ଯୁଦ୍ଧ ବନ୍ଦ କରିବାକୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ତୁର୍କୀର ଉଦ୍ୟମ

1 min read

ଅଙ୍କାର: ଯୁଦ୍ଧ ବନ୍ଦ କରିବା ଲାଗି ତୁର୍କୀର ଜୋରସୋର ଉଦ୍ୟମ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ସିଧାସଳଖ ଶାନ୍ତି ଆଲୋଚନା ଲାଗି ଉଦ୍ୟମ କରିଛି ତୁର୍କୀ । ଯୁଦ୍ଧ ବନ୍ଦ କରିବା ଲାଗି କଥାବାର୍ତ୍ତା ହିଁ ଏକମାତ୍ର ବିକଳ୍ପ । ଯଦି ବିବାଦ ଦୂର ନହୁଏ, ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରିବ ବୋଲି ଚେତାବନୀ ଦେଇଛନ୍ତି ଜେଲେନସ୍କି ।

Russia Ukraine War Talk Putin Zelensky Government

ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲଟ କାଭୁସୋଗୁ କହିଛନ୍ତି, ବିଭିନ୍ନ ମୌଳିକ ପ୍ରସଙ୍ଗ ଉପରେ ଦୁଇ ପକ୍ଷ ସହମତିକୁ ଆସିଛନ୍ତି । ଜେଲେନସ୍କି କିନ୍ତୁ ଜର୍ମାନୀର ପକ୍ଷ ଛାଡିବାକୁ ନାରାଜ । ସେ କହିଛନ୍ତି ୟୁକ୍ରେନର ନିରାପତ୍ତା ନେଇ ତୁର୍କୀ, ଜର୍ମାନୀ ଓ ନିରାପତ୍ତା ପରିଷଦର ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଗ୍ୟାରେଣ୍ଟର ପଡିଲେ ହିଁ ସେ ସମାଧାନକୁ ଓହ୍ଲାଇବେ । ମସ୍କୋ ବି ନିଜ ମୁଖ୍ୟ ଦାବିରେ ଅଟଳ ରହିଛି । ତାହା ହେଲା, ୟୁକ୍ରେନ ନାଟୋରେ ନ ମିଶି ଏକ ନିରପେକ୍ଷ ରାଷ୍ଟ୍ର ଭାବେ ରହୁ । ଯଦି ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହନ୍ତି, ତେବେ ଯୁଦ୍ଧର ଗତି ଅଧିକ ବିପଜ୍ଜନକ ହେବା ଆଶଙ୍କା କରାଯାଉଛି ।

Russian Military Centers In North Kiev Of Ukraine

ଅନ୍ୟପଟେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧର ରୂପ ନେଇପାରେ ବୋଲି କୁହାଯାଉଛି । ରୁଷ୍‌ର ଯୁଦ୍ଧନୀତିରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ପରମାଣୁ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଘୋର ଅନିଶ୍ଚିତତାରେ ରହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ସେନାକୁ ପରମାଣୁ ଯୁଦ୍ଧ ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧର ପ୍ରଥମ ସପ୍ତାହରେ ହିଁ ପୁଟିନ୍‌ ପରମାଣୁ ଅସ୍ତ୍ରଗୁଡ଼ିକୁ ହାଇଆଲର୍ଟରେ ରଖିବାକୁ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏବେ ପରମାଣୁ ଯୁଦ୍ଧ ଡ୍ରିଲ୍‌ ପାଇଁ କରିବା ପରେ ପରିସ୍ଥିତି ଅତି ଜଟିଳ ମୋଡ଼ ନେବା ଆଶଙ୍କା ରହିଛି।