ଆସୁଛନ୍ତି ମା’ କାଳୀ, ଉତ୍ସବ ମୁଖର ପୁରପଲ୍ଲୀ

ଭଦ୍ରକ: ଆଜି ଧରାବତରଣ କରିବେ ମାଆ କାଳୀ । ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର । କରୋନା କଟକଣା ଯୋଗୁଁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବହୁ ଆଡମ୍ବର ସହ କାଳୀପୂଜା ପାଳନ ହେଉଛି । ଚରମ୍ପାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ମାଆ । ଅନ୍ୟପଟେ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି ।

ଆଜିଠୁ ମାଆଙ୍କ ବେଶ ସହ ଶତଚଣ୍ଡୀ ମହାଯଜ୍ଞ କରାଯିବ । 30 ତାରିଖରେ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଯାଜପୁରରେ ୪୫ଟି ମଣ୍ଡପରେ ପୂଜା ପାଇବେ ମା’ । ମୁଖ୍ୟ ଆକର୍ଷଣ ପାଲଟିଛି ଚାନ୍ଦି ଓ ସୁନା ମେଢ । ୧୧ଟି ଚାନ୍ଦି ମେଢ ସହିତ ୮ଟି ମଣ୍ଡପରେ ମା’ଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯାଇଛି । ମହାକାଳୀଙ୍କ ୧୦ ଦିନ ପୂଜାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ପୂଜାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।