି ଫଟୋ କହୁଛି ।

୨୦୦୨ରେ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚରେ ଅନୀଲ କୁମ୍ବଲେ ଆହତ ହୋଇଥିଲେ । ଆହତ ସତ୍ତ୍ୱେ ମୁହଁରେ ପ୍ଲାଷ୍ଟର ଭିଡ଼ି ଲଗାତାର ୧୪ ଓଭର ବୋଲିଂ କରିଥିଲେ କୁମ୍ବଲେ । ଟେଷ୍ଟ କ୍ରିକେଟରେ ଭାରତୀୟ ଭାବେ ଅନୀଲ କୁମ୍ବଲେ ସବୁଠୁ ଅଧିକ ୱିକେଟ୍ ନେଇଥିବା ବୋଲର । ସେ ଭାରତ ପାଇଁ ୧୩୨ଟି ଟେଷ୍ଟ ମ୍ୟାଚ୍ ଖେଳି ୬୧୯ ୱିକେଟ୍ ନେଇଛନ୍ତି । ଦିନିକିଆରେ କୁମ୍ବଲେ ୨୭୧ଟି ମ୍ୟାଚ୍ ଖେଳିଥିବା ବେଳେ ୩୩୭ଟି ୱିକେଟ୍ ନେଇଛନ୍ତି ।

Leave a Reply