ଉର୍ଫି ଜାଭେଦଙ୍କୁ ବୋଲ୍ଡ ସିନ୍‌ କରିବା ପାଇଁ ବାଧ୍ୟ କରିଥିଲେ ପ୍ରଯୋଜକ, ଆତ୍ମହତ୍ୟା ପାଇଁ ନିଷ୍ପତ୍ତି…..

1 min read

ମୁମ୍ବାଇ: ବୋଲ୍ଡ ଆଉଟଫିଟକୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚାରେ ଉର୍ଫି ଜାଭେଦ । କିଛି ଦିନ ପୂର୍ବରୁ ସେ ତାଙ୍କ ଏୟାରପୋର୍ଟ ଲୁକ୍‌ ପାଇଁ ସୋସିଅଲ ମିଡିଆରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍ସ ମଧ୍ୟ ହେବାକୁ ପଡ଼ିଥିଲା । ଅବଶ୍ୟ କଡ଼ା ଜବାବ ଦେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଥିଲେ ଉର୍ଫି । ନିକଟରେ ଏଅି ଅଭିନେତ୍ରୀ ପୂର୍ବରୁ ଏକ ଓ୍ୱେବସିରିଜର ସୁଟିଂ ସମୟରେ ହୋଇଥିବା ଦୁର୍ବ୍ୟବହାରର ଖୁଲାସା କରିଛନ୍ତି ।

ସାକ୍ଷାତକାରରେ ଉର୍ଫି କହିଛନ୍ତିଯେ, ଓ୍ୱେବସିରିଜର ସୁଟିଂ ଚାଲିଥିବା ସମୟରେ ପ୍ରଯୋଜକ ତାଙ୍କୁ ବୋଲ୍ଡ ସିନ୍‌ କରିବାକୁ ବାଧ୍ୟ କରିଥିଲେ । ଉର୍ଫିଙ୍କ ବିନା ଅନୁମତିରେ ସେ କୋ-ଷ୍ଟାରଙ୍କୁ ଉର୍ଫିଙ୍କୁ ଛୁଇଁବା ପାଇଁ ଅନୁମତି ଦେଇଥିଲେ । ଯେଉଁ କଥା ଉର୍ଫିଙ୍କୁ ପୂର୍ବରୁ ଜଣାନଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୋଲ୍ଡ ସିନ୍‌ କରିବାକୁ ମନା କରିବାରୁ  କଣ୍ଟ୍ରାକ୍ଟ ହିସାବରେ ୪୦ ଲକ୍ଷ ଟଙ୍କା ଜୋରିମନା ପକାଇବାକୁ ଧମକ ମିଳିଥିଲା ଉର୍ଫିଙ୍କୁ । ତେବେ ତାଙ୍କ ନିକଟରେ ଅଧିକ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇଥିଲେ ପ୍ରଯୋଜକଙ୍କ କଥାରେ ।  ଏହି ଘଟଣା ତାଙ୍କୁ ଡିପ୍ରେସନକୁ ନେଇ ଯାଇଥିଲା । ଏହି ସମୟରେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ୨୦୧୨ରେ କରଣ ଜୋହରଙ୍କ ଶୋ ବିଗବସ ଓଟିଟିରେ ନଜର ଆସିବା ପରେ ଉର୍ଫି ଚର୍ଚ୍ଚାକୁ ଆସିଲେ ।  ସେ ଥିଲେ ଶୋ’ରୁ ବାହାରିଥିବା ପ୍ରଥମ ପ୍ରତିଯୋଗୀ । ବିଗବସ ଘରେ କମ୍‌ ସମୟ ଥିଲେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିଲେ ଉର୍ଫି । ତାଙ୍କ ଏଲିମିନେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ  ଉର୍ଫି ଜାଭେଦ ବଡ଼େ ଭେୟା କି ଦୁଲହନିୟା, ମେରୀ ଦୁର୍ଗା, ବେପନହା ଏବଂ ପଞ୍ଚ୍‌ ବିଟ୍‌ ସିଜନ୨ରେ ସେ ନଜର ଆସି ସାରିଛନ୍ତି ।  ଇଂଷ୍ଟାଗ୍ରାମରେ ତାଙ୍କର ୧.୬ ମିଲିୟନ ଫଲୋର୍ସ ମଧ୍ୟ ଅଛନ୍ତି ।

Leave a Reply