ଟଲିଉଡର ପ୍ରସିଦ୍ଧ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ

2 min read

ଗୁଣ୍ଟୁର: ଟଲିଉଡର ମଞ୍ଚ ଏବଂ ପରଦାରେ ଜୀବନ୍ତ ଅଭିନୟ କରି ନିଆରା ଉଦାହରଣ ସାଜିଥିଲେ ଜୟପ୍ରକାଶ । ଏକାଧିକ ଫିଲ୍ମରେ ସେ ଦେଖାଇଛନ୍ତି ଅଭିନୟର ଜଲଓ୍ୱା । କେବେ ହାସ୍ୟ କଳାକାର ତ କେବେ ଖଳନାୟକ । ଜେ.ପି ଭାବରେ ଜଣାଣୁଣା ଏହି ଅଭିନେତା ଜଣେ ଶିକ୍ଷକ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଅଭିନୟ ପ୍ରତି ଥିବା ଦୃଢ ଇଛା ଶକ୍ତି ଟାଣି ଆଣିଥିଲା ରୂପେଲି ପରଦାକୁ । ପ୍ରଥମେ ଅଗଣିତ ମଞ୍ଚରେ ଅଭିନୟ କରିଛନ୍ତି ଜେ.ପି, ଆଉ ତା ପରେ ରୂପେଲି ପରଦାରେ ତାଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ । ୭୪ ବର୍ଷରେ ହୃଦଘାତରେ ଜୟପ୍ରକାଶଙ୍କ ପରଲୋକ ହୋଇଛି । ଏହାର ସୂଚନା ଦେଇଛନ୍ତି ତାଙ୍କ ପତ୍ନି ଓ ପୁଅ ।

ଚିରଞ୍ଜିବ, ବାଳକ୍ରିଷ୍ଣା,ନାଗାର୍ଜୁନ,ଭେଙ୍କଟେଶ,ପଓ୍ୱନ କଲ୍ୟାଣ ଏବଂ ମହେଶ ବାବୁଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ସହିତ ସେ ପରଦାରେ ନଜର ଆସିଛନ୍ତି । ଜୟପ୍ରକାଶଙ୍କ ମୃତ୍ୟୁରେ ଟଲିଉଡରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ମନେ ପକାଉଛନ୍ତି ତାଙ୍କ ସ୍ମରଣୀୟ ଅଭିନୟକୁ । ଅଭିନେତା ମହେଶ ବାବୁ,ନାଗାର୍ଜୁନ,ଭେଙ୍କଟେଶ ଦଗ୍ଗୁବତୀ,ପ୍ରକାଶ ରାଜ୍,ଜୁନିଅର ଏନଟିଆର,ଏସଏସ ରାଜମୌଲି,ସୁଧୀର ବାବୁ,ଜେନିଲିୟା ଡିସୁଜା,କାଜଲ ଅଗ୍ରଓ୍ୱାଲ,ସୁରେନ୍ଦର ରେଡ୍ଡୀ ଏବଂ ସତ୍ୟଦେବ କଞ୍ଚରଣାଙ୍କ ଭଳି ଏକାଧିକ ଅଭିନେତା ଜୟପ୍ରକାଶଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ।


କେବଳ ସେତିକି ନୁହେଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ତରଫରୁ ମଧ୍ୟ ଦୁଃଖ ପ୍ରକାଶ କରି ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି ।

Leave a Reply