ଲୋକଙ୍କ ପାଖରେ ଅଛି ସେନା ଠାରୁ ୧୦୦ ପ୍ରତିଶତ ଅଧିକ ବନ୍ଧୁକ

US Citizens Have 40 Crore Guns More Than Military And Police

ୱାଶିଂଟନ୍: ବନ୍ଧୁକ ଭାରତୀୟ ବଜାରରେ ସହଜରେ ମିଳୁନଥିବା ଅସ୍ତ୍ର । କିନ୍ତୁ ଦୁନିଆରେ ଏମିତି ଦେଶ ରହିଛି ଯେଉଁଠି ଆଳୁ, ପିଆଜ ଭଳି ବିକ୍ରି ହୁଏ ବନ୍ଧୁକ । ଏଠି ହୁଏତ ଆପଣଙ୍କୁ ରାସ୍ତାକଡ଼ରେ ପରିବା ଦୋକାନ ମିଳି ନପାରେ । କିନ୍ତୁ ବନ୍ଧୁକ ଦୋକାନ ଟିଏ ନିଶ୍ଚୟ ମିଳିଯିବ ।

ହଁ, ଆମେ କହୁଛୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା କଥା । ଭାରତରେ ରାସ୍ତାକଡ଼ରୁ ପରିବା କିଣିବା ଭଳି ଆମେରିକୀୟ ବନ୍ଧୁକ କିଣିଥାନ୍ତି । ଆଉ ଏବେ ଆମେରିକାର ଏହି ବନ୍ଧୁକ ରଖିବା ପରମ୍ପରା ଦେଶ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଆମେରିକାର ଜନସଂଖ୍ୟା ଯେତିକି ତା’ଠାରୁ ଅଧିକ ବନ୍ଧୁକ ରହିଛି ଦେଶରେ । ଏପରିକି ଅଧିକାଂଶ ସମୟରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସୁଛି ।

 US Citizens Have 40 Crore Guns More Than Military And Police

ଟେକ୍ସାସରେ ଆଖିବୁଜା ଗୁଳିମାଡ଼ କରିଛି ୧୮ ବର୍ଷର ଆତତାୟୀ । ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼ରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଉକ୍ତ ଯୁବକଙ୍କ ବୁଢି ମାଆ ମଧ୍ୟ ଅଛନ୍ତି । ଏହାକୁ ମିଶାଇ ଚଳିତବର୍ଷ ଆମେରିକାର ଏଭଳି ୨୧୨ଟି ମାସ ଫାୟାରିଂ ଘଟଣା ଘଟି ସାରିଲାଣି । ଯାହାକୁ ନେଇ ଆମେରିକା ଉପରେ ଚାପ ବଢ଼ୁଥିବା ବେଳେ ଗନ୍ କଲଚର୍ କେବେ ବନ୍ଧ ହେବ ସେନେଇ ପ୍ରଶ୍ନ ଉଠିଛି ।

ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ, ଆନୁମାନିକ ଭାବେ ୨୦୨୦ରେ ଆମେରିକାର ଜନସଂଖ୍ୟା ୩୩ କୋଟି ଥିଲା । ଆଉ ସେହି ସମୟରେ ସ୍ମଲ୍ ଆର୍ମସ ସର୍ଭେ ଅନୁସାରେ, ଆମେରିକାରେ ପ୍ରାୟ ୪୦ କୋଟି ବନ୍ଧୁକ ରହିଛି । ଅର୍ଥାତ୍ ଆମେରିକାର ଜନସଂଖ୍ୟା ଠାରୁ ଅଧିକ ବନ୍ଧୁକ ରହିଛି ଦେଶରେ । ରିପୋର୍ଟ କହୁଛି, ଦୁନିଆରେ ୮୫.୭୩ କୋଟିରୁ ଅଧିକ ରାଇଫଲ୍ ରହିଛି । ଆଉ ସେଥିରୁ ୩୯.୩୩ କୋଟିରୁ ଅଧିକ ବନ୍ଧୁକ ଆମେରିକା ନିକଟରେ ରହିଛି । ଆମେରିକାର ପ୍ରତି ଶହେ ଲୋକରେ ଅଛି ୧୨୧ଟି ବନ୍ଧୁକ ।

 US Citizens Have 40 Crore Guns More Than Military And Police

ଏହାଛଡ଼ା ଆମେରିକାର ଲୋକଙ୍କ ନିକଟରେ ରହିଥିବା ବନ୍ଧୁକ ତୁଳନାରେ ସେନା ଓ ପୋଲିସ ପାଖରେ କମ୍ ରାଇଫଲ୍ ରହିଛି । ଆମେରିକା ସେନା ନିକଟରେ ୪୫ ଲକ୍ଷ ଓ ପୋଲିସ ପାଖରେ ୧୦ ଲକ୍ଷ ବନ୍ଧୁକ ରହିଛି । ଅର୍ଥାତ୍ ଆମେରିକା ସେନା ଠାରୁ ଶହେ ଗୁଣ ଅଧିକ ଏବଂ ପୋଲିସ ଠାରୁ ୪୦୦ ପ୍ରତିଶତ ବନ୍ଧୁକ ଓ ରାଇଫଲ ରଖିଛନ୍ତି ଲୋକ ।

ତେବେ ଆମେରିକାରେ ଘଟୁଥିବା ନରସଂହାରକୁ ଆମେ ‘ମାସ ସୁଟିଂ’ କହୁଥିବା ବେଳେ ଏଫବିଆଇର ପରିଭାଷା ଭିନ୍ନ । ଆମେରିକା ଏଜେନ୍ସି ଫେଡରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ‘ମାସ ସୁଟିଂ’କୁ ‘ଆକ୍ଟିଭ୍ ସୁଟର ଇନସିଡେଣ୍ଟ’ କହିଥାଏ । ଜନବସତି ଅଞ୍ଚଳରେ ଲୋକଙ୍କୁ ମାରିବା କିମ୍ବା ମାରିବା ପାଇଁ ପ୍ରୟାସ କରିବାକୁ ଆକ୍ଟିଭ୍ ସୁଟର ଇନସିଡେଣ୍ଟ କୁହାଯାଇଥାଏ ।

 US Citizens Have 40 Crore Guns More Than Military And Police

୨୦୨୧ରେ ଆମେରିକାରେ ୬୧ଟି ଆକ୍ଟିଭ୍ ସୁଟିଂ ମାମଲା ସାମ୍ନାକୁ ଆସିଛି । ଯାହାକି ୨୦୨୦ ତୁଳନାରେ ୫୨ ପ୍ରତିଶତ ଅଧିକ । ୨୦୨୦ରେ ୪୦ଟି ମାସ୍ ଫାୟାରିଂ ହୋଇଥିଲା । ତା’ଛଡ଼ା ୨୦୨୦ରେ ୧୯ଟି ରାଜ୍ୟରେ ମାସ୍ ଫାୟାରିଂ ଘଟିଥିବା ବେଳେ ୨୦୨୧ରେ ଏହା ୩୦ଟି ରାଜ୍ୟକୁ ବ୍ୟାପିଛି । ମାସ୍ ଫାୟାରିଂର ଅଧିକ ସବୁଠୁ ମାମଲା ଜୁନ୍ ମାସରେ ଘଟିଛି ।

ଆମେରିକାରେ ବାରମ୍ବାର ମାସ୍ ଫାୟାରିଂ ମାମଲା ସାମ୍ନାକୁ ଆସୁଥିବା ବେଳେ ଚାରିଆଡ଼ୁ ବନ୍ଧୁକ କଲଚରକୁ ନେଇ ପ୍ରଶ୍ନ ଉଠିଲାଣି । ଆମେରିକାର ସମ୍ବିଧାନ ଅନୁସାରେ, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କେହି ବି ଆତ୍ମରକ୍ଷା ଲାଗି ନିଜ ପାଖରେ ରଖିପାରିବେ ବନ୍ଧୁକ । କିନ୍ତୁ ଆତ୍ମରକ୍ଷା ନାଁରେ ମିଳିଥିବା ଅଧିକାର ଏବେ ଅନ୍ୟର ଅନିଷ୍ଟ କରି ଚାଲିଛି ।

 US Citizens Have 40 Crore Guns More Than Military And Police

ଆମେରିକାରେ ଏତେ ସଂଖ୍ୟକ ବନ୍ଧୁକ ରହିବା ପଛର କାରଣ ଇତିହାସରେ ରହିଛି । ବ୍ରିଟିଶ୍ ଅଧିନରୁ ଆମେରିକା ମୁକ୍ତ ହେବା ପରେ ଏହାର ସଂସ୍ଥାପକମାନେ ଭାବିଥିଲେ ଯେ, ନାଗରିକଙ୍କ ପାଖରେ ଅସ୍ତ୍ର ରହିଲେ ସରକାର ସ୍ୱେଚ୍ଛାଚାରୀ ହୋଇପାରିବ ନାହିଁ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଜଜ ୱାଶିଂଟନ୍ ବନ୍ଧୁକ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ସେ କହିଥିଲେ ଯେ, ଯେତେବେଳେ ସରକାର ସ୍ୱେଚ୍ଛାଚାରୀ ହୋଇଯିବ । ସେତେବେଳେ ସଶସ୍ତ୍ର ନାଗରିକ ନିଜ ସରକାର ବିରୋଧରେ ରାସ୍ତା ଉପରକୁ ଓହ୍ଲାଇ ପାରିବେ । ଏହାପରେ ବନ୍ଧୁକ ରଖିବା ଅଧିକାରକୁ ସମ୍ବିଧାନରେ ସାମିଲ୍ କରାଯାଇଥିଲା । ସେବେଠାରୁ ଆମେରିକାରେ ସାଧାରଣ ଲୋକଙ୍କ ପକ୍ଷରେ ଅସ୍ତ୍ର କିଣିବା ଓ ରଖିବା ସହଜ ହୋଇ ଯାଇଛି । ତେଣୁ ଯେତେବେଳେ ବି ବନ୍ଧୁକକୁ ନିୟନ୍ତ୍ରଣ କରିବାକୁ ଦାବି ଉଠେ, ସେତେବେଳେ ଆମେରିକାର ବନ୍ଧୁକ ଲବି ସମ୍ବିଧାନର ଦ୍ୱାହି ଦେଇ ଏହାର ବିରୋଧ କରିଥାଏ ।