ଆପଣ ବି ରୁହନ୍ତୁ ସାବଧାନ ! Vodafoneର ଗୋଟିଏ ଭୁଲ ଆଉ ଗ୍ରାହକଙ୍କ ଆକାଉଣ୍ଟରୁ ଉଡ଼ିଗଲା ୬୮ ଲକ୍ଷ ଟଙ୍କା

1 min read

ଜୟପୁର: ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍ ଆଇଡିଆକୁ ଏକ ଆଦେଶ ଦେଇଛି ରାଜସ୍ଥାନର ଆଇଟି ବିଭାଗ । ଏଥିରେ ଜଣେ ଗ୍ରାହକଙ୍କୁ ୨୭.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଏହି ଜରିମାନା କାହିଁକି ଲାଗୁ ହେଲା, ଆସନ୍ତୁ ଜାଣିବା ଏହାର କାରଣ । ପ୍ରକୃତରେ ଜଣେ ବ୍ୟକ୍ତି କୌଣସି ଭେରିଫିକେସନ ବିନା ଅନ୍ୟ ଜଣେ ଗ୍ରାହକଙ୍କ ନମ୍ବରର ନକଲି ସିମ୍ ଦାବି କରିଛନ୍ତି । ଯେଉଁ ଗ୍ରାହକ ଜଣଙ୍କ କମ୍ପାନୀର ଦୋଷ ହେତୁ ସିମ୍ କାର୍ଡ ପାଇଥିଲେ, ସେ ପ୍ରଥମେ ଗ୍ରାହକଙ୍କ ଆକାଉଣ୍ଟରୁ ୬୮ ଲକ୍ଷ ଟଙ୍କା ଉଠାଇଥିଲେ, କାରଣ ନକଲି ସିମ୍ କାର୍ଡ ତାଙ୍କ ଓଭରଡ୍ରାଫ୍ଟ ସେବା ସହିତ ସଂଯୁକ୍ତ ଥିଲା ।

ସୂଚନା ଅନୁଯାୟୀ, ଭୋଡାଫୋନ ଦ୍ୱାରା ଜାରି କରାଯାଇଥିବା ନକଲି ସେଲଫୋନ୍ ସିମ୍ କାର୍ଡ ସାହାଯ୍ୟରେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଡ୍ୟୁପଲିକେଟ ସିମ୍ କାର୍ଡ ଦେବା ପାଇଁ ଏକାଧିକ ଯାଞ୍ଚ ଆବଶ୍ୟକ ପଡ଼ିଥାଏ । କିନ୍ତୁ ଏହି କ୍ଷେତ୍ରରେ ଗ୍ରାହକଙ୍କ ID ର ଯାଞ୍ଚ ସଠିକ ଭାବରେ ହୋଇନାହିଁ ।

ଭୁଲ ଗ୍ରାହକଙ୍କୁ ଜାରି ହୋଇଥିଲା ଡ୍ୟୁପଲିକେଟ ସିମ୍

ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲା ଭାନୁ ନାମକ ଜଣେ ବ୍ୟକ୍ତିଙ୍କର, ଯାହାକୁ ଡ୍ୟୁପଲିକେଟ ସିମ୍ କାର୍ଡ ଦିଆଯାଇଥିଲା ଯାହାକି ଅନ୍ୟ ଗ୍ରାହକଙ୍କ ଅଟେ । ଏହି ପରିସ୍ଥିତିର ସୁଯୋଗ ନେଇ ଭାନୁ IDBI ବ୍ୟାଙ୍କ ଆକାଉଣ୍ଟରୁ ୬୮.୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ ।

ରିପୋର୍ଟ ଅନୁଯାୟୀ, ଭୋଡାଫୋନ ବ୍ୟବହାରକାରୀ କୃଷ୍ଣ ଲାଲଙ୍କ ମୋବାଇଲ୍ ନମ୍ବର ମେ ୨୦୧୭ ମସିହାରେ କାମ କରିବା ବନ୍ଦ କରିଦେଇଥିଲା ।   ତାପରେ ସେ ହନୁମାନଗଡରେ ଥିବା ଭୋଡାଫୋନ ଦୋକାନକୁ ଯାଇ ଅଭିଯୋଗ କରିଥିଲେ । ତାଙ୍କୁ ଏକ ନୂତନ ନମ୍ବର ମିଳିଥିଲା, କିନ୍ତୁ ଅନେକ ଅଭିଯୋଗ ସତ୍ତ୍ୱେ ତାଙ୍କର କାମ ହୋଇପାରିଲା ନାହିଁ ଏବଂ ନମ୍ବର ବନ୍ଦ ରହିଲା ।

ଏ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେ ଜୟପୁରର ଏକ ଦୋକାନକୁ ଯାଇ ସିମ୍ ଆକଟିଭେଟ୍ କରିବାକୁ ଅଭିଯୋଗ କରିଥିଲେ । ସେତେବେଳକୁ ଅନ୍ୟ ଜଣେ ବ୍ୟକ୍ତି ଡ୍ୟୁପଲିକେଟ ସିମ୍ ପାଇ, ଏହାଦ୍ୱାରା OTP ବ୍ୟବହାର କରି ସେ ଉପରୋକ୍ତ ରାଶି ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ ।

ଖବର ଅନୁଯାୟୀ, ବ୍ୟକ୍ତି ଜଣକ ସିମ୍ କାର୍ଡ ପାଇବାର ୫ ଦିନ ମଧ୍ୟରେ ସିମକୁ ଆକସେସ କରିଥିଲେ । ଥରେ ଏହା ଆକଟିଭେଟ ହେବା ପରେ ସେ ଏକ ମେସେଜ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି । ଗ୍ରାହକ ଜଣଙ୍କ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ଏଥିସହିତ ବର୍ତ୍ତମାନ ଆଇଟି ଅଧିନିୟମ ଅନୁଯାୟୀ ଭୋଡାଫୋନ କ୍ଷତିପୂରଣ ଦେବ ।

ପୋଲିସ ଏକ ମାମଲା ରୁଜୁ କରି ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ସେ ୬୮ ଲକ୍ଷ ଟଙ୍କା ମଧ୍ୟରୁ ୪୪ ଲକ୍ଷ ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରିଥିଲେ । ତଥାପି, ଅବଶିଷ୍ଟ ରାଶି ବିଚାରାଧୀନ ଅଛି । ଆଇଟି ଆକ୍ଟ ଅନୁଯାୟୀ ଗ୍ରାହକ ଅନ୍ୟ ଏକ ଅଭିଯୋଗ ଦାଖଲ କରିଛନ୍ତି । ଗ୍ରାହକଙ୍କ ତଥ୍ୟର ଭୁଲ ଯାଞ୍ଚ ଏବଂ ନୂତନ ସିମ୍ କାର୍ଡ ସକ୍ରିୟ ହେବାରେ ବିଳମ୍ବ ପାଇଁ ଭୋଡାଫୋନ ଜରିମାନା କରାଯାଇଛି ।

Leave a Reply