ପରମାଣୁ ଡିଟରଣ୍ଟ ଫୋର୍ସ କ’ଣ? କାହିଁକି ଏହି ଫୋର୍ସକୁ ଆକ୍ଟିଭ୍ କଲେ ପୁଟିନ୍

1 min read
vladimir-putin-nuclear-deterrent-force-alert-nuclear-weapons

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଆଜି ୬ ଦିନରେ ପହଞ୍ଚିଛି । ଗତ ୨୪ ତାରିଖରେ ୟୁକ୍ରେନ ବିରୋଧରେ ସ୍ୱତନ୍ତ୍ର ସେନା ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।  ପୁଟିନଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜାକୁ ନେବାରେ ଲାଗିଛି ଋଷ । ୟୁକ୍ରେନର ବିଭିନ୍ନ ସହରକୁ ଅକ୍ତିଆର କରିବା ପରେ ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବାକୁ କିଭ୍ ଉପରେ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । କିନ୍ତୁ ଋଷର ଭୟଙ୍କର ଆକ୍ରମଣ ପରେ ବି ଝୁଙ୍କୁ ନାହିଁ ୟୁକ୍ରେନ । ଋଷ ସେନାକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ ।

vladimir-putin-nuclear-deterrent-force-alert-nuclear-weapons

ତେବେ ଏହାରି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି । ଆମେରିକା ସମେତ ପାଶ୍ଚାତ୍ୟ ଦେଶଙ୍କ ତିକ୍ତତା ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରବିବାର ପରମାଣୁ ଡିଟରଣ୍ଟ ଫୋର୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ବିଶ୍ୱରେ ପରମାଣୁ ଯୁଦ୍ଧର ଭୟକୁ ଆହୁରି ବଢାଇଦେଇଛି । ତେବେ କାହିଁକି ପରମାଣୁ ଡିଟରଣ୍ଟ ଫୋର୍ସକୁ ସତର୍କ ରହିବାକୁ କହିଲେ ପୁଟିନ୍ ଆସନ୍ତୁ ଜାଣିବା ।

ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରୁ ହିଁ ଆରମ୍ଭ ହୋଇଛି ଯୁଦ୍ଧ । ୟୁକ୍ରେନ ବିପକ୍ଷରେ ଋଷର ଏହି ନିଷ୍ପତ୍ତି ପରେ ପୁଟିନଙ୍କୁ ନିନ୍ଦା କରିଛନ୍ତି ବିଶ୍ୱ ନେତା । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡିକ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ତେବେ ଋଷ ବିରୋଧରେ ଲଗାଯାଇଥିବା ପ୍ରତିବନ୍ଧକ ଓ ବୟାନବାଜି ଉପରେ ଆକ୍ରୋଶ ରଖି ପୁଟିନ Nuclear Deterrent Forceକୁ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

vladimir-putin-nuclear-deterrent-force-alert-nuclear-weapons

ପୁଟିନ ରବିବାର କହିଛନ୍ତି ଯେ ପଶ୍ମିମୀ ଦେଶଗୁଡିକ ଋଷ ଉପରେ ବେଆଇନ ପ୍ରତିବନ୍ଧକ ଲଗାଇବା ସହ ନାଟୋ ଦେଶମାନଙ୍କ ଦ୍ୱାରା ମଧ୍ୟ ଋଷ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ବୟାନବାଜି ବି କରାଯାଉଛି । ଏହା ପୂର୍ବରୁ ମଧ୍ୟ ବିଶ୍ୱକୁ ଧମକ ଦେଇସାରିଛନ୍ତି ପୁଟିନ୍ । ୨୪ ଫେବୃଆରୀରେ ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଘୋଷଣା କରିଥିଲେ, ସେ ସମୟରେ ପୁଟିନ୍ ଚେତାବନୀ ଦେଇଥିଲେ । ଏହି ଯୁଦ୍ଧରେ ଯଦି ଅନ୍ୟ କେଉଁ ଦେଶ ପଶିବେ ତେବେ ପରିସ୍ଥିତି ଭୟଙ୍କର ହେବ । ପୁଟିନଙ୍କ ଏହି ଧମକକୁ ଏକ୍ସପର୍ଟମାନେ ପରମାଣୁ ଆଟାକ ସହ ମଧ୍ୟ ତୁଳନା କରିଥିଲେ ।

vladimir-putin-nuclear-deterrent-force-alert-nuclear-weapons

Nuclear Deterrent Force ବା ପରମାଣୁ ଆକ୍ରମଣ କଥା ଏହା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା । ଶୀତଳ ଯୁଦ୍ଧ ସମୟରେ Nuclear Deterrence Theory କଥା ସାମ୍ନାକୁ ଆସିଥିଲା । ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ସୋଭିଏତ୍ ୟୁନିଅନ୍ ସଂଘ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖାଦେଇଥିଲା, ସେ ସମୟରେ ଆମେରିକା ପରମାଣୁ ବିସ୍ତାର ରଣନୀତି ଆପଣେଇଥିଲା । ଅର୍ଥାତ ଯଦି ସୋଭିଏତ୍ ୟୁନିଅନ୍ କିମ୍ବା ଅନ୍ୟ କୌଣସି ଦେଶ ଆମେରିକା ଉପରେ ପରମାଣୁ ଆକ୍ରମଣ କରେ, ତେବେ ଏହାର ସମାନତା ସହିତ ଉତ୍ତର ଦିଆଯିବ। ତେବେ ଶୀତଳ ଯୁଦ୍ଧରେ ଯେଉଁ ନୀତି ଆମେରିକା ଆପଣାଇଥିଲା ସେହି ନୀତି ବର୍ତ୍ତମାନ ପୁଟିନ ଆପଣେଇଛନ୍ତି। ପୁଟିନ ସୂଚିତ କରିଛନ୍ତି ଯଦି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ ସୈନ୍ୟବାହିନୀକୁ ସାହାଯ୍ୟ କରନ୍ତି, ତେବେ ଏହାର ଜବାବ ପରମାଣୁ ଅସ୍ତ୍ର ସହିତ ଦିଆଯିବ ।

vladimir-putin-nuclear-deterrent-force-alert-nuclear-weapons

ଯଦି ପରମାଣୁ ଅସ୍ତ୍ର କଥା କହିବା ତାହାଲେ ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସର ଆକଳନ ଅନୁଯାୟୀ, ଋଷ ପାଖରେ ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଋଷ ପାଖରେ ୫ ହଜାର ୯୭୭ ପରମାଣୁ ଅସ୍ତ୍ର ଥିବାବେଳେ ଆମେରିକା ପାଖରେ ରହିଛି ୫ ହଜାର ୪୨୮ଟି ଅସ୍ତ୍ର ଅଛି। ଯଦି ୟୁକ୍ରେନ କଥା କହିବା ତାହାଲେ ୟୁକ୍ରେନ ପାଖରେ ଗୋଟିଏ ବି ପରମାଣୁ ଅସ୍ତ୍ର ନାହିଁ । ତେଣୁ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ପରିସ୍ଥିତି ବିଗିଡିଯାଏ, ତେବେ ଋଷ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛଘୁଞ୍ଚା ଦେବ ନାହିଁ ।

Leave a Reply