ଟଲିଉଡର ପ୍ରସିଦ୍ଧ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ
2 min readଗୁଣ୍ଟୁର: ଟଲିଉଡର ମଞ୍ଚ ଏବଂ ପରଦାରେ ଜୀବନ୍ତ ଅଭିନୟ କରି ନିଆରା ଉଦାହରଣ ସାଜିଥିଲେ ଜୟପ୍ରକାଶ । ଏକାଧିକ ଫିଲ୍ମରେ ସେ ଦେଖାଇଛନ୍ତି ଅଭିନୟର ଜଲଓ୍ୱା । କେବେ ହାସ୍ୟ କଳାକାର ତ କେବେ ଖଳନାୟକ । ଜେ.ପି ଭାବରେ ଜଣାଣୁଣା ଏହି ଅଭିନେତା ଜଣେ ଶିକ୍ଷକ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଅଭିନୟ ପ୍ରତି ଥିବା ଦୃଢ ଇଛା ଶକ୍ତି ଟାଣି ଆଣିଥିଲା ରୂପେଲି ପରଦାକୁ । ପ୍ରଥମେ ଅଗଣିତ ମଞ୍ଚରେ ଅଭିନୟ କରିଛନ୍ତି ଜେ.ପି, ଆଉ ତା ପରେ ରୂପେଲି ପରଦାରେ ତାଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ୭୪ ବର୍ଷରେ ହୃଦଘାତରେ ଜୟପ୍ରକାଶଙ୍କ ପରଲୋକ ହୋଇଛି । ଏହାର ସୂଚନା ଦେଇଛନ୍ତି ତାଙ୍କ ପତ୍ନି ଓ ପୁଅ ।
ଚିରଞ୍ଜିବ, ବାଳକ୍ରିଷ୍ଣା,ନାଗାର୍ଜୁନ,ଭେଙ୍କଟେଶ,ପଓ୍ୱନ କଲ୍ୟାଣ ଏବଂ ମହେଶ ବାବୁଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ସହିତ ସେ ପରଦାରେ ନଜର ଆସିଛନ୍ତି । ଜୟପ୍ରକାଶଙ୍କ ମୃତ୍ୟୁରେ ଟଲିଉଡରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ମନେ ପକାଉଛନ୍ତି ତାଙ୍କ ସ୍ମରଣୀୟ ଅଭିନୟକୁ । ଅଭିନେତା ମହେଶ ବାବୁ,ନାଗାର୍ଜୁନ,ଭେଙ୍କଟେଶ ଦଗ୍ଗୁବତୀ,ପ୍ରକାଶ ରାଜ୍,ଜୁନିଅର ଏନଟିଆର,ଏସଏସ ରାଜମୌଲି,ସୁଧୀର ବାବୁ,ଜେନିଲିୟା ଡିସୁଜା,କାଜଲ ଅଗ୍ରଓ୍ୱାଲ,ସୁରେନ୍ଦର ରେଡ୍ଡୀ ଏବଂ ସତ୍ୟଦେବ କଞ୍ଚରଣାଙ୍କ ଭଳି ଏକାଧିକ ଅଭିନେତା ଜୟପ୍ରକାଶଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ।
Saddened by the passing of #JayaPrakashReddy garu. One of TFI’s finest actor-comedians. Will always cherish the experience of working with him. Heartfelt condolences to his family and loved ones.
— Mahesh Babu (@urstrulyMahesh) September 8, 2020
He was a fine gentle man mr. Jaiprakash reddy Garu .. my condolences to his family and may his soul rest in peace?
— Nagarjuna Akkineni (@iamnagarjuna) September 8, 2020
I am extremely sad to hear about the sudden demise of my dear friend #Jayaprakashreddy garu. We were such a great combination on screen. Will definitely miss him. #RIP ??
Praying for his family and loved ones ? pic.twitter.com/9E2FCVVXod— Venkatesh Daggubati (@VenkyMama) September 8, 2020
Om Shanti #Jayaprakashreddy Garu ?? condolences your his family.
— Kajal Aggarwal (@MsKajalAggarwal) September 8, 2020
Shocked & saddened to know about the sudden demise of #JayaPrakashReddy garu. Had great times working with him. Thanks for entertaining us with your versatility by portraying some memorable comedy and villian roles over the decades. May your soul rest in peace ?
— rajamouli ss (@ssrajamouli) September 8, 2020
RIP #Jayaprakashreddy garu .. Remembering fondly our great times at shoots.. Was always fun interacting with you.. Prayers and strength to the family
— Genelia Deshmukh (@geneliad) September 8, 2020
କେବଳ ସେତିକି ନୁହେଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଦୁଃଖ ପ୍ରକାଶ କରି ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି ।