ଉଦଘାଟନୀ ମ୍ୟାଚରେ କେକେଆର’ର ବାଜିମାତ୍ ପରେ ଆଜି କିଏ ହେବ ମଇଦାନର ହିରୋ ?

1 min read

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଖେଳାଯିବ ୨ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ଦିଲ୍ଲୀ । ଦ୍ବିତୀୟରେ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଭେଟିବ ଆରସିବି । ସେପଟେ ଗତକାଲି ଉଦଘାଟନୀ ମ୍ୟାଚରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ୬ ଓ୍ବିକେଟରେ ହରାଇଛି କୋଲକତା  ।କେକେଆର ପକ୍ଷରୁ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୪ ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ କରିଥିଲା ୧୩୧ ରନ୍ । ଜବାବରେ ୧୮.୩ ଓଭରରେ ବିଜୟ ହାସଲ କରି ନେଇଥିଲା କେକେଆର ।

IPL 2022 CSK Give 132 Runs To KKR

ସୂଚନା ଅନୁସାରେ, ଆଇପିଏଲ୍‌-୨୦୨୨ ତଥା ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ ଫାଇନାଲ୍‌ର ପ୍ରତିଶୋଧ ନେଇଛି। ରବୀନ୍ଦ୍ର ଜାଦେଜାଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୬ ୱିକେଟ୍‌ରେ ହରାଇ ଦେଇଛି ଶ୍ରେୟସ ଆୟରଙ୍କ ଦଳ। ଚେନ୍ନାଇକୁ ୧୩୧ ରନ୍‌ରେ ରୋକିବା ପରେ କୋଲକାତା ଅଜିଙ୍କ୍ୟ ରାହାଣେଙ୍କ ଦୃଢ଼ ମୂଳଦୁଆ ଓ ସାମ ବିଲିଙ୍ଗ୍ସ, ଶ୍ରେୟସ ଆୟରଙ୍କ ଉପଯୋଗୀ ପାଳି ବଳରେ ୯ ବଲ୍‌ ପୂର୍ବରୁ ବିଜୟୀ ହୋଇଥିଲା।