ଋଷ ଓ କ୍ରିମିଆକୁ ଯୋଡୁଥିବା ବ୍ରିଜକୁ ଧ୍ୱଂସ କଲା ୟୁକ୍ରେନ

କିଭ୍: ୟୁକ୍ରେନ ଓ କ୍ରିମିଆକୁ ଯୋଡୁଥିବା ଏକ ବ୍ରିଜ ଉପରେ ଆକ୍ରମଣ କରିଛି ୟୁକ୍ରେନ । ବ୍ରିଟେନଠାରୁ ପ୍ରାପ୍ତ ମିସାଇଲ ଜରିଆରେ ପୋଲକୁ ୟୁକ୍ରେନ ଧ୍ବଂସ କରିଛି ବୋଲି କହିଛି ଋଷ । ମିସାଇଲ ମାଡରେ ଦୁଇଟି ସମାନ୍ତରାଳ କୋନହାର ବ୍ରିଜ ଧ୍ବଂସ ହୋଇଥିବା ସୂଚନା ମିଳିଛି । ବ୍ରିଜକୁ ଉଡାଇବା ଲାଗି ବ୍ରିଟେନର ଷ୍ଟର୍ମ ସାଡୋ ମିସାଇଲ ବ୍ୟବହୃତ ହୋଇଥିବା କୁହାଯାଇଛି । କ୍ରିମିଆ ସହ ୟୁକ୍ରେନକୁ ଯୋଡ଼ିବାର ଏହି ବ୍ରିଜ ଥିଲା ସବୁଠାରୁ କମ୍ ଦୂରତାର ମାଧ୍ୟମ ।

ଏହି ବ୍ରିଜ ମଧ୍ୟ ମେଲିଟୋପୋଲ ସହର ସହ ଯୋଗାଯୋଗର ମାଧ୍ୟମ । ତେବେ ଖୁବ୍ ଶୀଘ୍ର ଏହି ବ୍ରିଜର ମରାମତି କରାଯିବ ବୋଲି କହିଛନ୍ତି ଋଷ କର୍ତ୍ତୃପକ୍ଷ । କ୍ରିମିଆ ସହ ଋଷର ସପ୍ଲାଏ ରୁଟକୁ ବନ୍ଦ କରିବା ନେଇ ୟୁକ୍ରେନକୁ ଏହି ବ୍ରିଜ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଋଷ ଅଧୀନରେ ଥିବା ମେଲିଟିପୁଲକୁ ବି କିଛି ଦିନ ଧରି ଟାର୍ଗେଟ କରିଆସୁଛି ୟୁକ୍ରେନ ।